Home ଅପରାଧ କୋ-ଅପରେଟିଭ୍ ନା କରପ୍ସନ୍ ବିଭାଗ ! ସବୁ ଜାଣିଶୁଣି କାହିଁକି ଚୁପ୍ ବସିଥିଲା ତତ୍କାଳୀନ ବିଜେଡି ସରକାର ? by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିଜେଡି ସରକାରରେ କୋପରେଟିଭ୍ ବିଭାଗ ପାଲଟିଥିଲା କରପ୍ସନ ବିଭାଗ । ଜାଲ୍ ଚାଷୀଙ୍କ ଜାଲ୍ ଦସ୍ତଖତରେ ଚଳୁ ହୋଇଛି ସରକାରୀ ତହବିଲ୍ । ସମବାୟ ବ୍ୟାଙ୍କଗୁଡିକରେ ହୋଇଛି ୨୦୦ କୋଟିରୁ ଅଧିକ ଦୁର୍ନୀତି । ଆଶ୍ଚର୍ଯ୍ୟର କଥା ହେଲା ଦୁର୍ନୀତି ପ୍ରତି ତତ୍କାଳୀନ ବିଜେଡି ସରକାରଙ୍କ ସହନଶୀଳତା ନୀତି । କାହିଁକି ନା ୨୦୦ କୋଟି ଆର୍ଥିକ ହେରଫେର୍ ହୋଇଥିଲା, ହେଲେ ରାଜ୍ୟ ସରକାର ଆଦାୟ କରିଛନ୍ତି ମାତ୍ର ୧୫ କୋଟି । ତେଣୁ ଚାଷୀଙ୍କ ଦାବି ଆକ୍ସନ ମୋଡକୁ ଆସନ୍ତୁ ନୂଆ ସରକାର ଖୋଲିବ ସମବାୟ ଦୁର୍ନୀତି ପେଡି ! ବନ୍ଧା ହେବେ ଅଧିକାରୀ ! ସରକାରୀ ତହବିଲକୁ ଫେରିବ ଆତ୍ମସାତ ହୋଇଥିବା ଟଙ୍କା ! ଗତକାଲି ବିଧାନସଭାରେ ଆସିଛି ଅଖିତରାଟି ଦେଲା ଭଳି ତଥ୍ୟ । ସମବାୟ ବିଭାଗରେ ଚାଲିଥିଲା କଣ ? ରାଜ୍ୟରେ ପ୍ରାୟ ସବୁ ସମବାୟ ବ୍ୟାଙ୍କରେ ହୋଇଛି ଅର୍ଥ ହେରଫେର୍ । ଯେଉଁଥି ପାଇଁ ଗତକାଲି ଦୁଇ ଦୁଇଟି ସମବାୟ ବୋର୍ଡକୁ ବି ଭାଙ୍ଗି ଦେଇଛନ୍ତି ସରକାର । ତଥ୍ୟ କହୁଛି ରାଜ୍ୟରେ ମୋଟ ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ହୋଇଛି ୧୪୭ କୋଟି ଟଙ୍କାର ଦୁର୍ନୀତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ମାତ୍ର ୧୪ କୋଟି ଟଙ୍କା ଅସୁଲ କରିବାରେ ସକ୍ଷମ ହୋଇଛନ୍ତି ରାଜ୍ୟ ସରକାର । ଦୁର୍ନୀତିରେ ସଂପୃକ୍ତ ମାତ୍ର ୫୨୧ ଜଣ କର୍ମଚାରୀଙ୍କ ଉପରେ ହୋଇଛି କାର୍ଯ୍ୟନୁଷ୍ଠାନ।ସେହିପରି ରାଜ୍ୟରେ ଥିବା ୧୩ଟି ଅର୍ବାନ କୋପରେଟିଭ ବ୍ୟାଙ୍କରେ ୭୭ କୋଟି ୪୫ ଲକ୍ଷ ଟଙ୍କାର ହେରଫେର ହୋଇଛି। ହେଲେ ଆଦାୟ ହୋଇଛି ମାତ୍ର ୧ କୋଟି ୮୪ ଲକ୍ଷ ଟଙ୍କା। ଆଉ ୧୯ କୋଟି ୩୪ ଲକ୍ଷ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ। ଏହି ଦୁର୍ନୀତିରେ ୧୮୫ ଜଣଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ। ବଡ଼ କଥା ହେଲା ଏସବୁ ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟ ଦୁଇଟି ବୋର୍ଡ, ଓଡ଼ିଶା ରାଜ୍ୟ ସମବାୟ ବୋର୍ଡ ଏବଂ ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମ କମିଟିକୁ ଭାଙ୍ଗି ଦେଇଛନ୍ତି ସରକାର। ତେଣୁ ଖୁବଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ । ଏପଟେ ବିଜେପି-ବିଜେଡି ଭିତରେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପ । ଏପଟେ ବିଧାନସଭାରେ ସମବାୟ କେଳେଙ୍କାରୀ ତଥ୍ୟା ସାମ୍ନାକୁ ଆସିବା ପରେ ଆଠଗଡରେ ପୁଣି ତେଜିଛି ସମବାୟ ଦୁର୍ନୀତି ତାତି। ସମବାୟ ଦୁର୍ନୀତି ଶିକାର ହୋଇଥିବା ଆଠଗଡ ଗୁରୁଡିଝାଟିଆ ସୋସାଇଟି ଅନ୍ତର୍ଗତ ଚାଷୀମାନେ ପୁଣି ସ୍ବର ଉଠାଇଛନ୍ତି । ଆଠଗଡ ଗୁରୁଡିଝାଟିଆର ଚାଷୀ କୈଳାସ ଚନ୍ଦ୍ର ନାୟକଙ୍କ ଖାତାରେ ପଡିଛି ୯ ହଜାର ଟଙ୍କାର ଋଣ । ହେଲେ ତାଙ୍କ ନାଁରେ ଉଠା ହୋଇଛି ଲକ୍ଷେ ୪୫ ହଜାର ଟଙ୍କା । ଆଉ ଜଣେ ବୃଦ୍ଧା ହେଉଛନ୍ତି ରଜନୀ । ସେ ଦସ୍ତଖତ ଜାଣି ନାହାନ୍ତି ହେଲେ ତାଙ୍କ ନାଁ ରେ ସୋସାଇଟିରେ ଗଡୁଛି ୩ ଲକ୍ଷ ୬୦ ହଜାର ଟଙ୍କା । ସେଥିପାଇଁ ପୂର୍ବରୁ ବ୍ଲକରୁ ବିଧାନସଭା ଯାଏଁ ପ୍ରତିବାଦ କରିଛନ୍ତି । ହେଲେ ସରକାର ତାଙ୍କ କଥା ଶୁଣି ନାହାନ୍ତି । କଟକ ସମବାୟ ସମିତିର ସଭାପତି ଥିଲେ ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇ ବୀରେନ୍ଦ୍ର ପ୍ରତାପ ସ୍ୱାଇଁ । ଦୁଇ ଜଣଙ୍କ ନାଁରେ ଅଭିୟୋଗ ଆଣିଥିଲେ ସ୍ଥାନୀୟ ବାସିନ୍ଦା । ଚାଷୀଙ୍କ ଆଶା ନୂଆ ସରକାର ତଦନ୍ତ କରି ନ୍ୟାୟ ଦେବେ । ଏବେ ଦେଖିବାର କଥା ନୂଆ ସରକାର ଏହି ଦୁର୍ନୀତି ଉପରେ କଣ ଆକ୍ସନ ନେଉଛନ୍ତି । Categories: ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026