Home ଓଡ଼ିଶା ଦଶପଲ୍ଲା ପଶ୍ଚିମାଞ୍ଚଳ କୁ ପ୍ରତାରଣା : ତରବରିଆ ଭାବେ ଉଦ୍ଘାଟିତ ହୋଇଥିଲା ତାକୁଡା ବିଦ୍ୟୁତ୍ ସବ୍ – ଷ୍ଟେସନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଉଦ୍ଘାଟନର ପରେ ବି ହୋଇନି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ପଶ୍ଚିମାଞ୍ଚଳରେ ବିକାଶ ଧାରାରେ ଯୋଡ଼ି ହୋଇଛି ୩୩/୧୧ କେଭି ଇଲେକ୍ଟ୍ରି ସବଷ୍ଟେସନ । ଆଦିବାସୀ ବହୁଳ ଅଞ୍ଚଳ ଦଶପଲ୍ଲା ବ୍ଲକର ପଶ୍ଚିମାଞ୍ଚଳ ଭାବରେ ପରିଚିତ ୭ ଗୋଟି ପଞ୍ଚାୟତରେ ଦୀର୍ଘଦିନ ହେବ ବିଜୁଳି ସମସ୍ୟା ଉପୁଜୁଥିଲା । ଏହି ସମସ୍ୟା କୁ ଦୃଷ୍ଟିରେରଖି ଦଶପଲ୍ଲା ର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବି ଜେ ପି ନେତା ପୁର୍ଣ୍ଣଚନ୍ଦ୍ର ନାୟକ ତାଙ୍କ କାର୍ଯ୍ୟକାଳ ସମୟରେ , ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଦିବାସୀ ବହୁଳ ୭ ଗୋଟି ପଞ୍ଚାୟତ ପାଇଁ ୩୩/୧୧ କେଭିର ସବ୍ ଷ୍ଟେସନ କରିବା ପାଇଁ ଅର୍ଥମଞ୍ଜୁର କରିଥିଲେ । ବିଗତ ଦିନରେ ଦଶପଲ୍ଲା ବିଧାୟକ ରମେଶ ବେହେରା କଂ ପୈରହିତ୍ୟରେ ମୁଖ୍ୟଅତିଥି ରୂପେ ତତକାଳିନ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଆନୁଷ୍ଠାନିକ ଭାବରେ କୁଲୁରୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ତାକୁଡ଼ାଠାରେ ନିର୍ମାଣ ହୋଇଥିବା ୩୩/୧୧ କେଭି ସବଷ୍ଟେସନ କୁ ଉଦ୍ଘାଟନ କରିଥିଲେ ।ହେଲେ ଅଦ୍ୟାବଧି ସବ୍ ଷ୍ଟେସନ ଟି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଆଂଶିକ ଭାବରେ କାର୍ଯ୍ୟକ୍ଷମ ହୋଇଥିବାରୁ , ସାତଗୋଟି ଆଦିବାସୀ ଅଧ୍ୟୁଷିତ ଅଂଚଳର ବିଦ୍ୟୁତ୍ ଉପଭୋକ୍ତା ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସର୍ବସାଧାରଣରେ ଦାବି ହେଉଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଭକ୍ତଙ୍କ ଗହଣରେ ପ୍ରେମ ପ୍ରଭାହିନୀ ରଥ ବାଣ୍ଟୁଛି ପ୍ରେମ, ସେବା ଓ ଆଧ୍ୟାତ୍ମିକତାର ବାର୍ତ୍ତା by Proprietor Abhimanyu Maharana October 6, 2026 Chandi Bhandar Unveils the “Aaranya” Edit for Durga Puja by Proprietor Abhimanyu Maharana October 5, 2026 ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026