Home ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶିକା ଡ. ସାମନ୍ତରାୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶିକା ଡ. ଜ୍ୟୋତିର୍ମତୀ ସାମନ୍ତରାୟ ଆଜି ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଡ. ସାମନ୍ତରାୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରି ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସେବାନିବୃତ୍ତ ଡ. ସାମନ୍ତରାୟଙ୍କ ସୁସ୍ଥ ଓ ନିରାମୟ ଅବସରକାଳୀନ ଜୀବନ କାମନା କରିଥିଲେ । ସେ ଡ. ସାମନ୍ତରାୟଙ୍କ କାର୍ଯ୍ୟଦକ୍ଷତା, ଆନ୍ତରିକତା ଓ କର୍ତ୍ତବ୍ୟପରାୟଣତାର ପ୍ରଶଂସା କରି ତାହା କନିଷ୍ଠ ଅଧିକାରୀମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇରହିବ ବୋଲି ଉଲ୍ଲେଖ କରିଥିଲେ । ସେ ଡ. ସାମନ୍ତରାୟଙ୍କୁ ଚୂଡ଼ାନ୍ତ ପେନସନ୍ କାଗଜାତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଡ. ସାମନ୍ତରାୟ ନିଜର କର୍ମମୟ ଜୀବନର ଅଭିଜ୍ଞତା ବର୍ଣ୍ଣନା କରିବା ସହ ବିଭାଗ ପକ୍ଷରୁ ପାଇଥିବା ସ୍ନେହ, ଶ୍ରଦ୍ଧା ଓ ସହଯୋଗ ନିମନ୍ତେ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ ଦାଶ, ଉପଶାସନ ସଚିବ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଉପନିର୍ଦ୍ଦେଶିକା ଦୀପ୍ତିମୟୀ ମହାପାତ୍ର, ସୂଚନା ଅଧିକାରୀ ଶ୍ରୀ ସୌରଭ ପ୍ରଧାନ ପ୍ରମୁଖ ଡ. ସାମନ୍ତରାୟଙ୍କ ସହିତ ସେମାନଙ୍କର କର୍ମଜୀବନର ଅଭିଜ୍ଞତା ସଂପର୍କରେ ଉଲ୍ଲେଖ କରିବା ସହ ତାଙ୍କ ଅର୍ଥପୂର୍ଣ୍ଣ ଅବସରକାଳୀନ ଜୀବନଚର୍ଯ୍ୟା ନିମନ୍ତେ ଶୁଭେଚ୍ଛା ଜଣାଇଥିଲେ । ନିର୍ଦ୍ଦେଶକ ଶ୍ରୀ ସାମଲ ସେବାନିବୃତ୍ତ ଡ. ସାମନ୍ତରାୟଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026