ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ

  ୦୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ସାନପଦର ଗ୍ରାମସ୍ଥିତ ଭକ୍ତଚରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦେଶକ୍ରମେ, ବୋଲଗଡ଼ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବ୍ଲକ ଗୋଷ୍ଠୀଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟଙ୍କ ଅଧକ୍ଷତାରେ ନବମ ତମ ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକ କର୍ମଶାଳା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି !

ଏହି ଶିକ୍ଷା ଓ ଶିକ୍ଷଣ କର୍ମଶlଳlରେ ବ୍ଲକ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଅଧ୍ୟକ୍ଷତା କରିଥିଲେ। ବୋଲଗଡ଼ ଶିକ୍ଷା ବ୍ଲକ୍ ଅନ୍ତର୍ଗତ ସମସ୍ତ 28 ଟି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀମାନେ ଓ ଅତିରିକ୍ତ ବି ଇ ଓ କୈଳାସ ନାଥ ସ୍ୱାଇଁ,ଅମିତl ମିଶ୍ର, ସି ଆର ସି ସି ରବୀନ୍ଦ୍ର ନାଥ ବେହେରା, ପ୍ରଧାନ ଶିକ୍ଷକ ବଦ୍ରୁଲା ହୁସେନ ଖାଁ , ପ୍ରମୋଦ କୁମାର ସ୍ୱାଇଁ,ସନ୍ତୋଷ କୁମାର ସାହୁ, କ୍ଷେତ୍ରମୋହନ ରଣା, ଶିକ୍ଷକ ସାନନ୍ଦ କୁମାର ସାହୁ, ପୀତବାସ ଲେଙ୍କା, ପ୍ରଧାନ ଶିକ୍ଷୟିତ୍ରୀ ଯlଜ୍ଞସନି ସାହୁ, ଭକ୍ତ ଚରଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନା ରାଣୀ ବେହେରା, ପ୍ରଣତି ସିଂ, ସିଗ୍ଧାରାଣୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ !

ଆଲୋଚନା ଚକ୍ରରେ ବିଦ୍ୟାଳୟର ଅବସ୍ଥାନ, ପରିଚାଳନା, ଶ୍ରେଣୀ ଗୃହର ପରିସୀମା, ଶିକ୍ଷା ଦାନର ମାଧ୍ୟମ, କେଉଁ କେଉଁ ଭାଷାରେ ଶିକ୍ଷା ଦାନ କରାଯାଉଛି, ଅନୁବନ୍ଧିତ ବୋର୍ଡ, ଆବାସିକ/ସ୍ଵତନ୍ତ୍ର/ ସଂଖ୍ୟାଲଘୁ ବିଦ୍ୟାଳୟ, ଏ ଡ଼ବ୍ଲ୍ୟୁ ସି, ସି ଏମ ସି/ଏସ ଏମ ଡି ସି, ପାଠ୍ୟପୁସ୍ତକ, ଟି ଏଲ୍ ଏମ, କେ ପି ଆଇ, ଅନୁଦାନ, ପ୍ରାପ୍ତି ବା ରସିଦ, ବ୍ୟୟ ବା ଖର୍ଚ୍ଚ, ଧନ୍ଦା ମୁଳକ ଶିକ୍ଷା , ବିଦ୍ୟାଳୟର ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇ ଥିଲା ।

ବିଦ୍ୟାଳୟରେ ଉପଲବ୍ଧ ସୁବିଧା ଗୁଡ଼ିକ ଯଥା ଶ୍ରେଣୀ ଗୃହ, ବିଦ୍ୟାଳୟ ପାଚେରୀ, ଖେଳପଡିଆ, ବିଦ୍ୟୁତର ଉପଲବ୍ଧି, ପାନୀୟ ଜଳ, ପାଠାଗାର, ପୁସ୍ତକ ଭଣ୍ଡାର ବା ବୁକ୍ ବ୍ୟାଙ୍କ୍, ଆସବାବ ପତ୍ର, ପ୍ରଧାନ ଶିକ୍ଷକଙ୍କ କକ୍ଷ, ଶୌଚାଳୟ, ବିଜ୍ଞାନ ପ୍ରୟୋଗ ଶାଳା , କମ୍ପ୍ୟୁଟର ଲାବ, ସ୍ମାର୍ଟ ଶ୍ରେଣୀଗୃହ, ଛାତ୍ର ଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।

ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ସରସ ସୁନ୍ଦର୍ କରିବା ପାଇଁ ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ସlନପଦରର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ବେହେରା , ସହକାରୀ ଶିକ୍ଷକ ଦୁର୍ଗା ପ୍ରସାଦ ସୁବୁଦ୍ଧି, ବିଜୟ କୁମାର ସାହୁ, ପ୍ରଦୀପ କୁମାର ବେହେରା ଓ ସାନନ୍ଦ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ମା ” ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରରେ ଆମ୍ବ, ସପେଟା ଡାଳିମ୍ବ, ବଉଳ ଆଦି ବିଭିନ୍ନ ଫଳ ଗଛ ଲଗା ଯାଇଥିଲା। ପରିଶେଷରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ!

Exit mobile version