Home ଓଡ଼ିଶା ହଳଦିଆ କଲେଜ ବିବାଦ ଘଟଣା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ଖୋର୍ଦ୍ଧା ହଳଦିଆ କଲେଜ ପଦକୁ ନେଇ ଉପୁଜିଥିବା ବିବାଦ ପୁଣି ଭିନ୍ନ ମୋଡ଼ । ମାଡ଼ ଖାଇଥିବା କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଉମାକାନ୍ତ ପାତ୍ରଙ୍କ ବଦଳି ଆଦେଶକୁ ଉଚ୍ଚ ଶିକ୍ଷା ବିଭାଗ ପ୍ରତ୍ୟାହାର କରିଛି ତୁରନ୍ତ ନିରାକାରପୁର କେବି ଡିଏଭି କଲେଜରେ ଯୋଗ ଦେବା ପାଇଁ ତାଙ୍କୁ ନିର୍ଦ୍ଦେଶ ହୋଇଛି ।କଲେଜ କ୍ୟାମ୍ପସ୍ରେ ମାଡ଼ ଖାଇଥିବା ଭରପ୍ରାପ୍ତ ପ୍ରିନ୍ସିପାଲ୍ ଶ୍ରୀ ପାତ୍ରଙ୍କ ବିରୋଧରେ ଉଚ୍ଚଶିକ୍ଷା ବିଭାଗର ଏ ପ୍ରକାର ନିର୍ଦ୍ଦେଶନାମା କେବଳ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ନାହିଁ, ବରଂ କଲେଜର ଅଧ୍ୟକ୍ଷ ପଦ ପାଇଁ ଗଲା କେଇଟା ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ଜାରି କରିଥିବା ବଦଳି ଓ ବାତିଲ ନିର୍ଦ୍ଦେଶନାମା ଉଚ୍ଚ ଶିକ୍ଷା ବିଭାଗର କାରନାମା ପଦାକୁ ଆସିଛି । ହଳଦିଆ କଲେଜ ପରିଚାଳନା କମିଟିର ସଭାପତି ରଞ୍ଜନ କୁମାର ଭଞ୍ଜ ଓ ଇତିହାସ ବିଭାଗର ଅଧ୍ୟାପକ ବିଜୟ କୁମାର ଭଞ୍ଜଦେଓ ଏବେ ପଦାକୁ ଆସିଛନ୍ତି।ଗତ ମାସ ୩ ତାରିଖ କଲେଜରେ ଏ ଅପ୍ରୀତିକର ଘଟଣା ଘଟିଥିଲା | ଉଭୟଙ୍କ ବିରୋଧରେ ଥାନାରେ ଦୁଇ ଦୁଇଟି ମାମଲା ରୁଜ୍ଜୁ ହୋଇଥିଲା । ତା’ ପରଠାରୁ ଏ ଦୁହିଁଙ୍କର ପତ୍ତା ନଥିଲା । ଉଭୟଙ୍କର ଆଗୁଆ ଜାମିନ ମଞ୍ଜୁର ହୋଇଥିବା ବଳେ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ପାତ୍ରଙ୍କ ଆଦେଶକୁ ଉଚ୍ଚଶିକ୍ଷା ବିଭାଗ ପ୍ରତ୍ୟାହାର କରିନେଇଛି! ଏହା ପରେ ସଭାପତି ରଂଜନ କୁମାର ଭଜଂ ଓ ବିଜୟ କୁମାର ଭଜଂଦେଓ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ପାତ୍ରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି | ର୍ଶାଇଛନ୍ତି, ଆଇନ ଅନୁସାରେଶ୍ରୀ ପାତ୍ର କଲେଜ ଅଧ୍ୟକ୍ଷ ପଦବିରେ ନାହାନ୍ତି । ତାଙ୍କର ବଦଳି ନିର୍ଦ୍ଦେଶନାମା ଫେବ୍ରୁଆରି ୨ତାରିଖରେ ଉଚ୍ଚ ଶିକ୍ଷା ବିଭାଗ କରିଥିଲା । ତଦନୁସାରେ, ଜୁନ୍ ୧୯ତାରିଖରେ କଲେଜର ସଭାପତି ଶ୍ରୀ ଭଞ୍ଜ ତାଙ୍କୁ କଲେଜର କରୁ ରିଲିଭ୍ କରିଥିଲେ । କିନ୍ତୁ ଶ୍ରୀ ପାତ୍ର ନା ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକୁ ମାନିଲେ ନା ସଭାପତିଙ୍କ ରିଲିଭ୍ ନିର୍ଦ୍ଦେଶକୁ ଅବମାନନା କଲେ | ବରଂ ଶ୍ରୀ ପାତ୍ର କଲେଜରୁ ରିଲିଭ୍ ହେଲା ପରେ ବି ଜବରଦସ୍ତ କଲେଜରେ ରେ ପଶି କାମ କରୁଛନ୍ତି | ଯାହା ଆଇନ ବିରୋଧୀ । ୨୫ତାରିଖରେ ଉଚ୍ଚଶିକ୍ଷା ବିଭାଗ ମଧ୍ୟ ସମାନ ନିର୍ଦ୍ଦେଶ ଦେଇଛି । ଉଚ୍ଚଶିକ୍ଷା ବିଭାଗ ତାଙ୍କ ନାଁରେ ଜାରି କରିଥିବା ବଦଳି ନିର୍ଦ୍ଦେଶନାମାକୁ କାଏମ୍ ପୂର୍ବକ ତୁରନ୍ତ ହଳଦିଆ ଛାଡି ନିରାକାରପୁର କଲେଜରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତା’ ସହିତ କଲେଜ ସଭାପତି ଗତ ଜୁନ୍ ୧୯ତାରିଖ କଲେ ଭଞ୍ଜ ଦେଇଥିବା ରିଲିଭ୍ ଅର୍ଡରକୁ ମାନ୍ୟ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଉଚ୍ଚଶିକ୍ଷା ବିଭାଗର ଏ ପ୍ରକାର ସାନି ଚିଠି ପରେ ଗଲା ୨୬ତାରିଖ ହାଇକୋର୍ଟ ମଧ୍ୟ ସମାନ କଥାକୁ ଦୋହରାଇଛନ୍ତି । ନିରାକାରପୁର କେବିଡିଏଭି କଲେଜରେ ତୁରନ୍ତ ଯୋଗ ଦେବା ପାଇଁ କୋର୍ଟ ସ୍ପଷ୍ଟ କରାଯାଇଥିଲେ ମଧ୍ୟ ସେ ତାକୁ ଅନୁପାଳନ କରୁନାହାନ୍ତି ବୋଲି ଜିଲ୍ଲାପାଳଙ୍କ ନିକଟରେ ଶ୍ରୀ ଭଂଜଦେଓ ଓ ତାଙ୍କର ଆଇନଜୀବୀ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ଭଜଂ ଦେଓ ସଂପୂର୍ଣ୍ଣ ନିର୍ଦୋଷ ଥିବା ଆଇନଜୀବୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026