କନ୍ଧମାଳ କବି ଡ଼ଃ. ନୃସିଂହାନନ୍ଦ ମହାପାତ୍ର ସମ୍ମାନିତ

0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :->  କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ସମ୍ପାଦକ ସଂଗଠନର ପ୍ରଥମ ବାର୍ଷିକ ସମାବେଶ ଗୀତ ଗୋବିନ୍ଦ ସଦନ ଭୁବନେଶ୍ୱର ଅନୁଷ୍ଠିତ ହୋଇଯାଇଅଛି,ଏହି ଅବସରରେ କନ୍ଧମାଳ କବି ଡ଼ଃ. ନୃସିଂହାନନ୍ଦ ମହାପାତ୍ରଙ୍କୁ ଗଳ୍ପ ଓ କବିତା ରଚନା ଓ ଶିକ୍ଷା କ୍ଷେତ୍ରରେ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଅଛି । ଏହି ଅବସରରେ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଭୁୟସୀ ପ୍ରଶଂସା କରିବା ସହିତ ତାଙ୍କର ଏହି କୃତି ଓ କୃତିତ୍ୱ ପାଇଁ କନ୍ଧମାଳ ଜିଲ୍ଲା ରେ ଏଭଳି ସାହିତ୍ୟ ର ବିକାଶ ପାଇଁ ଆପଣଙ୍କ ସ୍ଵଲିଖିତ ୩୫ ଖଣ୍ଡ ଆଧ୍ୟାତ୍ମିକ ପୁସ୍ତକ ସଦା ସର୍ବଦା ସାହିତ୍ୟ ବାଣୀଭଣ୍ଡାରକୁ ବିକାଶ କରିବ ବୋଲି ସୁଲୋଚନା ଦାସ ମାୟେର ଭୁବନେଶ୍ୱର ମତ ବ୍ୟକ୍ତ କରିଥିଲେ। ଆପଣଙ୍କର ଏହି କୃତି ପାଇଁ ମାନପତ୍ର ଓ ଉପଢ଼ୌପନ ଦେଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଆପଣଙ୍କୁ ସମ୍ମାନିତ କରିଥିଲେ ।

ଏହି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ସମ୍ପାଦକ ସଂଗଠନର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ।। ଏହି ଅବସର ରେ ବିପିନବିହାରୀ ମିଶ୍ର ଓଡିଶା ସମାଜ ଅଧ୍ୟକ୍ଷ ମୁମ୍ବାଇ ଓ ମୁଖ୍ୟ ଏଡିଟର ମୁମ୍ବାଇ ଓଡ଼ିଆ ସମାଜର ଯୋଗ ଦେଇ ଥିଲେ ,ଏତଦ୍ ଭିନ୍ନ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର,ଶ୍ରୀଯୁକ୍ତ ସୂର୍ଯ୍ୟମଣି ମିଶ୍ର ବରିଷ୍ଠ ସାମ୍ବାଦିକ,ଶ୍ରୀଯୁକ୍ତ ସରତ ମିଶ୍ର ବରିଷ୍ଠ ସାମ୍ବାଦିକ ,ସମ୍ପାଦକ ଏନ.ଜେ.ଡବ୍ଲୁ,ଶ୍ରୀଯୁକ୍ତ ଲଳିତନାରାୟଣ ରଥ ,ଶ୍ରୀଯୁକ୍ତ ଶକ୍ତିଶାଇ ମିଶ୍ର ସହଯୋଗୀ ଏଡିଟର ଅର୍ଗସ ନିଉଜ଼ ଭୁବନେଶ୍ୱର ,ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି ସିନିୟର ସାମ୍ବାଦିକ ,ଓ.ୟୁ.ଯେ ଭୁବନେଶ୍ୱର,ଶ୍ରୀଯୁକ୍ତ ମାନ୍ୟବର ବିଧାୟକ ପାଲହାର ଅଶୋକ ମହାନ୍ତି ,ଶ୍ରୀଯୁକ୍ତ ମାନ୍ୟବର ବିଧାୟକ ପରଜଙ୍ଗ ବିଭୁତିଭୂଷଣ ପ୍ରଧାନ, ଶ୍ରୀଯୁକ୍ତ ମାନ୍ୟବର ବିଧାୟକ ଅନୁଗୁଳ ପ୍ରତାପ ଚନ୍ଦ୍ର ପ୍ରଧାନ,ଶ୍ରୀଯୁକ୍ତ ଶୗଭାଗ୍ୟ ଚନ୍ଦ୍ର ନାୟକ ସଭାପତି ବିଜେପି,ଶ୍ରୀଯୁକ୍ତ ମଦନ ମୋହନ ସାହୁ ଉପସଭାପତି ବିଜେପି,

ଶ୍ରୀଯୁକ୍ତ ବିରଂଚି ପ୍ରିୟ ସାମନ୍ତରାୟ ମୁଖ୍ୟ ଏଡିଟର ଆଶାପ୍ରଦୀପ ,ଭୁବନେଶ୍ୱର ,ଶ୍ରୀଯୁକ୍ତ ରାଜେଶ କୁମାର ଦେହୁରୀ ସାମ୍ବାଦିକ ପ୍ରମୟ ଢେଙ୍କାନାଳ ,ଶ୍ରୀଯୁକ୍ତ ବାଳକୃଷ୍ଣ ରାଉତ ,ଶ୍ରୀଯୁକ୍ତ ଦିନମୋହନ ରାୟ ଅନୁଗୁଳ ବରିଷ୍ଠ ସାମ୍ବାଦିକ ଓ ମାଟି ଭାଷା ର ସମ୍ପାଦକ ଦିଲ୍ଲୀପ କୁମାର ଜେନାମଣି ଉପସ୍ଥିତ ରହି ସଂଘର ବିଭିନ୍ନ ପ୍ରକାର ସମସ୍ୟା ର କିପରି ସମାଧାନ ହୋଇପାରିବ ସେହି ବିଷୟ ବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସର ରେ ଓଡିଶା ର ପ୍ରତ୍ୟକ ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ମାନେ ଯୋଗ ଦେଇ ନିଜ ନିଜ ଅଞ୍ଚଳର ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ସର୍ବଶେଷ ରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଡ଼ଃ. ନୃସିଂହାନନ୍ଦ ମହାପାତ୍ର ବୈଦିକ ଶାନ୍ତି ପାଠ ଉଚ୍ଚାରଣ କରି ସଭା ସାଙ୍ଗ କରିଥିଲେ ।

Exit mobile version