Home ଓଡ଼ିଶା ବ୍ରେନ୍ବିଜ୍ ସଲ୍ୟୁସନ୍ସ ଲିମିଟେଡ୍ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଅଗଷ୍ଟ ୬, ମଙ୍ଗଳବାର ଖୋଲିବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବ୍ରେନ୍ବିଜ୍ ସଲ୍ୟୁସନ୍ସ ଲିମିଟେଡ୍ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଅଗଷ୍ଟ ୬ ତାରିଖ, ମଙ୍ଗଳବାର ଦିନ ଖୋଲିବ ଏବଂ ଅଗଷ୍ଟ ୮, ଗୁରୁବାର ଦିନ ବନ୍ଦ ହେବ । ଆଙ୍କର ନିବେଶକମାନେ ଅଗଷ୍ଟ ୫,ସୋମବାର ଦିନ ବିଡ୍ ଦାଖଲ କରିପାରିବେ । ଏହି ଅଫରରେ ଇକ୍ୱିଟି ସେୟାର ପିଛା ମୂଲ୍ୟ ୪୪୦ ଟଙ୍କାରୁ ୪୬୫ ଟଙ୍କା ଭିତରେ ରହିବ । ନିବେଶକମାନେ ସର୍ବନିମ୍ନ ୩୨ଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୩୨ଟି ଲେଖାଏଁ ସେୟାର ଯୋଡ଼ିପାରିବେ । ଏହି ଅଫରରେ ୧,୬୬୬ କୋଟି ଟଙ୍କାର ନୂଆ ଇକ୍ୟୁଟି ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲ୍ରେ ୫୪,୩୫୯,୭୩୩ ଇକ୍ୱିଟି ସେୟାର ବିକ୍ରି କରାଯିବ । ଦୁଇ କର୍ପୋରେଟ୍ ଅଂଶଧନକାରୀ ୪୬,୮୧୪,୪୫୮ ଇକ୍ୱିଟି ସେୟାର ଏବଂ ଦୁଇ ବ୍ୟକ୍ତିବିଶେଷ ଅଂଶଧନକାରୀ ୭,୫୪୫,୨୭୫ ଇକ୍ୱିଟି ସେୟାର ବିକ୍ରି କରିବେ । ଯୋଗ୍ୟ କର୍ମଚାରୀମାନଙ୍କ ପାଇଁ ୩ କୋଟି ଟଙ୍କାର ଇକ୍ୱିଟି ସେୟାର ସଂରକ୍ଷିତ ରହିବ । ସେହି ଇକ୍ୱିଟି ସେୟାରକୁ ବାଦ ଦେବା ପରେ ଅବଶିଷ୍ଟ ଇସ୍ୟୁକୁ ନେଟ୍ ଅଫର କୁହାଯିବ । ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ରେ ପ୍ରସ୍ତାବିତ ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ରେ ତାଲିକାଭୁକ୍ତ କରାଯିବ । ସେଥିପାଇଁ କମ୍ପାନି ୨୦୨୪ ମେ’ ୧୬ରେ ନୀତିଗତ ମଂଜୁରି ହାସଲ କରିସାରିଛି । ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍, ମୋର୍ଗାନ ଷ୍ଟାନ୍ଲି ଇଣ୍ଡିଆ କମ୍ପାନି ଲିମିଟେଡ୍, ବିଓଏଫ୍ଏ ସିକ୍ୟୁରିଟିଜ୍ ଇଣ୍ଡିଆ ଲିମିଟେଡ୍, ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍ ଓ ଆଭେଣ୍ଡସ୍ କ୍ୟାପିଟାଲ ପ୍ରାଇଭେଟ୍ ଲିମିଟେଡ୍ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026