Home ଓଡ଼ିଶା ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସହ ବିଜେପି କୃଷକମୋର୍ଚ୍ଚାର ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବିଜେପିି ସରକାର ଚାଷୀଙ୍କ ପାଇଁ ସମର୍ପିତ : ମହେଶ୍ୱର ସାହୁ ଧାନ ମଣ୍ଡିଗୁଡ଼ିକରେ ଭିତିଭୂମିର ବିକାଶ ପାଇଁ ଆଲୋଚନା ୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ କୃଷି ଓ କୃଷକମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେଇଛି । ଏନେଇ ପୂର୍ବ ସରକାର ତୁଳନାରେ ମୋହନ ମାଝୀଙ୍କ ସରକାର କୃଷି ବଜେଟ ପରିମାଣ ୩୬ ପ୍ରତିଶତ ବୃଦ୍ଧି କରିଛି । ଧାନ ସହାୟକ ମୂଲ୍ୟ ବୃଦ୍ଧି କରିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନିମନ୍ତ୍ରଣ କ୍ରମେ ଲୋକସେବା ଭବନରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ରାଜ୍ୟର ଚାଷୀନେତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାଷୀନେତାମାନଙ୍କ ଏକ ପ୍ରତିନିଧିମଣ୍ଡଳୀ ଯୋଗଦେଇ ଖରିଫ ଧାନ କିଣା ଓ ମଣ୍ଡି ସୁପରିଚାଳନା ଉପରେ ଯୋଜନାବଦ୍ଧ ଭାବେ ଆଲୋଚନା କରିଥିଲେ । ବିଶେଷ କରି କଟନି ଓ ଛଟଣି ମୁକ୍ତ ଧାନ ମଣ୍ଡି, ଧାନ କୁଇଂଟାଲ ପିଛିା ୩୧୦୦ ଟଙ୍କା ଓ ବିକିବାର ୪୮ ଘଂଟା ମଧ୍ୟରେ କିପରି ସୁନିଶ୍ଚିତ ଟଙ୍କା ମିଳିବ ସେନେେଇ ବୈଠକରେ ଉପସ୍ଥିତ ଚାଷୀମାନେ ଗୁରୁତ୍ୱାରୋପ କରିଥିଲେ । ଧାନ ମଣ୍ଡିଗୁଡ଼ିକରେ ଭିତିଭୂମିର ବିକାଶ ପାଇଁ ଆଲୋଚନା ହୋଇଥିଲା । ବିଜେପିି ସରକାର ଚାଷୀଙ୍କ ପାଇଁ ସମର୍ପିତ ବୋଲି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟକାରିଣୀ ସଦସ୍ୟ ଯଦୁମଣି ପ୍ରାଣିଗ୍ରାହୀ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ସର୍ବଶ୍ରୀ ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ସମ୍ପାଦକ ଅଶୋକ କୁମାର ରଥ, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ରାଜ୍ୟ ସଂଯୋଜକ ପ୍ରଶାନ୍ତ କୁମାର ସ୍ୱାଇଁ, ଜୟ ଲକ୍ଷ୍ମୀ ମହାନ୍ତି, ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ସୂର୍ଯ୍ୟ ନାରାୟଣ ମହାପାତ୍ର ଓ ହୃଷୀକେଶ ଜେନା ପ୍ରମୁଖ ସାମିଲ ହୋଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026 Silver Gandhi demands regularisation of Contractual Teachers - Submitted Memorandum to CM by Proprietor Abhimanyu Maharana October 7, 2026 ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି by Proprietor Abhimanyu Maharana October 7, 2026