Home ଓଡ଼ିଶା ଯକ୍ଷ୍ମା ରୋଗର ପ୍ରତିରୋଧ ସମ୍ପର୍କିତ ଟୀକାକରଣ ତାଲିମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ବ୍ଲକ ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାଶଙ୍କ ତତ୍ତ୍ଵାବଧାନରେ ଯକ୍ଷ୍ମା ରୋଗର ପ୍ରତିରୋଧ ପାଇଁ ଟୀକାକରଣ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ଟିବି ସ୍ୱେଚ୍ଛାସେବୀମାନେ ଘରକୁ ଘର ବୁଲି ୧୮ ରୁ ଉର୍ଦ୍ଧ ବୟସ୍କ ମାନଙ୍କ ପାଇଁ ବିସିଜି ଟୀକା ନେବା ପାଇଁ ସଚେତନ କରିବେ । ମାତ୍ର ଏହି ଟୀକା ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମା ଓ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ଥିବା ବ୍ୟକ୍ତିମାନେ ନେଇପାରିବେ ନାହିଁ । ଏହି ଟୀକା ଟୀକାକରଣ କେନ୍ଦ୍ରରେ ଓ ସ୍ୱାସ୍ଥ୍ୟ ଅଭିଯାନ ଚାଲୁଥିବା ସମୟରେ ବିନାମୂଲ୍ୟରେ ଦିଆଯାଇ ପାରିବ । ବ୍ଲକ କାର୍ଯ୍ୟକ୍ରମ ପରିଚାଳିକା ନିବେଦିତା ପ୍ରଧାନଙ୍କ ତତ୍ତ୍ଵାବଧାନରେ ବ୍ଲକର ସବୁ ଆଶା କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଗ୍ରାମକୁ ଗ୍ରାମ ଯାଇ ଟୀକାକରଣ ସମ୍ପର୍କିତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ସ୍ୱାସ୍ଥ୍ୟ ବିଭାଗର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ପ୍ରଧାନ ଓ ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ କୁମାର ଦଳବେହେରା ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content Chandi Bhandar Unveils the “Aaranya” Edit for Durga Puja by Proprietor Abhimanyu Maharana October 5, 2026 ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 5, 2026