ଗଜପତି ଜିଲ୍ଲା କୃଷକସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ମାତୃ ବିୟୋଗ, ବିଭିନ୍ନ ମହଲରେ ଶୋକ

0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି  :->  ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକରଣସାହି ନିବାସୀ ଗଜପତି ଜିଲ୍ଲା କୃଷକ ସଂଘ ସଭାପତିଂକ ମାତା ପ୍ରମିଳା ପଟ୍ଟନାୟକଂକ ପରଲୋକ ହୋଇଯାଇଛି। ମ୍ରୁତ୍ୟୁ ବେଳକୁ ୭୫ ବର୍ଷ ହୋଇଥିଲା । ସେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ନିତ୍ୟାନନ୍ଦ ପଟ୍ଟନାୟକଙ୍କ ପତ୍ନୀ ଥିଲେ।ଏକ ଶ୍ରଦ୍ଧାଳୁ ତଥା ନିଜର ଅମାୟିକ ବ୍ଯବହାର ଦ୍ବାରା ସମସ୍ତେ ତାଂକୁ ସମ୍ମାନିତ କରୁଥିଲେ।ପତିଂକ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ରାଧାକୃଷ୍ଣ ମନ୍ଦିରର ସୁପରିଚାଳନା ଦାୟିତ୍ୱ ତୂଲାଉଥିଲେ।

ତାଂକର ମ୍ରୁତ୍ୟୁରେ ପାରଳାବାସୀ ଦୁଃଖରେ ଅଭିଭୂତ ହୋଇଛନ୍ତି।ଅଧିକାରୀ ପରିବାର ହିସାବରେ ତାଂକର ଶ୍ରେଷ୍ଠ ସମ୍ମାନ ଥିଲା । ତାଂକରି ମ୍ରୁତ୍ୟୁରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ବିନୋଦ ଜେନା, ବିଚିତ୍ରାନନ୍ଦ ବେବର୍ତ୍ତା,ଭାଗବତ ପାଢୀ,ଭାରତଭୂଷଣ ମହାନ୍ତି, ପୂର୍ଣଚନ୍ଦ୍ର ରଥ,ଗଜପତି ଜିଲ୍ଲା ଏସୟୁଜେ ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧୌଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, କୃଷ୍ଣ କୁମାର ବେହେରା, ପପୁ ମିଶ୍ର ପ୍ରମୁଖଙ୍କ ସମେତ ଡ.କଲ୍ୟାଣୀ ମିଶ୍ର, ଆଶାଲତା ପାଣିଗ୍ରାହୀ,ଡ.ଭାରତୀ ପାଣିଗ୍ରାହୀ, ଡ.ରୀନା ସାହୁ ତଥା ବିଭିନ୍ନ ସାଂସ୍କୃତିକ ଓ ସାରସ୍ୱତ ଅନୁଷ୍ଠାନର କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି।ତାଂକର ମ୍ରୁତ୍ୟୁୁ ସମୟରେ ପାଂଚ ପୁଅ ଯଥା ରାଧାଚରଣ,ମ୍ରୁତ୍ୟୁଂଜୟ, ସୂର୍ଯ୍ୟନାରାୟଣ,ଜୟଦେବ ଓ ବ୍ରଜବାସୀ ଉପସ୍ଥିତ ଥିଲେ ।

Exit mobile version