Home ଓଡ଼ିଶା ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ସଦମହକୁମାରେ ଅବସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ବିରଞ୍ଚି କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ପୁରେନ୍ଦ୍ର ବେହେରା , ସମ୍ମାନୀତ ଅତିଥିଭାବେ ସଙ୍କୁଳ ସଂଯୋଜକ ବିଚିତ୍ର କୁମାର ରଥ ,ପରିଚାଳନା କମିଟି ସଭାପତି ଗାନ୍ଧୀ କୁମାର ସାହୁ, ସମ୍ପାଦକ ରାମଚନ୍ଦ୍ର ସାହୁ, ଉପ ସଭାପତି ରବୀନ୍ଦ୍ର କୁମାର ଡିଆବାଘ ଓ ସଦସ୍ୟା ଗୀତାଞ୍ଜଳି ଦଳାଇ ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କ ବୈଜ୍ଞାନିକ ମନବୃତି ଦ୍ଵାରା ଦେଶର ବିକାଶ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ସୁଶ୍ରୀ ରଶ୍ମିତା ରଣସିଂହ ବିବରଣୀ ପଠନ କରିଥିବା ବେଳେ ଆଚାର୍ଯ୍ୟ ଦେବ ପ୍ରସାଦ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଜ୍ଞାନ ବିଜ୍ଞାନ ମେଳାରେ କନିଷ୍ଠ ବର୍ଗ ୪୯ ଟି,ଶିଶୁ ବର୍ଗ ୨୪, ବାଲ ବର୍ଗ ୧୪,କିଶୋର ବର୍ଗରୁ ୮ ଗୋଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ସମୁଦାୟ ୯୫ ଗୋଟି ପ୍ରକଳ୍ପ ସହିତ ପ୍ରଶ୍ନ ମଞ୍ଚ, ପତ୍ର ବାଚନ, ନିବନ୍ଧ,ପ୍ରୟୋଗ,ବୃତ୍ତି କଳା,ଗୀତ ଆଦି ବିଭାଗରୁ ୧୧୩ ଜଣ ଶିଶୁ ଭାଇ ଭଉଣୀ ଅଂଶ ଗ୍ରହଣ କରିଥିଲେ । ସମସ୍ତ ବିଭାଗରୁ କୃତିତ୍ୱ ହାସଲ କରିଥିବା ଶିଶୁ ଭାଇ ଭଉଣୀ ମାନଙ୍କୁ ସମାରୋହ ଉତ୍ସବରେ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ନାରାୟଣ ଗୁରୁଜୀ ,ନୂତନ ଗୁରୁଜୀ, ସନ୍ତୋଷ ଗୁରୁଜୀ, ଅଭିଜିତ ଗୁରୁଜୀ ,ରମାମଣି ଗୁରୁମା ଓ ହରପ୍ରିୟା ଗୁରୂମା ସମେତ ଅନୁଷ୍ଠାନ ସମସ୍ତ ଆଚାର୍ଯ୍ୟ, ଆଚର୍ଯ୍ୟାମାନେ ସହ ଯୋଗ କରି ପରିଚାଳନା କରିଥିଲେ । ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତି ଛାତ୍ର ଛାତ୍ରୀମାନେ ଓ ପ୍ରଶ୍ନ ମଞ୍ଚର ପ୍ରତ୍ୟେକ ବିଭାଗରୁ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର ଟିମ୍ ଗୁଡ଼ିକ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଚୟନ ହୋଇଅଛନ୍ତି । ପରିଶେଷରେ ଆଚାର୍ଯ୍ୟ ଦେବ ପ୍ରସାଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା by Proprietor Abhimanyu Maharana September 7, 2026 Soulful Sarod of Virtuoso Pt. Tejendra Majumdar and Captivating Odissi by Smt by Proprietor Abhimanyu Maharana September 7, 2026 ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା... by Proprietor Abhimanyu Maharana September 7, 2026 ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026