ଯାହା ହୋଇନଥିଲା ୨୫ ବର୍ଷ ବିଜେଡ଼ି ସରକାରରେ ତାହା ହୋଇଛି ୩ ମାସ ବିଜେପି ସରକାରରେ : ୫୦୦୦ ରେ ବିକ୍ରି ହୋଇଛି ଛୁଆ – ନିଆଳି

ନିଆଳିରେ ଚାଞ୍ଚଲ୍ୟ : ଅଢେଇ ବର୍ଷର ଶିଶୁପୁତ୍ରକୁ ପାଞ୍ଚ ହଜାର ଟଙ୍କାରେ ବିକିଦେଲା ନିଜର ବାପା,

୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :->  ଅଢେଇ ବର୍ଷର ଶିଶୁପୁତ୍ରକୁ ନିଜ ବାପା ପାଞ୍ଚ ହଜାର ଟଙ୍କାରେ ବିକି ଦେବା ଘଟଣା କଟକ ଜିଲ୍ଲା ତଥା ନିଆଳି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖବର ନେବାରେ ଜଣାପଡିଛି ଯେ ନିଜର ଶିଶୁପୁତ୍ରକୁ ଅବିବେକି ବାପା ନିଜେ ବିକ୍ରି କରିଥିବା ନେଇ ସ୍ବିକାର କରିଛି ‌ । ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ଥାନା ଅର୍ନ୍ତଗତ ବଗିଚା ବସ୍ତି ମୁଣ୍ଡାସାହି ଅଞ୍ଚଳରେ ସୁକାନ୍ତ ସିଂ ନାମକ ୩୫ ବର୍ଷୀୟ ଯୁବକ ଗତ ତିନି ବର୍ଷ ଧରି ରହି ଆସୁଛନ୍ତି । ତାଙ୍କର ୬ ଜଣ ପିଲା ଅଛନ୍ତି । ଗତ ଦୁଇ ବର୍ଷ ତଳୁ ସୁକାନ୍ତ ସିଂଙ୍କ ସ୍ତ୍ରୀ ମୃତ୍ୟୁ ଘଟିଛି ।‌ସୁକାନ୍ତ ସିଂଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲା ଦୁର୍ଗା ଦେବୀ ଅଞ୍ଚଳର ବୋଲି ନିଜେ ସୁକାନ୍ତ କହିଛନ୍ତି ।

ନିଜ ଅଢେଇ ବର୍ଷର ଶିଶୁପୁତ୍ରକୁ ବିକିଥିବା ସୁକାନ୍ତ ସିଂ କହିଛନ୍ତି ୬ ଜଣ ପିଲାଙ୍କ ମଧ୍ୟରୁ ସାନ ପୁଅଙ୍କୁ ପାଞ୍ଚ ହଜାର ଟଙ୍କାରେ ବିକ୍ରୀ କରିଛନ୍ତି । ଗତ ତିନି ଦିନ ତଳେ ତିନି ଜଣ ମହିଳା ଓ ଅନ୍ଯ ପୁରୁଷ ଲୋକଙ୍କ ମଧସ୍ଥି ମାଧ୍ୟମରେ ଅଢେଇ ବର୍ଷର ଶିଶୁପୁତ୍ରକୁ ବିକିଥିବା ନେଇ ସୁକାନ୍ତ ସିଂ ବିକ୍ରି କରିଥିବା ନେଇ ସ୍ବିକାର କରିଛନ୍ତି । ପାଞ୍ଚ ହଜାର ଟଙ୍କାକୁ ନିଜ ମା’ ଶ୍ରାଦ୍ଧବାର୍ଷିକୀରେ ଟଙ୍କା ଖର୍ଚ୍ଚ କରିଥିବା ନେଇ କହିଛନ୍ତି । ସୁକାନ୍ତ ସିଂ ଜଣେ ଦିନ ମଜୁରୀଆ ଏବଂ ମଦ୍ଯପ ବ୍ଯକ୍ତି ବୋଲି ସୂଚନା ମିଳିଛି । ସୁକାନ୍ତ ସିଂଙ୍କ ଅନ୍ଯ ପିଲା ମାନେ ବଜାର ଘାଟରେ ମାଗି ଯାଚି ନିଜ ପେଟ ପୋଷୁଥିବା ନେଇ ସୁକାନ୍ତ ସିଂଙ୍କ ପୁଅ ମଧ୍ୟ କହିଛନ୍ତି ।‌

ସାନ ଭାଇକୁ ତା’ର ବାପା ବିକ୍ରି କରିଥିବା ନେଇ କହିଛି ସୁକାନ୍ତ ପୁଅ । ତେବେ ନିଆଳି ଥାନା ବଗିଚା ବସ୍ତି ମୁଣ୍ଡାସାହି ଅଞ୍ଚଳରେ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନିନ୍ଦା କରିବା ସହିତ ଶିଶୁପୁତ୍ରକୁ ଉଦ୍ଧାର କରିବା ପାଇଁ ଦାବି କରିଛନ୍ତି । ଅଭିଯୁକ୍ତ ସୁକାନ୍ତ ସିଂଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ । ଏହି ପିଲା ବିକ୍ରିରେ ବଡ ରାକେଟ କାମ କରୁଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଏହି ପିଲା ବିକ୍ରୀ ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହଏହାର ବିଧିବଦ୍ଧ ତଦନ୍ତ ସରକାର କରନ୍ତୁ ବୋଲି ବୁଦ୍ଧିଜିବୀ ମହଲରେ ଦାବୀ କରାଯାଇଅଛି।

Exit mobile version