ଧ୍ୟାନଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ପ୍ରବେଶ ଉଚ୍ଛବ ପାଳିତ

0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :->  ବିଦ୍ୟାଳୟ ପାଠ ସାରି ଆଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ କରି ଯୋଗଦାନ କରିଥିବା ଛାତ୍ର ଛାତ୍ରୀ ମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଇନ ଶୃଙ୍ଖଳା ଓ ନୀତି ନିୟମ କୁ ମାନି ଶୃଙ୍ଖଳିତ ଭାବରେ ଅଧ୍ୟୟନ କରି ଭବିଷ୍ୟତରେ ଉତ୍ତମ ନାଗରିକ ହେବାପାଇଁ ଅଧ୍ୟକ୍ଷ ଓ

ଅଧ୍ୟାପକ ମାନେ ଗୁରୁବାର ହାଜିପୁର ଧ୍ୟାନଚନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ପ୍ରବେଶ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି l ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଛବରେ ଅଧ୍ୟାପକ ଭାସ୍କର ଚନ୍ଦ୍ର ସାହୁ, ମହମଦ ଅସିଦ୍ଧ ରାଜା,

ପିତାମ୍ବର ପତି, ଖେଳ ଶିକ୍ଷକ ଅଜିତ ଲେଙ୍କା, ସରୋଜିନୀ ବରାଳ, ତୃପ୍ତି ମୟୀ ଦାଶ, କେଦାର ଚରଣ ଜେନା, ସୁମନ୍ତ ଦାସ, ରଞ୍ଜନ ବେହେରା, ରାଜେଶ ସେଠୀ ପ୍ରମୁଖ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇଥିଲେ l ଶେଷରେ ସୁପ୍ରଭା ଜେନା ଧନ୍ୟବାଦ ଦେଇଥିଲେ l

Exit mobile version