Home ଓଡ଼ିଶା ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ମୟୂରଭଞ୍ଜ ଜିଲ୍ଲା ଖାଦ୍ୟ ଯୋଗାଣ କାର୍ଯ୍ୟାବଳୀ ସମ୍ବନ୍ଧୀୟ ସମୀକ୍ଷା ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ, ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ, ମୟୂରଭଞ୍ଜ ଜିଲ୍ଲା ଖାଦ୍ୟ ଯୋଗାଣ କାର୍ଯ୍ୟାବଳୀ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲାରେ ଖାଦ୍ୟ ଯୋଗାଣର କାର୍ଯ୍ୟାବଳୀ, ସମସ୍ତ ଆନୁସଙ୍ଗିକ ବିଭାଗୀୟ କାର୍ଯ୍ୟକ୍ଷମତା ଏବଂ ଏହି ବିଭାଗ ସହିତ ଜଡିତ ଜନକଲ୍ୟାଣକାରୀ କାର୍ଯ୍ୟ ସମସ୍ତଙ୍କର ବିଶଦ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା । ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ, ଜିଲ୍ଲାରେ ଖାଦ୍ୟ ଯୋଗାଣର ସମସ୍ତ ବିବରଣୀ ଜିଲ୍ଲା ଖାଉଟି ଯୋଗାଣ ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ସେଠି ପ୍ରଦାନ କରିଥିଲେ ଏବଂ ଏହି ରିପୋର୍ଟ ଆଧାରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସମେତ ମାନ୍ୟବର ବିଧାୟକ, ବାରିପଦା, ଶ୍ରୀଯୁକ୍ତ ପ୍ରକାଶ ସୋରେନ, ମାନ୍ୟବର ବିଧାୟକ, ସାରସକଣ।, ଶ୍ରୀଯୁକ୍ତ ଭାଦବ ହଂ।ସଦା, ମାନ୍ୟବର ବିଧାୟକ, ଉଦଳା, ଶ୍ରୀଯୁକ୍ତ ଭାଷ୍କର ଚନ୍ଦ୍ର ମଢେଇ ଜିଲ୍ଲାରେ ବିଭାଗୀୟ କାର୍ଯ୍ୟ ବିଷୟରେ ସମୀକ୍ଷା କରିଥିଲେ। ଆଲୋଚ୍ୟ ବିଷୟ ମାନଙ୍କ ମଧ୍ୟରେ, ସରକାରୀ ଵିଵାଲୟ ମାନଙ୍କରେ ମିଡ଼-ଡେ ମିଲ ରେ ବ୍ୟବହୃତ ଖାଦ୍ୟ ସାମଗ୍ରୀ ଯୋଗାଣ, କୃଷକ ମାନଙ୍କର ମଣ୍ଡି ଜନିତ ଏବଂ ଖାଦ୍ୟଶଷ୍ୟ ପ୍ରକ୍ରିୟାକରଣ କାର୍ଯ୍ୟ ସମସ୍ତ ସାମିଲ ଥିଲା। ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେଯେ କୃଷକ ମାନଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟରତ ଏବଂ ଚାଷୀ ମାନଙ୍କର ଖାଦ୍ୟଶଷ୍ୟ ଯେପରି ଉଚିତ ଦାମରେ କ୍ରୟ ତଥା ବିକ୍ରୟ କରାଯିବ ସେ ପ୍ରତି ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟରତ ହେବା ଆବଶ୍ୟକ। ତତସହିତ ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ପ୍ରତ୍ୟେକ ବିଦ୍ୟାଳୟରେ ଆବଶ୍ୟକୀୟ ପରିମାଣର ଖାଦ୍ୟ ସାମଗ୍ରୀ ପହଁଚୁଛି କି ନାହିଁ ଏବଂ ଯେପରି ଏଥିରେ କୌଣସି ପ୍ରକାରର ପ୍ରଭେଦାତ୍ମକ କାର୍ଯ୍ୟକଳାପକୁ ଗ୍ରହଣ କରାଯିବ ନାହିଁ। ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୁର୍ଣ୍ଣଚନ୍ଦ୍ର ସେଠି ଜିଲ୍ଲାରେ ଥିବା ୨୬ଟି ବ୍ଲକକୁ ଉଚିତ ମାପକ ଖାଦ୍ୟ ଯୋଗାଣ ହେଉଛି ଏବଂ ଆଗାମୀ ସମୟରେ ଏହାର ମାନକ କୁ ତ୍ୱରାନ୍ୱିତ କରାଯିବ ବୋଲି କହିଥିଲେ। ଏହି ସମୀକ୍ଷାରେ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ରଜନୀକାନ୍ତ ସ୍ୱାଇଁ ଏବଂ ଅତିରିକ୍ତ ଜିଲ୍ଲାପାଳ, ରାଇରଙ୍ଗପୁର, ଶ୍ରୀ ଦୌଲତ ଚନ୍ଦ୍ରକାର ଯୋଗ ଦେଇ ସମସ୍ତ ଆଲୋଚ୍ୟ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ତଥ୍ୟ ଦେବା ସହିତ ଆଗାମୀ ଦିନଗୁଡିକରେ ଜିଲ୍ଲାରେ କାର୍ଯ୍ୟ ପଦ୍ଧତିରେ କିଭଳି ସୁଧାର ଆସିବା ସେ ବିଷୟରେ ମାନ୍ୟବର ମନ୍ତ୍ରୀନଙ୍କ ଠାରୁ ଉପଦେଶ ଏବଂ ମନ୍ତବ୍ୟ ଗ୍ରହଣ କରିଥିଲେ। Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ସାରା ରାଜ୍ୟରେ ସାରର ଘୋର ଅଭାବ : ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ ଚାଷୀ ହନ୍ତସନ୍ତ : ବିଜେଡି by Proprietor Abhimanyu Maharana July 23, 2026 ଦଳ ବଦଳାଇଲେ, ଇତିହାସ ବଦଳେ ନାହିଁ ’ by Proprietor Abhimanyu Maharana July 23, 2026 ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ମୋଦି-ଶାହ କୁଶପୁତ୍ତଳିକା ଦାହ by Proprietor Abhimanyu Maharana July 23, 2026 ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ - ବାବୁ ସିଂହ by Proprietor Abhimanyu Maharana July 23, 2026 Eastern Regional Police Coordination Committee (ERPCC) Meeting–2026 by Proprietor Abhimanyu Maharana July 23, 2026 ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା by Proprietor Abhimanyu Maharana July 23, 2026