ଏପ୍ରିଲ ମାସରୁ ଦରମା ମିଳିନି ଆଶା କର୍ମୀଙ୍କୁ, ବକେୟା ବେତନ ଦାବିରେ ଧାରଣା

୦୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଆର,ଉଦୟଗିରି  :->  ବକେୟା ବେତନ ପ୍ରଦାନ ଦାବିରେ ମୋହନା ଆଶା କର୍ମୀ ସଂଘ ପକ୍ଷରୁ ଗଜପତି ଜିଲ୍ଲା ମୋହନା ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦିଆଯାଇଛି। ସକାଳ ୧୦ଟାରୁ ୪ ଘଣ୍ଟା ଧରି ଧାରଣା ଜାରି ରହିଥିଲା । ଦରମା ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। ଅପରାହ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ.ଜୟ ପଣ୍ଡା ୭ଦିନ ମଧ୍ୟରେ ଆଶା କର୍ମୀମାନଙ୍କ ସମସ୍ତ ସମସ୍ୟାର ସମାଧାନ କରା‌ଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣାରୁ ଉଠିଥିଲେ ଆଶାକର୍ମୀ ।

ଏହି ଆଶା କର୍ମୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଗତ ଏପ୍ରିଲରୁ ମୋହନା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଆଶା କର୍ମୀ ସମ୍ପୂର୍ଣ୍ଣ ବେତନ ଦିଆ ଯାଇନାହିଁ. ପ୍ରତିବାଦ ସ୍ବରୂପ ବୃକ୍ ଆଶାକର୍ମୀ ସଭାପତି ନିରୁପମା ନାୟକଙ୍କ ନେତୃତ୍ୱରେ ଗୁରୁବାର ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ସମୂହ ଧାରଣା ଦେଇଛନ୍ତି । ମାତୃ ସୁରକ୍ଷା ପାଇଁ ସରକାରଙ୍କ ସମସ୍ତ ଯୋଜନା ଗର୍ଭବତୀଙ୍କ ପାଖରେ ଆଶାକର୍ମୀ ପହଞ୍ଚାଇ ଥାନ୍ତି ।

ମାତ୍ର ଠିକ୍ ସମୟରେ ସେମାନେ ଦରମା ପାଉନଥିବା ଅଭିଯୋଗ କରିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୁକାରୀଙ୍କ ଅବହେଳା ଯୋଗୁଁ ଏଭଳି ସମସ୍ୟା ହେଉଥ‌ିବା ଅଭିଯୋଗ କରିଛନ୍ତି ଆଶାକର୍ମୀ । ଏଭଳିକି ଦରମା କରିବାକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଲାଞ୍ଚ ମାଗୁଥିବା ଅଭିଯୋଗ କରିଛନ୍ତି । ରୋଗୀ ସେବାରେ ଯେପରି ବାଧା ସୃଷ୍ଟି ନହେବ ଏନେଇ କିଛି ରାସ୍ତା ଛାଡି ଧାରଣାରେ ବସି ରହିଥିଲେ ଆଶାକର୍ମୀ । ସମ୍ପୂର୍ଣ୍ଣ ବକେୟା ବେତନ ଅର୍ଥ ପ୍ରଦାନ କରାନଯାଉଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଥିଲେ । ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଜୟ ପଣ୍ଡା କହିଛନ୍ତି ଅତିଶୀଘ୍ର ଆଶାମାନଙ୍କୁ ସେମାନଙ୍କ ବେତନ ପ୍ରଦାନ କରାଯିବ ।

Exit mobile version