ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ, ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟ ମାନ୍ୟତା ଦାବି

0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼  :->  ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ଏବଂ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟ ମାନ୍ୟତା ଦାବିରେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଣଧାରଣା ଅନୁଷ୍ଠିତ ହୋଇଛି । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଗଣଧାରରେ ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତି ସାମିଲ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରେ ଆଖପାଖ ପାଞ୍ଚଟି ଜିଲ୍ଲାର ଛାତ୍ରଛାତ୍ରୀ ଶିକ୍ଷା ପାଇଁ ନିର୍ଭର କରୁଛନ୍ତି । ନୟାଗଡ଼ ଏବେ ଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଛି ।

ମାତ୍ର ଜିଲ୍ଲା ସଦରମହକୁମାରେ ଅବସ୍ଥିତ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟ ମାନ୍ୟତା ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥ‌ିବା ବେଳେ ଏହାକୁ ଅଣଦେଖା କରାଯାଉଛି । ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବା ପାଇଁ ବହୁ ପୂର୍ବରୁ ଦାବି ହୋଇଆସୁଛି । ଦୁଇଟି ଦାବି ନେଇ ଗଣଧାରଣ ଆରମ୍ଭ ହୋଇଥିବା ବେଳେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି ।

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ,ଶ୍ରମିକ ନେତା ବିଶ୍ବନାଥ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ପୌର ପରିଷଦ ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନା, ହୁସେନ ଖାନ୍‌, ଶ୍ରୀକାନ୍ତ ପଟ୍ଟନାୟକ, କାଉଁସିଲର ଜାନକୀ ବଲ୍ଲଭ ଜେନା, ଲଷ୍ମୀଧର ମହାପାତ୍ର, ଦୀନବନ୍ଧୁ ଗୁରୁ ପ୍ରମୂଖ ସାମିଲ ହୋଇଛନ୍ତି l

Exit mobile version