Home ଓଡ଼ିଶା ଅବସର କାଳୀନ ସମ୍ବର୍ଦ୍ଧନା ଓ ନୂତନ ଅଧ୍ୟାପକ : ଅଧ୍ୟାପିକା ଙ୍କୁ ସ୍ବାଗତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ମହେଶ୍ୱର ପ୍ରଧାନ ଆଜି ଅନୁଷ୍ଠାନିକ ଭାବରେ ଅବସର ନେଇଛନ୍ତି l ଚାକିରୀର ୩୫ଵର୍ଷ ଧରି ନିରବଛୀର୍ଣ୍ଣ ଭାବରେ ବିଦ୍ୟାଳୟ ଓ ଛାତ୍ର ଛାତ୍ରୀଙ୍କ ପାଈଁ ଅକ୍ଲାନ୍ତ ପରିଶ୍ରମ କରି ଏହି ବିଦ୍ୟାଳୟକୁ ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରରେ ପରିଚୟ କରାଇଛନ୍ତି l ନିଜ କର୍ମମୟ ଜୀବନରେ ନିଜ ପାଈଁ ଚିନ୍ତା ନ କରି ସବୁ ସମୟରେ ବିଦ୍ୟାଳୟର ମେରୁଦଣ୍ଡ ସଦୃଶ ଦଣ୍ଡାୟମାନ ମାନ ହୋଇ ଶିକ୍ଷା ଦେବାଠାରୁ ଆଡ଼ମିସନ ଓ ବିଦ୍ୟାଳୟର ପ୍ରତେକ କାର୍ଯ୍ୟକ୍ରମରେ ମହେଶ୍ୱର ପ୍ରଧାନ ଅବଦାନ ଅନନ୍ୟ l ସେ ଜଣେ କର୍ମନିଷ୍ଠ ଓ ଛାତ୍ର ବତ୍ସଳ ସହିତ ଅଭିଭାବକ ମହଲରେ ସୁ ପରିଚିତ ଥିଲେ l ଛାତ୍ର ଛାତ୍ରୀ ବିଦ୍ୟାଳୟ କର୍ମଚାରୀ ଓ ଅଧ୍ୟାପକ ,ଅଧ୍ୟାପିକାଙ୍କ ଉପସ୍ଥିତ୍ତିରେ ଅଧ୍ୟାପକ ମହେଶ୍ୱର ପ୍ରଧାନ ଅବସର ନେଇଛନ୍ତି l ସlରଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ବୁଦ୍ଧିଜିବୀ ମହଲରେ ପ୍ରସଶl୦ ପାଇଛନ୍ତି l ସେହିପରି ବିଦ୍ୟାଳୟ ପରିସରରେ ନୂତନ ଭାବେ ଯୋଗ ଦେଇଥିବା ଅଧ୍ୟାପକ ,ଅଧ୍ୟାପିକା ମାନଙ୍କୁ ବିଦ୍ୟାଳୟ ଏବଂ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ମଧୁଲତା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନୂତନ ଭାବେ ଯୋଗ ଦେଇଥିବା ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରାଯାଇଥିଲା । ଇଂରାଜୀ ବିଭାଗରେ ଅଧ୍ୟାପକ ଜିତେନ୍ଦ୍ର କୁମାର ପ୍ରଧାନ,ଶିକ୍ଷା ବିଭାଗରେ ଅଧ୍ୟାପିକା ପଦ୍ମିନୀ ରାଉତ,ତର୍କ ଶାସ୍ତ୍ର ବିଭାଗରେ ଅଧ୍ୟାପିକା ଅମ୍ରିତା ପ୍ରିୟଦର୍ଶିନୀ ପ୍ରଧାନ, କିରାଣୀ ବିଭାଗରେ ଆଶିଷ କୁମାର ନାୟକ ବିଦ୍ୟାଳୟରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ବିଜୟ କୁମାର ସାହୁ,ସତ୍ୟ ସ୍ବାଗତ ସାହୁ,ଦିଲ୍ଲୀପ ସାହୁ ,ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ,ସନ୍ତୋଷ କୁମାର ସାହୁ, ଉମର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଐତିହାସିକ ଗାନ୍ଧୀ ପୀଠ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଜନ୍ମ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଯୁବ ଉଦ୍ୟୋଗୀ ଟିଟନ ସାହୁଙ୍କୁ ବିଶ୍ୱସ୍ତରୀୟ ଉତ୍କର୍ଷ ସମ୍ମାନ ପ୍ରଦାନ by Proprietor Abhimanyu Maharana October 3, 2026 ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026