Home ଓଡ଼ିଶା ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ : ପୋଖରୀରେ ବୁଡ଼ି ଚାଲିଗଲା ଜଣକ ଜୀବନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> ଗୋଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜୀବନ ଗଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ଅଞ୍ଚଳରେ । ମୃତକ ମହାସିଙ୍ଗି ଗ୍ରାମର ଭକ୍ତରାମ ପୁଜାରୀ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଭକ୍ତରାମ ସବୁଦିନ ଭଳି ଶନିବାର ମଧ୍ୟ ବିଲରୁ କାମ ସାରି ଗେଗୁର ପଦର ନିକଟସ୍ଥ ଡିଗୁରିସାହି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଇବାକୁ ପୋଖରୀ ଭିତରକୁ ପଶିବା ବେଳେ କୌଣସି କାରଣରୁ ପୋଖରୀରେ ବୁଡ଼ି ଯାଇଥିଲେ ଭକ୍ତରାମ । କିଛି ସମୟ ପରେ ଅଞ୍ଚଳର କିଛି ଲୋକେ ସେହି ପୋଖରୀକୁ ଗାଧୋଇବାକୁ ଯିବା ବେଳେ ଭକ୍ତରାମଙ୍କ ଶବ ପାଣିରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେବା ସହ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଓ ପୋଲିସ ବିଭାଗ କୁ ଜଣାଇଥିଲେ । ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ପୋଖରୀରୁ ଶବ ଉଦ୍ଧାର କରିବା ପରେ ବାଲିଗୁଡ଼ା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଭକ୍ତରାମଙ୍କ ପ୍ରକୃତ ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ପୋଲିସ୍ । ସେପଟେ ମୃତକଙ୍କ ଗରିବ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ମହାସିଙ୍ଗି ସରପଞ୍ଚ ରଞ୍ଜିତ ମଲ୍ଲିକ । ପୋଖରୀର ପାହାଚରେ ଶିକୁଳି ଲାଗିଛି । ଏଣୁ ଶିକୁଳିରେ ଗୋଡ଼ ଖସି ପୋଖରୀରେ ବୁଡ଼ି ଭକ୍ତରାମଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ବୋଲି ବାଲିଗୁଡ଼ା ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ସୁକାନ୍ତ ବାରିକ୍ ପ୍ରକାଶ କରିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026