Home ଓଡ଼ିଶା ବିଲୁଆଖାଇ ନଦୀରେ ପ୍ରଥମ ବନ୍ୟଜଳ ପ୍ରବେଶ : ଲୋକେ ଭୟଭୀତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିଲୁଆଖାଇ କେନାଲ ସବଡ଼ିଭିଜନ ବାଲିଆ ଅଧୀନରେ ରହିଛି 22 ମୌଜା ଶଙ୍ଖାରିସାହି ସେକ୍ସନ l 22 ମୌଜା ଅଂଚଳଟି ବନ୍ୟା ପ୍ରପୀଡ଼ିତ 2001 ରେ ବିଲୁଆଖାଇ ନଦୀର ଶଙ୍ଖାରି ସାହି ଘାଇ,2008 ରେ ବାଗଲପୁର, ନରବାରୀ ଓ ଦେବୀ ନଦୀର ରହମ୍ବା ଘାଇ ହୋଇ ବହୁ କ୍ଷତି ଘଟlଇଥିଲା l ତେବେ ବିଲୁଆଖାଇ ନଦୀରେ ମଙ୍ଗଳ ବାର ସନ୍ଧ୍ୟାରେ ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି l ଫଳରେ ଲୋକେ ଭୟ ଭିତ ହୋଇଛନ୍ତି l 22 ମୌଜା ଅଂଚଳଟି 6 ଗୋଟି ପଞ୍ଚାୟତ କୁନେଇ ଗଠିତ l ଏଗୁଡିକୁ ଘେରି ରହିଛି ଦେବୀ ଓ ବିଲୁଆଖାଇ ନଦୀ l ଦେବୀ ନଦୀ ବାମପଟ ବନ୍ଧ ଶଙ୍ଖାରି ସାହିରୁ ନୀଳ ମହଲ 11.500 କିମି, ବିଲୁଆଖାଇ ନଦୀ ଶଙ୍ଖାରି ସାହି ରୁ ନୀଳମହଲ 14 କିମି ଲମ୍ବ ରହିଛି l ବର୍ତ୍ତମାନ ପୂର୍ତ୍ତ ବିଭାଗ ଓ ଜଳସେଚନ ବିଭାଗ ନଦୀ ବନ୍ଧ ଗୁଡ଼ୁକୁ ଦୃଢ଼ୀ କରଣ କରୁଛି l ତେଣୁ ବନ୍ଧ ଗୁଡିକୁ ବିପଦ ନାହିଁ ବୋଲି ସବଡ଼ିଭିଜନ ର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ କହି ଛନ୍ତି l ସେହିପରି ଉକ୍ତ ସେକ୍ସନ ଟି 4 ହଜାର ହେକ୍ଟର ଆୟକଟ କୁନେଇ ଗଠିତ l ବିଶେଷ କରି ବମ୍ବିଲ ଡିଷ୍ଟ୍ରି ବୂଟାରୀ 10 କିମି ମଧ୍ୟରୁ ପାଣି ମାତ୍ର 5 କିମି ପାଣି ଜାଏ l ସେହିପରି ବାଗଲପୁର ଡିଷ୍ଟ୍ରି ବୂଟାରୀ ଲମ୍ବ 12 କିମି ମଧ୍ୟରୁ ପାଣି ଯାଏ ମାତ୍ର 6 କିମି l ଅବସିଷ୍ଟ ପାଣି ଆଦୌ ଯାଏ ନାହିଁ ଫଳରେ ଚାଷୀ ଧାନ ଚାଷ କରିବାରେ ଅସୁବିଧାରେ ସମୁଖୀନ ହୁଅନ୍ତି l 22ମୌଜା ଉଦବୃଧ ଜଳ ନିଷ୍କାସନ ପାଇଁ ନୀଳ ମହଲ ଠାରେ ଗେଟ କରାଯାଇଛି ସେ ପାଣି ନିଷ୍କାସନ ହେବାରେ ଓ ନପସିବା ପାଇଁ ସହାୟତା କରେ l ତାହା ଠିକ ହୋଇନାହିଁ ସେଥିରେ ପାଣି ଲିକ କରୁଛି l ଏ ସମ୍ୱନ୍ଧରେ ତିର୍ତୋଲ ର ନୂତନ ଵିଧlୟକ ଡ଼. ରମାକାନ୍ତ ଭୋଇ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମହାଶୟ ନିଜେ ଆସିବା ସହ ବିଭାଗୀୟ ଅଧିକାରୀ ମାନଙ୍କୁ ସାଥିରେ ଆଣି ସମ୍ପୃକ୍ତ ସହକାରୀ ଯନ୍ତ୍ରୀ ଙ୍କ ଉପରେ ବର୍ଷି ଥିଲେ l ବୁଧ ବାର ଶଙ୍ଖାରି ସାହି ଅଫିସ ଯିବାବେଳକୁ ସହକାରୀ ଯନ୍ତ୍ରୀ ଅନୁପସ୍ଥିତ ଥିଲେ l ଅଫିସର ମେଟ ରବୀନ୍ଦ୍ର ନାଥ କେବଳ ଉପସ୍ଥିତ ଥିଲେ ସହକାରୀ ଯନ୍ତ୍ରୀ ଜଣକ ଏଠାରେ 10 ବର୍ଷରୁ ଅଧିକ ରହିବାଦ୍ବାରା ଏଭଳି ଅଵେବସ୍ଥା ଦେଖାଦେଇଛି ବୋଲି ସାଧାରଣ ରେ ଅଭିଯୋଗ ହୋଇଛି l ନୂତନ ସରକାର ଏଥିପ୍ରତି ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026