Home ଓଡ଼ିଶା ମୟୂରଭଞ୍ଜ ଜିଲ୍ଲାରେ ରାଜ୍ୟସ୍ତରୀୟ ବୃହତ ତାଳତେଲ ବୃକ୍ଷରୋପଣ ଅଭିଯାନ ଶୁଭାରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଗୋଟିଏ ତାଳତେଲ ବୃକ୍ଷରୁ ବର୍ଷକରେ ୨୦୦୦ ଟଙ୍କାର ତେଲ ପାଇ ପାରିବେ ଏବଂ ସ୍ୱାବଲମ୍ବୀ ହୋଇପାରିବେ : ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ୦୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା/ବେତନଟୀ :-> ମୟୂରଭଞ୍ଜ ଜିଲ୍ଲାର ବାରିପଦା ସବଡିଭିଜନ ଅନ୍ତର୍ଗତ ବେତନଟୀ ବ୍ଲକ ଅଧୀନରେ ଥିବା ଧନପୁର ଗ୍ରାମରେ କୃଷି ଓ କୃଷ୍କକ ସଶକ୍ତିକରଣ ବିଭାଗ ତରଫରୁ ରାଜ୍ୟସ୍ତରୀୟ ବୃହତ ତାଳତେଲ (Oil Palm) ବୃକ୍ଷରୋପଣ ଅଭିଯାନ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ, ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଶନିବାର ଦିନ ଶୁଭାରମ୍ଭ ହୋଇଯାଇଛି । ଏହି ଅଭିଯାନ ଅନ୍ତର୍ଗତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶାର ମାନ୍ୟବର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ସିଂଦେଓ ଯୋଗ ଦେଇ ଏହି ରାଜ୍ୟସ୍ତରୀୟ ଅଭିଯାନକୁ ଉଦଘାଟନ କରିଥିବା ବେଳେ, ଅନ୍ୟ ମାନଙ୍କ ମଧ୍ୟରେ ମାନ୍ୟବର ସାଂସଦ ଲୋକସଭା, ବାଲେଶ୍ଵର, ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମାନ୍ୟବର ସାଂସଦ ଲୋକସଭା, ମୟୂରଭଞ୍ଜ, ଶ୍ରୀଯୁକ୍ତ ନବଚରଣ ମାଝୀ, ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ବିଧାୟକ, ବଡ଼ସାହି, ଶ୍ରୀଯୁକ୍ତ ସନାତନ ବିଜୁଳି, ମାନ୍ୟବର ବିଧାୟକ, ବାରିପଦା, ଶ୍ରୀଯୁକ୍ତ ପ୍ରକାଶ ସୋରେନ, ମାନ୍ୟବର ବିଧାୟିକା, ବ।ଙ୍ଗିରିପୋଷି କୁମାରୀ ସଞ୍ଜଳୀ ମୁର୍ମୁ,ମାନ୍ୟବର ବିଧାୟକ, ସାରସକଣ। , ଶ୍ରୀଯୁକ୍ତ ଭାଦବ ହଂ।ସଦା, ମାନ୍ୟବର ବିଧାୟକ, ରାଇରଙ୍ଗପୁର, ଶ୍ରୀଯୁକ୍ତ ଜଲେନ ନାୟକ, ମାନ୍ୟବର ବିଧାୟକ, ଉଦଳା, ଶ୍ରୀଯୁକ୍ତ ଭାଷ୍କର ଚନ୍ଦ୍ର ମଢେଇ, ମାନ୍ୟବର ବିଧାୟକ, କରଞ୍ଜିଆ ଶ୍ରୀଯୁକ୍ତ ପଦ୍ମଚରଣ ହାଇବୁରୁ, ମାନ୍ୟବର ଅଧ୍ୟକ୍ଷ୍ୟା, ଜିଲ୍ଲା ପରିଷଦ, ମୟୂରଭଞ୍ଜ, ଶ୍ରୀମତୀ ଭାରତୀ ହଂ।ସଦ।, କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ, ଓଡିଶା ସରକାର, ନିର୍ଦ୍ଦେଶକ ତଥା ଉଦ୍ୟାନ କୃଷି ନିର୍ଦ୍ଦେଶକ, ଶ୍ରୀଯୁକ୍ତ ପ୍ରେମ ଚନ୍ଦ୍ର ଚୌଧୁରୀ, ଭ।.ପ୍ର.ସେ. , ଜିଲ୍ଲାପାଳ, ମୟୂରଭଞ୍ଜ ଶ୍ରୀଯୁକ୍ତ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଭ।.ପ୍ର.ସେ. ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉକ୍ତ ଉଦଘାଟନୀ ଉତ୍ସବରେ ଅତିଥିମାନେ ତାଳତେଲର ଉତ୍କର୍ଷତା ଏବଂ ଏହି ଫସଲ ଚାଷ ଫଳରେ ଚାଷୀ ମ।ନେ କିପରି ଅ।ତ୍ମନିର୍ଭରଶୀଳ, ସ୍ଵାବଲମ୍ବୀ ଏବଂ ରୋଜଗାରକ୍ଷମ ହେବେ ତାହା ବିଷୟରେ ଅଭିଭାଷଣ ରଥିଥିଲେ । ନିଜ ବକ୍ତବ୍ୟରେ, ମୁଖ୍ୟ ଅତିଥି ତଥା ମାନ୍ୟବର ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀ ସିଂଦେଓ, ତାଳ ତେଲର ଚାହିଦା, ରପ୍ତାନୀରେ ଓଡିଶାର ଲାଭ, ଓ ଏହାର ବ୍ୟବହାରରେ ଲୋକଙ୍କର ଲାଭ ବିଷୟରେ କହିଥିଲେ ସୂଚନା ଥାଉକି, ଆମ ରାଜ୍ୟର ୨୦ଟି ଜିଲ୍ଲାରେ ୧୧ଗୋଟି ତାଳତେଲ କମ୍ପାନି ର ସହଯୋଗ ରେ ଏହି ଫସଲ ର କାର୍ଯ୍ୟକ୍ରମ ଚାଲୁ ରହିଛି । ଏଥିରେ ୧୧ ଗୋଟି ତାଳତେଲ କମ୍ପାନୀ ତାଙ୍କର ପ୍ରଦର୍ଶନୀସାମଗ୍ରୀ ପ୍ରଦର୍ଶନ କରିଥିଲେ । ଏହି ଫସଲ ର ପ୍ରଚାର ଓ ପ୍ରସାର ନିମନ୍ତେ କୃଷକ ମାନଙ୍କୁ ଜାତୀୟ ଖାଇବା ତେଲ ମିଶନ ଯୋଜନାରେ କେନ୍ଦ୍ର ସରକାର ଙ୍କ ତରଫରୁ ପ୍ରତ୍ସାହନ ପ୍ରଦାନ କରାଯାଉଅଛି। ଏହି ରାଜ୍ୟସ୍ତରୀୟ ବୃହତ ତାଳତେଲ (Oil Palm) ବୃକ୍ଷରୋପଣ ଅଭିଯାନ ଉତ୍ସବ କାର୍ଯ୍ୟକ୍ରମରେ – ଅତିରିକ୍ତ ଉଦ୍ୟାନ କୃଷି ନିର୍ଦେଶକ, ଭୁବନେଶ୍ବର, ସୁକାନ୍ତ କୁମାର ସୁବୁଦ୍ଧି, ଉପ ଉଦ୍ୟାନ କୃଷି ନିର୍ଦେଶକ, ଭୁବନେଶ୍ବର, ଶ୍ରୀ ସୁବ୍ରତ କୁମାର ଚାନ୍ଦ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଶ୍ରୀ ସିଦ୍ଧାର୍ଥ ବେହୁରା, ଉଦ୍ୟାନ କୃଷି ନିର୍ଦେଶକ, ମୟୂରଭଞ୍ଜ ଶ୍ରୀ ଟଙ୍କଧର କାଲୋ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଏହାର ପରିଚାଳନା କରିଥିଲେ ଏବଂ ସର୍ବୋପରି, ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବ୍ଲ ରୁ ଅନ୍ୟୁନ ୩୦୦୦ ଚାଷୀ ଭାଇ ଓ ଭଉଣୀ ମାନେ ଯୋଗ ଦାନ କରି ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content Corrosion-resistant steel solution designed for construction, infrastructure, manufacturing and engineering applications by Proprietor Abhimanyu Maharana September 10, 2026 Actress Ms. Sreeleela Unveils Kalyan Jewellers’ First Showroom in Rayagada by Proprietor Abhimanyu Maharana September 10, 2026 ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ, ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ ସମାରୋହ ସହିତ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମନୋମୁଗ୍ଧକର ପ୍ରସ୍ତୁତି “ମାଟି” by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026