Home ଓଡ଼ିଶା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ୪ ଜଣ ବରିଷ୍ଠ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ସର୍ବଭାରତୀୟ ସିଭିଲ ସର୍ଭିସେସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା, ଡେପୁଟି କଲେକ୍ଟର ଶ୍ରୀ ବିଶ୍ୱଜିତ ପଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ୩୦ ବର୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟ କରି ବରିଷ୍ଠ କର୍ମଚାରୀ ମାନେ ଜିଲ୍ଲା ପ୍ରଶାସନକୁ ସୁଦୃଢ କରିଛନ୍ତି : ଜିଲ୍ଲାପାଳ 0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ୪ ଜଣ ବରିଷ୍ଠ କର୍ମଚାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଏବଂ ଚଳିତ ବର୍ଷ ସର୍ବଭାରତୀୟ ସିଭିଲ ସର୍ଭିସେସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା, ଡେପୁଟି କଲେକ୍ଟର ଶ୍ରୀ ବିଶ୍ୱଜିତ ପଣ୍ଡାଙ୍କୁ ବୁଧବାର ଦିନ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସଭାରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଏହି ସଭାକୁ ପରିଚାଳନା କରିଥିଲେ । ଚଳିତ ମାସ (ଜୁଲାଇ)ରେ ସରକାରୀ ଚାକିରୀ କ୍ଷେତ୍ରରୁ ଅବସର ଗ୍ରହଣ କରୁଥିବା ବରିଷ୍ଠ କର୍ମୀ ମାନେ ହେଲେ: ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ପ୍ରଣବ କୁମାର ଜେନା, ଜିଲ୍ଲା ଜରୁରୀକାଳୀନ ବିଭାଗରେ କାର୍ଯ୍ୟରତ ବରିଷ୍ଠ କର୍ମକର୍ତା ଶ୍ରୀ ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ, ଜିଲ୍ଲାପାଳଙ୍କ ପେସକାର ଶ୍ରୀ ଅକ୍ଷୟ ପଣ୍ଡା, ଏବଂ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ କାର୍ଯ୍ୟରତ ଶ୍ରୀ ବେଣୁଧର ପାଢ଼ୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଗତ ୩୦ ବର୍ଷରୁ ଉର୍ଦ୍ଦ୍ୱ କାର୍ଯ୍ୟରତ ଏହି କର୍ମଚାରୀ ମାନଙ୍କ ଅତୁଟ ଯୋଗଦାନ ଏବଂ ଆଗାମୀ ଅବସରକାଳୀନ ଜୀବନ ସୁଖମୟ ହେବାପାଇଁ ଜିଲ୍ଲାପାଳ କାମନା କରିଥିଲେ । ପ୍ରକୃତରେ ଜଣେ ଅଧିକାରୀ ଶ୍ରେଷ୍ଠ ହୁଏ, ନିଜ କର୍ମଚାରୀ ମାନଙ୍କ ପ୍ରୟାସରେ ଏବଂ ସେଇ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପ୍ରଶାସନ ସଫଳ ହୁଏ ବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଦେ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଏହି ଚାରିଜଣ ବରିଷ୍ଠ କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୪ଟି ସ୍ତମ୍ଭ ବୋଲି ନିଜ ଅଭିଭାଷଣରେ କହିଥିଲେ । ଏଠି ସହିତ, ୨୦୨୩ ସର୍ବଭାରତୀୟ ସିଭିଲ ସର୍ଭିସେସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା, ତଥା ବର୍ତ୍ତମାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟି କଲେକ୍ଟର (ଭୂ-ଅର୍ଜନ) ଶ୍ରୀ ବିଶ୍ୱଜିତ ପଣ୍ଡାଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ, ଶ୍ରୀ ପଣ୍ଡା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିଜସ୍ୱ ଅଭିଜ୍ଞତା ତଥା ଏକ ବାଢ଼ୁତ୍ୱପୂର୍ଣ୍ଣ ବାତାବରଣରେ କାର୍ଯ୍ୟକ୍ଷମତା ବିଷୟରେ କହି ଭାବ ବିହ୍ଵଳ ହୋଇପଡ଼ିଥିଲେ । ସୂଚନାଥାଉକି, ଶ୍ରୀ ପଣ୍ଡା ୨୦୨୩ ସର୍ବଭାରତୀୟ ସିଭିଲ ସର୍ଭିସେସ ପରୀକ୍ଷାରେ, ୩୪୩ ରାଙ୍କ ରଖି ଭାରତୀୟ ପୋଲିସ ସେବାରେ ଯୋଗ ଦେବା ପାଇଁ କିଛି ଦିନ ମଧ୍ୟରେ ଓଡିଶା ପ୍ରଶାସନିକ ସେବାରୁ ଦାୟିତ୍ୱ ନିବୃତ୍ତ ହେବେ ଏବଂ ଖୁବ ଶୀଘ୍ର ମସୌରି ସ୍ଥିତ ଲାଲ ବହାଦୁର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ପାଇଁ ଯୋଗଦାନ କରିବେ । ଏହି ସୌଜନ୍ୟ ମୂଳକ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାପାଳ ସମସ୍ତ ବିଦାୟୀ କର୍ମଚାରୀ ଏବଂ ଅଧିକାରୀଙ୍କୁ ସମ୍ମାନିତ କରିବା ସହିତ ସେମାନଙ୍କ ଦୀର୍ଘାୟୁ ଏବଂ ସୁଖଦ ଭବିଷ୍ୟତ କାମନା କରିଥିଲେ । ଏହି ସଭାରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଡେପୁଟି କଲେକ୍ଟର, ସୁଶ୍ରୀ ବସୁନ୍ଧରା ଭିତିରିଆ, ଡେପୁଟି କଲେକ୍ଟର (ରାଜସ୍ବ) ଡଃ ଶୁଭଙ୍କରୀ ଦାଶ, ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ସୁଶ୍ରୀ ଶ୍ରଦ୍ଧା ସୁମନ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି, ସହକାରୀ ଜିଲ୍ଲାପାଳ ସୁଶ୍ରୀ ମାନସୀ ତରାଇ, ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ଯୋଗଦେଇ ବିଦାୟୀ ଅଧିକାରୀ ଶ୍ରୀ ପଣ୍ଡା ଏବଂ ଅବସର ନେଇଥିବା ୪ଜଣ ବରିଷ୍ଠ କର୍ମଚାରୀଙ୍କ ସୁଖମୟ ଜୀବନ କାମନା କରିଥିଲେ । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content Corrosion-resistant steel solution designed for construction, infrastructure, manufacturing and engineering applications by Proprietor Abhimanyu Maharana September 10, 2026 Actress Ms. Sreeleela Unveils Kalyan Jewellers’ First Showroom in Rayagada by Proprietor Abhimanyu Maharana September 10, 2026 ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ, ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ ସମାରୋହ ସହିତ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମନୋମୁଗ୍ଧକର ପ୍ରସ୍ତୁତି “ମାଟି” by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026