Home ଓଡ଼ିଶା ବ୍ଲକ୍ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ଏନ୍ ଏ ସି ସଭାଗୃହରେ ବ୍ଲକ୍ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ , ବିଧାୟକ ରମେଶ ଚନ୍ଦ୍ର ବେହେରା, ନିର୍ବାହୀ ଅଧିକାରୀ ଚନ୍ଦ୍ରଶେଖର ବାରିକ,ଏନ୍ ଏ ସି ଅଧ୍ୟକ୍ଷା ଇଂ ପୁନମ୍ ପ୍ରୀୟଦର୍ଶିନୀ, ମୁନିସପାଲ୍ ଇଂଜିନିୟର ଅଶୋକ କୁମାର ଦଳବେହେରା କଂ ସମେତ ସମସ୍ତ କାଉନସିଲର୍ ଯୋଗ ଦେଇ , ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ପବିତ୍ର ସ୍ବାଧୀନତା ଦିବସ କୁ ମହାସମାରୋହରେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଆଜିର ବୈଠକରେ ସମସ୍ତ କାଉନସିଲର୍ ମାନେ ସବୁବର୍ଷ ପରି , ଏବର୍ଷ ମଧ୍ୟ ,ପୂର୍ବକ୍ତୋ ବିଧିବ୍ୟବସ୍ଥା ମୁତାବକ , ବ୍ରାହ୍ମ ମୂହୁର୍ତ୍ତରେ ରାମଧୂନ୍ , ପ୍ରଭାତଫେରୀ ପରେ ପରେ ମହାପୁରୁଷ ମାନକଂ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ ସହିତ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ରୋଗୀ ମାନକୁଂ ଫଳ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରଖାଯାଇଛି । ଦଶପଲ୍ଲା ହାଟ ପଡିଆ ନିକଟସ୍ଥ ନେତାଜୀ ମଇଦାନରେ ସକାଳ ୯ ଟା ୧୫ ମିନିଟ୍ ସମୟରେ , ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଜାତୀୟ ପତାକା ଉତ୍ତୋଳନ କରିବା ପରେ ,ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ କୁଂ ନେଇ , ପ୍ୟାରେଡ୍ ଅନୁଷ୍ଠିତ ହେବ । ବ୍ଲକ୍ ସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର ପ୍ରଗ୍ୟାଂପନ ମେଢ ମଧ୍ୟ ପ୍ରଦର୍ଶିତ ହେବାର ଯୋଜନା ରହିଛି । ବ୍ଲକ୍ ସ୍ତରରେ କୃତ୍ତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନକୁଂ ମଧ୍ୟ ଏହି ପବିତ୍ର ଦିବସ ଅବସରରେ ସମ୍ମାନିତ କରିବା ପାଇଁ ସ୍ଥିର କରାଯାଇଛି । ସଂଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ଆୟୋଜନ ପୂର୍ବକ ,ଏହି ଉତ୍ସବ କୁ ପାଳନ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣା ପଡିଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଭକ୍ତଙ୍କ ଗହଣରେ ପ୍ରେମ ପ୍ରଭାହିନୀ ରଥ ବାଣ୍ଟୁଛି ପ୍ରେମ, ସେବା ଓ ଆଧ୍ୟାତ୍ମିକତାର ବାର୍ତ୍ତା by Proprietor Abhimanyu Maharana October 6, 2026 Chandi Bhandar Unveils the “Aaranya” Edit for Durga Puja by Proprietor Abhimanyu Maharana October 5, 2026 ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026