Home ଓଡ଼ିଶା ମହେନ୍ଦ୍ରଗିରି କୁ ତୀର୍ଥକ୍ଷେତ୍ର ରୂପେ ସ୍ଥାନିତ କରାଯିବ – ପରିବହନ ମନ୍ତ୍ରୀ ବିଭୂତି ଜେନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ଅବସ୍ଥିତ ମହେନ୍ଦ୍ରଗିରି ପର୍ବତ। ଏହି ପର୍ବତ ଆଧ୍ୟାତ୍ମିକ କ୍ଷେତ୍ର ମଧ୍ୟରେ ସ୍ଵତନ୍ତ୍ର ସ୍ଥାନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କ୍ଷେତ୍ରକୁ ରାମାୟଣ ସର୍କିଟରେ ସ୍ଥାନିତ କରିଛନ୍ତି। ବେଦ ଓ ପୁରାଣରେ ମଧ୍ୟ ବର୍ଣ୍ଣିତ ରହିଛି ମହେନ୍ଦ୍ରଗିରି ର ଇତିହାସ। ଏଠି ବର୍ତ୍ତମାନ ମଧ୍ୟ ଭଗବାନ ପର୍ଶୁରାମ ତପସ୍ୟାରତ ଥିବା ଅନେକ ବ୍ୟକ୍ତି ମତ ଦିଅନ୍ତି ବୋଲି ମହେନ୍ଦ୍ରଗିରି ପର୍ବତକୁ ପରିଦର୍ଶନରେ ଆସି ଖଣି ଓ ଇସ୍ପାତ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ ଗୋଟିଏ ଦିନରେ ଛଅଟି ଋତୁର ଅନୁଭବ ହେଉଥିବା ବିରଳ ପରିବେଷ ମଧ୍ୟ ଏଠାରେ ଉପଭୋଗ କରି ହୁଏ। ଏହି ପର୍ବତ ପଞ୍ଚୁପାଣ୍ଡବ ଙ୍କ ବନବାସ ପାଇଁ ଖ୍ୟାତି ଅର୍ଜନ କରିଥିବା ଜଣାପଡିଛି। ହନୁମାନ ମଧ୍ୟ ସୀତାଙ୍କୁ ଠାବ କରିବାକୁ ଏହି ପର୍ବତ ରୁ ଲମ୍ପ ମାରିଥିବା ପୁରାଣରେ ବର୍ଣ୍ଣିତ ରହିଥିବା ପ୍ରକାଶ। ନିଶ୍ଚିତ ଭାବେ ଏହାର ଉନ୍ନତି ହେବା ଆବଶ୍ୟକ ବୋଲି ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି। ମହେନ୍ଦ୍ରଗିରି ତୀର୍ଥ କ୍ଷେତ୍ର ରୂପେ ନିଶ୍ଚିତ ସ୍ଥାନ ପାଇବ ବୋଲି ଜଣାପଡିଛି । ଏପରିକି ମହେନ୍ଦ୍ରତନୟା ନଦୀରେ ଜଗନ୍ନାଥ ଙ୍କ ମୂର୍ତ୍ତି ଭାସିଯାଇ ଶ୍ରୀକ୍ଷେତ୍ର ପୁରୀ ସ୍ବର୍ଗଦ୍ବାରରେ ଠାବ ହୋଇଥିଲା। ପନ୍ଦର ବର୍ଷ ହେବ ପ୍ରତ୍ୟେକ ଦିନ ଯଜ୍ଞ ଓ ରୁଦ୍ରାଭିସେକ ହେଉଛି। କଥାରେ ଅଛି ବାର ବାର ପୁରୀ ଗୋଟିଏ ଥର ମହେନ୍ଦ୍ରଗିରି । ମହେନ୍ଦ୍ରଗିରି ଠାରୁ ପୁରୀ ବସ ଚଳାଚଳ କରିବା ନେଇ ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି । ମନ୍ତ୍ରୀ ମହେନ୍ଦ୍ରଗିରି ପରିଦର୍ଶନରେ ଆସି ଥିଲେ। ବୁରୁଖତ ଠାରେ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଓ ଡି ଏଫ୍ ଓ ଶ୍ରୀ ଏସ. ଆନନ୍ଦ ଦୁହେଁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରିଥିଲେ । ମହେନ୍ଦ୍ରଗିରି ପର୍ବତ ଠାରେ ପ୍ରଭୁ ପର୍ଶୁରାମ ଙ୍କୁ ମୁଣ୍ଡିଆ ମାରି କୁନ୍ତୀ ମନ୍ଦିର ନିକଟରେ ପହଞ୍ଚିଥିଲେ। ମନ୍ତ୍ରୀ ପର୍ଶୁରାମ ଙ୍କ ଆଶ୍ରମ ନିକଟରେ ଜିଲ୍ଲା ପ୍ରଶାସନ ଏବଂ ଲୋକ ପ୍ରତିନିଧି ମାନଙ୍କ ସହ ସ୍ଥାନୀୟ ପର୍ବତର ଉନ୍ନତି ନିମନ୍ତେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ମନ୍ତ୍ରୀ ଶେଷରେ ଯୁଧିଷ୍ଟିର ମନ୍ଦିର ଓ ଭୀମ ମନ୍ଦିର ପରିଦର୍ଶନ କରିଥିଲେ ଫେରିଯାଇଥିଲେ। ମନ୍ତ୍ରୀ ଙ୍କ ଗସ୍ତ ସମୟରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଗଜପତି ଜଳ ସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା, ଗୋଷ୍ଟି ଉନ୍ନୟନ ଅଧିକାରୀ ସୁଧୀର କୁମାର ସିଂ, ତହସିଲଦାର ସଦାଶିବ ଭାତ୍ରା, ବରିଷ୍ଟ ବିଜେପି ନେତା କାହୁଁ ଚରଣ ପତି, ଶିଶିର ମିଶ୍ର, ମୋହନା ନିର୍ବାଚନ ମଣ୍ଡଳୀର ଜିଲ୍ଲା ସାଧାରଣ ସମ୍ପାଦକ କାମଦେବ ବଡ ନାୟକ, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣବାସି ନାୟକ, ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ଙ୍କ ସମେତ ଧନେଶ୍ଵର ଭୂୟାଁ ପ୍ରମୁଖ ଉପସ୍ଥିତ ରହି ମହେନ୍ଦ୍ରଗିରି ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆଲୋଚନା କରିଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026 ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍ର ଆକ୍ୱାଗାର୍ଡ ଉପହାର by Proprietor Abhimanyu Maharana October 4, 2026 ଇଟାମାଟିରେ ରକ୍ତଦାନ ଶିବିର by Proprietor Abhimanyu Maharana October 4, 2026 ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ by Proprietor Abhimanyu Maharana October 4, 2026 ରଣଜୀ ଟ୍ରଫି ପାଇଁ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଭାରତୀୟ ରେଳ କ୍ରିକେଟ୍ ଦଳ ଚୂଡ଼ାନ୍ତ by Proprietor Abhimanyu Maharana October 4, 2026 ଜଳ ଅର୍ପଣ ଦିବସ ପାଳିତ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ବେଲଗାଁ ପଞ୍ଚାୟତ ପୁରସ୍କୃତ : ମୁଖ୍ୟ ଅତିଥି by Proprietor Abhimanyu Maharana October 3, 2026