Home ଓଡ଼ିଶା ଗୁଣପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକଙ୍କ ମନମୁଖୀ ଅନ୍ୟାୟ କାର୍ଯ୍ୟକ୍ରମ : ଛାତ୍ର ଛାତ୍ରୀ ଓ କର୍ମଚାରୀ ଅସନ୍ତୋଷ – ଅନ୍ୟତ୍ର ବଦଳି ଦାବି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ ଗୁଣପୁର ଗ୍ରାମ ପଞ୍ଚାୟତ ର ଗୁଣପୁର ଉଚ୍ଚ ବିଦ୍ୟାଳୟ ହଷ୍ଟେଲ ସହିତ ୧୯୮୨ ମସିହା ଠାରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ସ୍ଥାପିତ ହୋଇଅଛି । ବିଦ୍ୟାଳୟ ବହୁ ପୁରାତନ ହେଲେ ମଧ୍ୟ ଆଗରୁ ଯେତେ ଶିକ୍ଷକ ଶିକ୍ଷୟିତ୍ରୀ, ଅଫିସ ଷ୍ଟାପ୍, ଓ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସହଯୋଗ ସହାନୁଭୂତି ସହ ଶାନ୍ତି ଶୃଙ୍ଖଳା ର ସହିତ ସୁଚାରୁ ରୁପେ ପରିଚାଳିତ ହେଉଥିଲା । କିନ୍ତୁ ବର୍ତ୍ତମାନ ଶ୍ରୀ ଲୋକନାଥ ବିଶୋଇ ପ୍ରଧାନ ଶିକ୍ଷକ ଆସିବା ଦିନଠାରୁ ସେ ମାନମାନି ଓ ଏକଚାଟିଆ କାର୍ଯ୍ୟକଳାପ ଯୋଗୁଁ ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନେ ତୀବ୍ର ଅସନ୍ତୋଷ ଦେଖାଦେଇ ବିଦ୍ୟାଳୟ ରେ ବାରମ୍ବାର ବିଶୃଙ୍ଖଳା ଦିନକୁ ଦିନ ବଢ଼ିବାରେ ଲାଗିଛି । ଉକ୍ତ ବିଦ୍ୟାଳୟ ରେ ୨ରୁ ୩ଜଣ କର୍ମଚାରୀ ମିଶି ଗୋଟିଏ ଘରେ ରହୁଛନ୍ତି ହେଲେ ପ୍ରଧାନ ଶିକ୍ଷକ ଶ୍ରୀ ବିଶୋଇ ସେ ମାନଙ୍କୁ ରହିବା ପାଇଁ ଅନୁପଯୁକ୍ତ ଭଙ୍ଗା ଗୃହରେ ବର୍ତ୍ତମାନ ଆଲର୍ଟ କରି ସମସ୍ତ କର୍ମଚାରୀଙ୍କ ର ୨ ବର୍ଷ ହେଲା HRA କାଟି ଆସୁଛନ୍ତି। ଫଳରେ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସେ ପୁଣି କହୁଛନ୍ତି ଭଙ୍ଗା ଘରେ କଣ ବାରଣ୍ଡାରେ ପାଦ ଦେଲେ ମଧ୍ୟ HRA କଟିବ ତାହା ପୁଣି ତାଛଲ୍ୟ କରି କହିଛନ୍ତି ଯେ ଯେମିତି ପ୍ରଧାନ ଶିକ୍ଷକଙ୍କ ଠାରୁ ଶୁଣିବା କେବେ ମଧ୍ୟ ସୋଭାନୀୟ ନୁହେଁ । ଗତ କିଛି ମାସ ତଳେ ହଷ୍ଟେଲ ଛାତ୍ର ଛାତ୍ରୀ ହଷ୍ଟେଲ ରୁ ବାହାରି ୧୫ କିଲୋମିଟର ଦୂର ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ୍ ରେ ଅଭିଯୋଗ ପାଇଁ ବାହାରି ଆସିଥିଲେ ସେଠାରୁ SMC କମିଟି ଓ କିଛି ଅଧିକାରୀ ସହ ସମାଜସେବୀ ବାଟରୁ ବୁଝା ସୁଝା କରି ଫେରାଇ ଆଣିଥିଲେ । ବର୍ତମାନ ହଷ୍ଟେଲ ଛାତ୍ର ଛାତ୍ରୀଙ୍କୁ ତାଙ୍କ ମୌଳିକ ଅଧିକାର ଦେଉ ନ ଥିବା ବେଳେ ପୋକ ସାଲୁ ସାଲୁ ଚାଉଳ ସହିତ କେବଳ ଭାତ ଓ ପାଣିଆ ଡାଲିରେ ଦେଉଥିବା ଯୋଗୁଁ ଛାତ୍ର ଛାତ୍ରୀ ବାରମ୍ବାର ପ୍ରତିବାଦ କରୁଛନ୍ତି । ଛାତ୍ର ଛାତ୍ରୀଙ୍କ କହିବା ଅନୁଯାୟୀ ୨୦୦ଜଣଙ୍କୁ ଦେଉଥିବା ଡାଲି ଓ ପନିପରିବା ମଧ୍ୟ ଯଥେଷ୍ଟ ନୁହଁ । ଏଠି ବର୍ତ୍ତମାନ ହଷ୍ଟେଲ ଛାତ୍ର ଛାତ୍ରୀ ଙ୍କ ଖାଦ୍ୟ ମଧ୍ୟ ବହୁତ ନିମ୍ନମାନର ଯୋଗୁଁ ଛାତ୍ର ଛାତ୍ରୀ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ସୁଧାର ଆସୁନାହିଁ କି ପ୍ରଧାନ ଶିକ୍ଷକ କାହା କଥା ଶୁଣୁ ନାହାନ୍ତି । ସ୍କୁଲ ର ସଭାପତି ଓ ଅନ୍ୟାନ୍ୟ କର୍ମଚାରୀ ଙ୍କ ମତାମତ କୁ ଶୁଣୁନାହାନ୍ତି । ଯାହା ଆଗରୁ ଯେତେ ସବୁ ପ୍ରଧାନ ଶିକ୍ଷକ ଆସି ଯାଇଛନ୍ତି ସମସ୍ତଙ୍କ ଠାରୁ ଶ୍ରୀ ବିଶୋଇ ଅନ୍ୟ ପ୍ରକାର ବୋଲି ଆଲୋଚନା ରୁ ଜଣାପଡୁଛି । ଏହାର ଜ୍ୱଳନ୍ତ ପ୍ରମାଣ ଫୋଟୋ ଓ ପ୍ରତିବାଦ ର ଫୋଟୋ ,ଭିଡିଓ ସ୍କୁଲ ପରିସର ଜନସାଧାରଣ,SMC କମିଟି, ଓ ଅବିଭାବକ ପାଖରେ ଘୁରି ବୁଲୁଥିବା ପରିଲକ୍ଷିତ ହେଉଛି । ତା ସତ୍ବେ ମଧ୍ୟ ଅଭିଯୋଗ କଲାପରେ ମଧ୍ୟ ପ୍ରଶାସନ ଓ ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ କିଛି ଆଖିଦୃଶିଆ ପଦକ୍ଷେପ ନ ନେବା ଅତ୍ୟନ୍ତ ଚିନ୍ତା ଓ ଦୁର୍ଭାଗ୍ୟର ବିଷୟ ଅଟେ । ଏଣୁ ବର୍ତ୍ତମାନ ଆହୁରି ଅଭିଯୋଗ କରି ଦୃଢତାର ସହ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ନିଷ୍ପତି ଯେ ପ୍ରଧାନ ଶିକ୍ଷକ ଶ୍ରୀ ବିଶୋଇ ଙ୍କୁ ଅନ୍ୟତ୍ର ବଦଳି କରି ଆଉ ଏକ ନୂତନ ପ୍ରଧାନ ଶିକ୍ଷକ ଦିଆଯାଉ ବୋଲି ଦାବୀ କରୁଛନ୍ତି । ଏବଂ ଛାତ୍ର ଛାତ୍ରୀ , ଅଭିଭାବକ,SMC ଚେୟାରମେନ ଦାବୀ କରୁଛନ୍ତି କି ପ୍ରଧାନ ଶିକ୍ଷକ ଙ୍କୁ ଅନ୍ୟତ୍ର ଶୀଘ୍ର ବଦଳି କରାଯାଉ ନ ହେଲେ ଏହି ବିଶୃଙ୍ଖଳା ଦିନକୁ ଦିନ ବୃଦ୍ଧି ପାଉଥିବ । ଏଣିକି ବାକି ରହିଲା ଏହାର ସମାଧାନ ଦିଗରେ ପ୍ରଶାସନ ତରଫରୁ କେବେ ଉଚିତ୍ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana September 18, 2026 ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ by Proprietor Abhimanyu Maharana September 18, 2026 ତାରିଣୀପୀଠରେ ଶତାଧିକ କୃଷକଙ୍କ ସମାଗମ ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ by Proprietor Abhimanyu Maharana September 18, 2026 ନୟାଗଡ଼ରେ ବିଜେପିର ମିଶ୍ରଣ ପର୍ବ : ପଦ୍ମ ଧରିଲେ ବିରୁଡ଼ା ପଞ୍ଚାୟତର ବିଜେଡି କର୍ମୀ by Proprietor Abhimanyu Maharana September 18, 2026 ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ଗବେଷଣା ପାଇଁ ସମର୍ପିତ ଥିଲେ ପଣ୍ଡିତ ବିନାୟକ ମିଶ୍ର by Proprietor Abhimanyu Maharana September 18, 2026 ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026