Home ଓଡ଼ିଶା ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ରେଳବାଇର ସମସ୍ତ ମଣ୍ଡଳ ମଧ୍ୟରେ ମାଲ ପରିବହନରେ ଶୀର୍ଷ ସ୍ଥାନରେ ରହିଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ମଣ୍ଡଳ ଚଳିତ ଆର୍ଥିକ ବର୍ଷରେ ପ୍ରଥମ ରେଳ ମଣ୍ଡଳ ଭାବେ ୧୦୦ ମିଲିୟନ୍ ଟନ୍ ମାଲ ପରିବହନ କରିପାରିଛି । ୧ ଏପ୍ରିଲ ୨୦୨୪ ରୁ ୧ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ୧୦୦.୦୦ ମେଟ୍ରିକ୍ ଟନ୍ ମାଲ ପରିବହନ କରାଯାଇଛି । କେବଳ ଜୁଲାଇ ୨୦୨୪ ରେ ୧୩.୬୯ ମେଟ୍ରିକ୍ ଟନ୍ ମାଲ ପରିବହନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଅର୍ଥାତ ୧ ଏପ୍ରିଲ ୨୦୨୪ ରୁ ୧ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ । ଖୋର୍ଦ୍ଧାରୋଡ୍ ମଣ୍ଡଳ ହେଉଛି ପ୍ରଥମ ମଣ୍ଡଳ ଯାହା ୧୨୩ ଦିନରେ ୧୦୦ ମିଲିୟନ୍ ଟନ୍ ମାଲ ପରବହନ କରିପାରିଛି ଏବଂ ଭାରତୀୟ ରେଳବାଇର ସମସ୍ତ ମଣ୍ଡଳ ମଧ୍ୟରେ ମାଲ ପରିବହନ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି । ମାଲ ପରିବହନରେ ଲୋଡିଂ ଏବଂ ଅନଲୋଡିଂ ଉଭୟ ସାମିଲ ଅଟେ। ଏହି ସମୟରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ଗତ ବର୍ଷର ସମାନ ଅବଧି ତୁଳନାରେ 6% ଅଧିକ ମାଲ ପରିବହନ କରିଛି । ଜୁଲାଇ ୨୦୨୪ ରେ ୧୩.୬୯ ମିଟ୍ରିକ୍ ଟନ୍ ପରିବହନ କରିଛି ଏବଂ ୧୧.୬ ମିଟ୍ରିକ୍ ଟନ୍ ମାଲ ଅନଲୋଡ୍ କରିଛି, ଯାହା ଜୁଲାଇ ୨୦୨୩ ତୁଳନାରେ ୯% ଅଧିକ (ଅର୍ଥାତ ଲୋଡିଂରେ ୮% ଅଧିକ ଏବଂ ଅନଲୋଡିଂରେ ୧୦% ଅଧିକ) ଅଛି । ମୁଖ୍ୟ ମାଲ ଯୋଗାଣକାରୀଗୁଡିକ ହେଉଛି ତାଲଚେର, ପାରାଦୀପ, ଧମରା, ନୟାଗଡ଼, ମେରା ମଣ୍ଡଲି, ସୁକିନ୍ଦା, ଯାହାଠାରୁ ବିଭିନ୍ନ ପଣ୍ୟ ସମେତ କୋଇଲା, ଲୌହ,ଖାଦ୍ୟ ସାମଗ୍ରୀ, ପେଟ୍ରୋଲିୟମ , କଞ୍ଚା ମାଲ ଇତ୍ୟାଦି ପରିବହନ କରାଯାଇଛି । ଶ୍ରୀ ଏଚ ଏସ୍ ବାଜ୍ୱା,ମଣ୍ଡଳ ରେଳ ପ୍ରବନ୍ଧକ, ଖୋର୍ଦ୍ଧା ରୋଡଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏଵଂ ରେଳ ବିଭାଗର ଅଧିକାରୀ ମାନଙ୍କ ଚେଷ୍ଟାରେ ଏହି ସଫଳତା ମିଳିଛି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026