Home ଓଡ଼ିଶା କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ସଫଳତା ୨୧ପଦକ ହାସଲ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ ଜିଲ୍ଲା :-> ଚଳିତ ମାସ ଜୁଲାଇ ୨୭ ଓ ୨୮ ଦୁଇ ଦିନ ଧରି ପୁରୀର ଗରୁଡ଼ ଛକ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ଠାରେ ବ୍ୟୋମକେଶ ଟାଏକୋଣ୍ଡୋ ଏକାଡେମୀ ଓ ଟାଏକୋଣ୍ଡୋ ଆସୋସିଏସନ ଅଫ ପୁରୀ ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା ସ୍ତରୀୟ ୧୭ତମ କିରୋଗୀ ଓ ୯ତମ ପୁମସି ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବରେ ଓଡିଶା ଆଥଲେଟିକ ସଙ୍ଘର କୋଷାଧକ୍ଷ ଶ୍ରୀ ରବି ଶଙ୍କର ପ୍ରତିହାରୀ,ଜିଲ୍ଲା ସଙ୍ଘର ସଭାପତି ଶ୍ରୀ ଧବଳେଶ୍ବର ମହାପାତ୍ର, ଓଡିଶା ଟାଏକୋଣ୍ଡୋ ସଙ୍ଘର ସଭାପତି ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ ଅତିଥି ଭାବେ ପ୍ରତିଯୋଗିତାରେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ପୁରୀ ଜିଲାରୁ ୧୧ ଟ୍ରେନିଂ ସେଣ୍ଟରରୁ ୩୦୦ ଜଣ ପ୍ରତିଯୋଗୀ ଉଭୟ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ । ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପୁରୀ କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ୧୩ ଜଣ ଛାତ୍ରଛାତ୍ରୀ ଭାଗନେଇ ୧୩ ଜଣ ପଦକ ସହ ସଫଳତା ହାସଲ କରିଥିବା ଜଣାପଡ଼ିଛି । ପୁରୀ କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ମୁଖ୍ୟ କୋଚ୍ କେ ଶଙ୍କର ରେଡ୍ଡୀଙ୍କ ନେତୃତ୍ଵରେ ଉଚ୍ଚକୋଟିର ପ୍ରଶିକ୍ଷଣ ପାଇ ଏହି ପ୍ରତିଯୋଗିତାରେ ପୁରୀ ଅଞ୍ଚଳର ସଫଳତା ପାଇଥିବା ୧୩ ଜଣଙ୍କ ମଧ୍ୟରୁ ୫ଜଣ କେ ମେଘନା ରେଡ୍ଡୀ , କେ କନ୍ୟନା ରେଡ୍ଡୀ , ଭିରାଟ କୁମାର ଗୋଛାୟତ , ଡ଼ି ରାଜେଶ୍ଵରୀ ରେଡ୍ଡୀ ଓ ଶ୍ରୀୟାଂସି ଭୋଇ ସ୍ଵର୍ଣ୍ଣପଦକ ପାଇଥିଲା ବେଳେ ୩ଜଣ ଓମ୍ ସାଇ ମହାପାତ୍ର , ଦେବିସ୍ମିତା ଶାସମଲ୍ ଓ ଧୈର୍ୟ ଅଗ୍ରୱାଲ ରୌପ୍ୟପଦକ ପାଇଥିଲେ । ସେହିପରି ୫ଜଣ ଅଭିମନ୍ୟୁ ଲେଙ୍କା , ଆର୍ ଜୟସନ୍ ରେଡ୍ଡୀ , ଶୁଭସ୍ମିତା ଶାସମଲ୍ , ଆକାଂକ୍ଷ୍ୟା ପଲେଇ ଓ ସ୍ୱାଧୀନ ବଡ଼ରଇତ ବ୍ରୋଞ୍ଜପଦକ ପାଇଥିଲେ । ଏହିପରି ସମୁଦାୟ କିରୋଗୀ ଇଭେଣ୍ଟ ରେ ୫ଟି ସ୍ଵର୍ଣ୍ଣପଦକ , ୩ଟି ରୌପ୍ୟପଦକ ଓ ୪ଟି ବ୍ରୋଞ୍ଜ ପଦକ ଏବଂ ପୁମସି ଇଭେଣ୍ଟରେ ୨ଟି ରୌପ୍ୟପଦକ ଓ ୭ଟି ବ୍ରୋଞ୍ଜ ପଦକ ହାସଲ କରି ପୁରୀ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି । ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସ୍ଵର୍ଣ୍ଣପଦକ ହାସଲ କରିଥିବା କ୍ରୀଡ଼ାବିତମାନେ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସିଧାସଳଖ ଅଂଶଗ୍ରହଣ କରିପାରିବେ ବୋଲି ସୂଚନା ମିଳିଛି । ପୁରୀ କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ସଫଳତାକୁ ନେଇ ପୁରୀ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଓଡିଶା ଟାଏକୋଣ୍ଡୋ ସଙ୍ଘର ସଭାପତି ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ ବିଜେତା ମାନଙ୍କୁ ପଦକ ପ୍ରଦାନ କରିଥିଲେ । ଜିଲ୍ଲା ସଙ୍ଘର ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ ପ୍ରତିଯୋଗିତା ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଓ ଅଫିସିଆଲ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । Categories: ଓଡ଼ିଶା, କଳାହାଣ୍ଡି, ଖୋର୍ଦ୍ଧା, ପୁରୀ, ହୋମ୍ Related Content ବନ୍ୟା ପ୍ରଭାବିତ ଅଞ୍ଚଳ ରୂପେ ଘୋଷଣା କରିବାକୁ କେନ୍ଦ୍ରୀୟ ଟିମଙ୍କୁ ବିଜେଡିର ଦାବିପତ୍ର by Proprietor Abhimanyu Maharana November 4, 2026 ବ୍ରାଉନ୍ ସୁଗାର ରାକେଟ୍ର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ by Proprietor Abhimanyu Maharana November 4, 2026 ପଦ୍ମଶ୍ରୀ ଡା ଅଶୋକ ମହାପାତ୍ରଙ୍କ ଶେଷକୃତ୍ୟ ସ୍ବର୍ଗଦ୍ବାର ରେ ସମ୍ପର୍ଣ୍ଣ - ସ୍ବର୍ଗଦ୍ବାର ରେ ଗାର୍ଡ ଅଫ୍ ଅନର ପ୍ରଦାନ by Proprietor Abhimanyu Maharana November 4, 2026 Khurda Road Division Felicitates Seven Employees with Safety Awards by Proprietor Abhimanyu Maharana November 4, 2026 ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ସାତ ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତ by Proprietor Abhimanyu Maharana November 4, 2026 ବେଆଇନ ଶାଳ କାଠ ଚାଲାଣ ଉପରେ ବନ ବିଭାଗର ଚଢ଼ାଉ : ଶାଳ ପଟା ସହ ଅଟୋ ଜବତ, ଜଣେ ଗିରଫ by Proprietor Abhimanyu Maharana November 4, 2026