ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ

୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରଥଯାତ୍ରା ପରେ ସୁସଜ୍ଜିତ ତିନି ରଥ ସିଂହଦ୍ଵାର ସମ୍ମୁଖରେ ରହିଥିଲେ । ନୀଳାଦ୍ରି ବିଜେ ପରେ ରଥରୁ ପାର୍ଶ୍ବ ଦେବାଦେବୀ, ସାରଥୀ ,ଘୋଡା ଓ ଓଲଟ ଶୁଆ କଢା ଯାଇଥିଲା ପରେ ରଥକନା ଅପସାରଣ କରାଯାଇଥିଲା ।

ଆଜି ଚକ୍ର ଏକାଦଶୀ ତିଥିରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଭଙ୍ଗା କାର୍ଯ୍ୟରେ ଭୋଇ ଓ ମହାରଣା ସେବକ ମାନେ ନିୟୋଜିତ ହୋଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟକୁ ତଦାରଖ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ରଥ ଚାରିପଟ ବ୍ଯାରିକେଡ କରାଯିବ ସହ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Exit mobile version