Home ଓଡ଼ିଶା ବର୍ଷା ଜଳ ନିଷ୍କାସନ ପାଇଁ ଏନଏସି ତରଫରୁ ଡ୍ରେନ ସଫା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ବର୍ଷା ଦିନରେ ବିଭିନ୍ନ ସ୍ଥାନରେ ବର୍ଷା ଜଳ ନିଷ୍କାସନ ହୋଇନପାରି ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହେବା ସହ ଧନ ଜୀବନ ନଷ୍ଟ ହେବାର ନଜିର ଥିବାବେଳେ ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ତରଫରୁ ବର୍ଷାଜଳ କିପରି ସହଜରେ ନିଷ୍କାସନ ହୋଇପାରିବ ସେ ନେଇ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ବର୍ଷା ଆରମ୍ଭରୁ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ସହରରେ ଥିବା ଡ୍ରେନ ଗୁଡିକୁ ସଫା କରାଯାଇଛି, ଯେପରି ବର୍ଷା ଜଳ ସହଜରେ ନିଷ୍କାସନ ହୋଇପାରିବ । ସେଥିପାଇଁ ପରିଷଦର ସଫେଇ କର୍ମଚାରୀମାନେ ଡ୍ରେନ ସଫା କରିବାରେ ଲାଗି ପଡିଥିବା ବେଳେ ପୋତି ହୋଇଯାଇଥିବା ଡ୍ରେନ ଉପରୁ ପ୍ଳେଟ ଉଠାଇ ସଫା କରାଯାଇଛି । ଏଥିସହିତ ସହରକୁ ସ୍ବଛ ରଖିବା ଏବଂ ଡେଙ୍ଗୁ ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଅପରିଷ୍କାର ସ୍ଥାନକୁ ମଧ୍ୟ ପରିଷ୍କାର କରାଯାଇଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଉପକୂଳ ଜାତୀୟ ରାଜପଥ ପାଇଁ ସାଇଟ ପରିଦର୍ଶନ by Proprietor Abhimanyu Maharana August 6, 2026 ରାଜସ୍ୱ ମନ୍ତ୍ରୀ ଙ୍କ ପୁରୀ ଜିଲ୍ଲାର ବନ୍ୟା ପରିସ୍ଥିତି ସମୀକ୍ଷା by Proprietor Abhimanyu Maharana August 6, 2026 BM Foundation Conducts Philanthropic Services During Ratha Yatra by Proprietor Abhimanyu Maharana August 6, 2026 ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ by Proprietor Abhimanyu Maharana August 6, 2026 ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର by Proprietor Abhimanyu Maharana August 6, 2026 ଏ.ବି.ପି.ଏମ୍.ଜେ.ଏ.ୱାଇ - ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ by Proprietor Abhimanyu Maharana August 5, 2026