ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକ ମାସିକ ସମ୍ମିଳନୀ 

୦୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :->  ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡ଼ାଡିହ ଗ୍ରାମସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ  ନବମ ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରତିଭା ରାଣୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ମୁଖ୍ୟ ଅତିଥି, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମୀ ଦେଇ ମୁଖ୍ୟବକ୍ତା,

ଓଷ୍ଟା ବ୍ଲକ ସଭାପତି ଗଣେଶ୍ୱର ମିଶ୍ର ଓ ପ୍ରଧାନ ଶିକ୍ଷକ ଗଣେଶ୍ୱର ସ୍ଵାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚଳିତ ମାସ ପାଇଁ ପାଠ୍ୟକ୍ରମ,ଶୈକ୍ଷିକ ଉପକରଣ ସହ ଅନୁକୂଳ ପରିବେଶ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ କିଭଳି ଜ୍ଞାନ ଆହରଣ କରି ପାରିବେ ସେଥିପାଇଁ ଯଥେଷ୍ଟ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ସିଆରସିସି ଦାଶରଥି ପ୍ରଧାନ ପରିଚାଳନା କରିଥିବା ବେଳେ ଆଲୁମିନା କମିଟି ଓ ପରିଚାଳନା କମିଟି ସଦସ୍ୟ ସହଯୋଗ କରିଥିଲେ ।

Exit mobile version