Home ଓଡ଼ିଶା ବସୁଧା ଯୋଜନା ନାମରେ ଖାଇଗଲେ ଟଙ୍କା : ଟାଙ୍କିରେ ଅଧା ରଙ୍ଗ ବୋଳି ଠିକାଦାର ଛୁ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଦୁର୍ଗମ ଅଞ୍ଚଳରେ ବସୁଧା ଯୋଜନା ନାମରେ ଖାଇ ଗଲେ ଟଙ୍କା । ଲୋକଙ୍କ ବାଲି ପଥରରେ ନିର୍ମାଣ କଲେ ବସୁଧାକୁ ଟାଙ୍କି। 50 ପ୍ରତିଶତ ଟାଙ୍କିରେ ରଙ୍ଗ ବୋଳି ଛୁ ମାରିଲେ ଠିକାଦାର । କାମ ଆରମ୍ଭ ହୋଇ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ସଂଯୋଗ ହୋଇପାରିଲାନି ପାଣି ମଟର । ନିରୀହ ଆଦିବାସୀଙ୍କ ଆଖିରେ ଧୂଳି ପକାଇ ଚଳୁ କରିଦେ ବସୁଧାକୁ ଟଙ୍କା ।ଦୁର୍ଗମ ଆଦିବାସୀ ଅଞ୍ଚଳରେ ପାଣି ସମସ୍ୟା ଦୂର କରିବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିଛି ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କ ଲାଗି ଏଠୀ ବଞ୍ଚିତ ହେଉଛନ୍ତି ନିରୀହ ଆଦିବାସୀ ମାନେ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସମ୍ବଲପୁର ଗ୍ରାମ ପଞ୍ଚାୟତ ର ଗୋଠା ଗ୍ରାମରେ । ଗ୍ରାମରେ ବସବାସ କରନ୍ତି 50ରୁ ଉର୍ଦ୍ଧ ଆଦିବାସୀ ପରିବାର। ନିର୍ମାଣର ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ମିଳି ପାରିନାହିଁ ବୁନ୍ଦାଏ ପାଣି । ପାହାଡ ଝରଣା ରୁ ଏକ ପାଇପ ସଂଯୋଗ କରି ନିଜ ଉଦ୍ୟମ ରେ ଶୋଷ ମେଣ୍ଟାଉଛନ୍ତି ଗ୍ରାମ ବାସୀ ।ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମନମୁଖି କାର୍ଯ୍ୟ କଳାପ କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମ ବାସୀ । ଏହି ଦୁର୍ଗମ ଅଞ୍ଚଳରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ୁଥିବା ବେଳେ ତାହାର ସୁଯୋଗ ନେଇ ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କ ସାହାସ ବଢ଼ି ଯାଉଚି । ଏପରିକି ବସୁଧା ଟାଙ୍କି ନିର୍ମାଣ କାମରେ ସ୍ଥାନୀୟ ଲୋକଙ୍କ ବାଲି ପଥର ନେଇ କାମ ଚଳାଇଥିଲେ ଠିକାଦାର । ସେମାନଙ୍କ ପଇସା ଓ ନିର୍ମାଣ କାମରେ ନିୟୋଜିତ ଶ୍ରମିକ ମାନଙ୍କ ମଜୁରୀ ମଧ୍ୟ ଆଜି ସୁଦ୍ଧା ଦେଇନାହାନ୍ତି । ରାସ୍ତାର ପାର୍ଶ୍ଵପଟ ଟାଙ୍କିର ରଙ୍ଗ ବୋଳା ଯାଇଥିବା ବେଳେ ଅନ୍ୟପଟେ ଖାଲି ଛଡ଼ା ଯାଇଚି । ଏପରିକି ବସୁଧା ଯୋଜନାର ଫଳକ ମଧ୍ୟ ଦେଖିବାକୁ ପାଇବେ ନାହିଁ ଆପଣ । ପ୍ରତ୍ୟେକ ସ୍ଥାନରେ ପାଣିପାଇପ ଷ୍ଟାଣ୍ଡ ପୋଷ୍ଟ ଅଛି କିନ୍ତୁ ତାହା ଅତି ନିମ୍ନ ମାନର ହୋଇଥିବା ବେଳେ ଅନେକ ଭାଙ୍ଗି ଯାଇଛି । ତେବେ ବାରମ୍ବାର ଠିକାଦାର ଠାରୁ ଆରମ୍ଭକରି ସରପଞ୍ଚ ବିଭାଗୀୟ ଯନ୍ତ୍ରୀ ସମାଷ୍ଟଙ୍କୁ ଗୁହାରି କରି ଥକି ଗଲେ ଗ୍ରାମବାସୀ । ହେଲେ କୌଣସି ଉଚିତ୍ ପଦକ୍ଷେପ ନେଉନାହାନ୍ତି ପ୍ରଶାସନ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026 ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍ର ଆକ୍ୱାଗାର୍ଡ ଉପହାର by Proprietor Abhimanyu Maharana October 4, 2026 ଇଟାମାଟିରେ ରକ୍ତଦାନ ଶିବିର by Proprietor Abhimanyu Maharana October 4, 2026 ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ by Proprietor Abhimanyu Maharana October 4, 2026 ରଣଜୀ ଟ୍ରଫି ପାଇଁ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଭାରତୀୟ ରେଳ କ୍ରିକେଟ୍ ଦଳ ଚୂଡ଼ାନ୍ତ by Proprietor Abhimanyu Maharana October 4, 2026 ଜଳ ଅର୍ପଣ ଦିବସ ପାଳିତ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ବେଲଗାଁ ପଞ୍ଚାୟତ ପୁରସ୍କୃତ : ମୁଖ୍ୟ ଅତିଥି by Proprietor Abhimanyu Maharana October 3, 2026