ପୁଣି ଜନନୀ ଯନ୍ତ୍ରଣା ତିନି କିଲୋ ମିଟର ଭାର ରେ ଭୂଆ ହେଲେ ଗର୍ଭବତୀ ମହିଳା

୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ପୁଣି ଜନନୀ ଯନ୍ତ୍ରଣା ତିନି କିଲୋ ମିଟର ଭାର ରେ ଭୂଆ ହେଲେ ପ୍ରସୂତି ମହିଳା । ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ମାଣ୍ଡିମେରା ପଞ୍ଚାୟତ ଗୁବେଲ ଗ୍ରାମରେ।ଗ୍ରାମର ସୁକୁମାରୀ ମଲ୍ଲିକ ନାମକ ଏକ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା ।

ହେଲେ ଗାଁ କୁ ଯିବାକୁ ହେଲେ ପକ୍କା ସଡ଼କ ନଥିବାରୁ ପ୍ରାୟ ୩କିଲୋ ମିଟର ପାହାଡିଆ ରାସ୍ତାରେ ଗାଁ ର ମହିଳା ମାନେ ଭାର ମାଧ୍ୟମରେ ମହିଳା ଙ୍କୁ ବୋହିକି ନେଲେ । ବୋହିକୀ ନେବା ସମୟରେ ରାସ୍ତାରେ ହିଁ ମହିଳା ଜଣକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି । ଉଭୟ ମା ଓ ଶିଶୁ କୁ ବିରିକୋଟ ମେଡିକାଲ୍ ରେ ଭର୍ତି କରି ଚିକିତ୍ସା କରାଯାଉଥିବା ବେଳେ ଉଭୟ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

Exit mobile version