
୩୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟପୁର :-> ଛତିଶଗଡ଼ର ବିଦାୟୀ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆଜି ରାୟପୁର ଠାରେ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଜଣାଯାଇଛି।ଏହି ଉପଲକ୍ଷେ ରାୟପୁର ବିମାନ ବନ୍ଦରର ମାନାସ୍ଥିତ ରାଜ୍ୟ ହ୍ୟାଙ୍ଗର ଠାରେ ଶ୍ରୀ ହରିଚନ୍ଦନଙ୍କର ସମାନାର୍ଥେ ଏକ ପ୍ରସ୍ଥାନ ଉତ୍ସବ ଆୟୋଜନ କରାଯାଇଥିଲା ।

