ଭାରତୀୟ ମଜଦୁର ସଂଘ ନୟାଗଡ଼ : ଆଶା ସାଥି ସଂଘ ତରଫରୁ ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀଙ୍କୁ ୮ ଦଫା ଦାବୀ ପତ୍ର

ଓଡିଶା ତାଜା ନ୍ୟୁଜ୍ (୧୦ ଅଗଷ୍ଟ ସୋମବାର ) ନୟାଗଡ଼ :- ୧୦.୦୮.୨୦୨୦ ଦିନ ୧୨ ଟା ବେଳେ ଭାରତୀୟ ମଜଦୁର ସଂଘ ନୟାଗଡ଼ ଜିଲ୍ଲା ସଂପାଦକ ସୁକାନ୍ତ କୁମାର ମହାପାତ୍ର ଙ୍କ ନେତୃତ୍ଵରେ ଓଡିଶା ରାଜ୍ୟ ଆଶା ସାଥି ସଂଘ ଭଉଣୀ ମାନଙ୍କ ତରଫରୁ ଓଡଗାଁ ବ୍ଳକ ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀଙ୍କୁ ୮ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା l

ଆଉ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସବୁ ବିଷୟରେ ଅବଗତ କରାଯାଇଥିଲା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସବୁ ଶୁଣିବା ପରେ ସାର ପ୍ରତିଶୃତି ଦେଇଥିଲେ ମୁଁ ଏହି ବିଷୟରେ ଉପର ଅଧିକାରୀଙ୍କୁ ଜଣାଇବା ପାଇଁ ଏହି ଦାବୀ ପତ୍ର ଦବାରେ ଯୋଗ ଦେଇଥିଲେ ସାଥି ଭଉଣୀ ମାନେ ହେଲେ ରାଣୀଆ ସାହୁ,ନିରୁପମା ଦାଶ, ମାନସି ବେହେରା,ରଙ୍କ ପ୍ରଧାନ,ରଜନୀ ରାଉତ୍ତରାଏ ଓ ସେଠିକାର ଭାଇ ସୁଶାନ୍ତ ପରିଡା ଯୋଗ ଦେଇ ଥିଲେ l (ନୟାଗଡ ରିପୋର୍ଟ /ରାମକୃଷ୍ଣ ରଥ)

Exit mobile version