୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ନୟାଗଡ ଜିଲ୍ଲା ଦଶପଲ୍ଲା ପଶ୍ଚିମାଞ୍ଚଳ ର ଶେଷ ସୀମା ହେଉଛି ବାଣିଗୋଚ୍ଛା ପଂଚାୟତ l ଏହି ବଜାର ଉପରେ ମୁଖ୍ୟତଃ କଳସାଖମଣ, ଚଢେୟାପଲ୍ଲୀ, ଦୁଡା, କୁଜାମେଣ୍ଢି, କୁଲୁରୁକୁମ୍ପା, ବାଣିଗୋଛା, ନୂଆଗାଁ ଭଳି ୭ ଗୋଟି ଆଦିବାସୀ ଅଧ୍ୟୁଷିତ ପଂଚାୟତ ସମେତ ବଉଦ୍ ଜିଲ୍ଲା ହରଭଂଗା ବ୍ଲକ୍ ର ତିନିଗୋଟି ଆଦିବାସୀ ଅଧ୍ୟୁଷିତ ଗ୍ରାମପଞ୍ଚାୟତ ର ଜନ ସାଧାରଣ , ବ୍ୟବସାୟ,ସ୍ବାସ୍ଥ୍ୟ, ଶିକ୍ଷା ପାଇଁ ମୂଖ୍ୟତଃ ବାଣିଗୋଛା ବଜାର ଉପରେ ନିର୍ଭର କରନ୍ତି । ବାଣିଗୋଚ୍ଛା ରେ ରହିଛି ଥାନା, କଲେଜ, ହାଇସ୍କୁଲ, ମେଡିକାଲ, ପ୍ରାଣୀ
ଚିକିତ୍ସା କେନ୍ଦ୍ର ।
ହେଲେ ନୟାଗଡ଼ ଓ ବୌଦ୍ଧ ଜିଲ୍ଲା କୁ ସଂଯୋଗ କରୁଥିବା ୫୭ ନମ୍ବର ଜାତୀୟ ରାଜପଥ ର ବାଣିଗୋଚ୍ଛା ଛକ ଠାରୁ କୁସଙ୍ଗ ପର୍ଯ୍ୟନ୍ତ ୨୫ କିଲୋମିଟର ରାସ୍ତା ରେ ତିନୋଟି ପଂଚାୟତ ପଡିଥାଏ ହେଲେ ଏହି ତିନୋଟି ପଂଚାୟତ ର ଛାତ୍ର ଛାତ୍ରୀ ମାନେ ପ୍ରତିଦିନ ବାଣିଗୋଛା କଲେଜ, ସ୍କୁଲ କୁ ପାଠ ପଢିବା ପାଇଁ ଆସନ୍ତି । ହେଲେ ବାଣିଗୋଚ୍ଛା ଛକ ଠାରୁ ପ୍ରାୟ ୨ କିଲୋମିଟର ରାସ୍ତା, ଲଗାଣ ବର୍ଷା ଯୋଗୁଁ ଅତି ଶୋଚନୀୟ ହୋଇ ପଡିଛି । ଏହି ରାସ୍ତାରେ , ସାଧାରଣ ସାଇକେଲ ଖଣ୍ଡିଏ ନେବା ମଧ୍ୟ ମୁସ୍କିଲ ହୋଇ ପଡିଛି । ବାଣିଗୋଛା ପଟରୁ ଯେଉଁ ଗାଡ଼ିମଟର ଆସିଥାଏ ତାହା ପୁଣି ରାସ୍ତା ମୁଁହରୁ ଦେଖୁ ଆସିବାକୁ ସାହସ କରିନଥାନ୍ତି ।
