ଶିମିଳିପାଳ ବର୍ଷାରେ ମୁରୁମ୍ ମାଟି ଖରପା ରାସ୍ତା ଏବେ ମରଣ ଯନ୍ତା

୩୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ମୟୂରଭଞ୍ଜ  :->  ଶିମିଳିପାଳ ଅଞ୍ଚଳରେ ବର୍ଷା ଦିନ ଆସିଲେ ପ୍ରତି ବର୍ଷ ପରି ରାସ୍ତା ଖରାପ ହୋଇ ଯାଏ । ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ସ୍ଥାନୀୟ ବାସିନ୍ଦା ଏବଂ ଜଙ୍ଗଲରେ ରେ କାର୍ଯ୍ୟ କରୁଥିବା ଅନେକ କର୍ମଚାରୀ ଓ ଅନ୍ୟ ଜଙ୍ଗଲରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ପାଇଁ ବେଳେ ବେଳେ ଦୁର୍ଘଟଣା ମଧ୍ୟ ହୋଇଥାଏ ଖରାପ ରାସ୍ତା ପାଇଁ । ଅସ୍ଥାୟୀ ମୁରୁମ ମାଟି ରାସ୍ତାକୁ ସ୍ଥାୟୀ ରାସ୍ତା ପାଇଁ ସବୁବେଳେ ଦାବି ହୋଇ ଆସୁଥିଲି ମଧ୍ୟ କୌଣସି ସୁଫଳ ସମାଧାନ ହୋଇପାରିନାହିଁ । ଗତ ବର୍ଷ ୨୦୨୩ ନଭେମ୍ବରରୁ ଡିସେମ୍ବର ପର୍ଯ୍ୟନ୍ତ ଏକ ମାସ ଧରି ଏଠାକାର ସ୍ଥାନୀୟ ଲୋକମାନେ ରାସ୍ତାର ସମ୍ପୂର୍ଣ୍ଣ ସୁଧାର ଆବଶ୍ୟକତାରେ ହଡତାଲ କରିଥିଲେ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ରାସ୍ତା ବନ୍ଦ କରିଦେଇଥିଲେ ପର୍ଯଟନ ଋତୁ ସମୟରେ ।

ସ୍ଥାନୀୟ ପ୍ରଶାସନ ଓ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷଙ୍କ ପ୍ରତିଶୃତି ପରେ ଧାରଣା ରୁ ଓହରିଥିଲ ସ୍ଥାନୀୟ ଗ୍ରାମ ବାସିନ୍ଦା । ଗୁଡଗୁଡିଆ, ବରେହିପାଣି ଏବଂ ଅଷ୍ଟକୁମାରୀ ଗ୍ରାମ ପଞ୍ଚାୟତର ଲୋକମାନେ ବର୍ଷାରୁତୁରେ ମାଟି ମୁରୁମ ରାସ୍ତା ଖରାପ ହୋଇଯାଇଥିବା ଫଳରେ ବହୁ ସମସ୍ୟା ସମ୍ମୁଖୀନ ହେଉଛନ୍ତି । ଏହା ତାଙ୍କ ଦୈନିକ ଜୀବନକୁ ବହୁଳ ଭାବରେ ପ୍ରଭାବିତ କରୁଛି ଏବଂ ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି । ଏହି ଅଞ୍ଚଳ ଜଙ୍ଗଲ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ନିଜ ପୈତୃକ ଗୃହ, ଯିଏ ପୂର୍ବତନ ଯଶିପୁର ନିର୍ବାଚନ କ୍ଷେତ୍ରରୁ ଏମ୍.ଏଲ୍.ଏ ଥିଲେ ଏବଂ ବର୍ତ୍ତମାନ ପୁଣି ବିଜୟୀ ହୋଇ ମନ୍ତ୍ରୀ ପଦ ମଧ୍ୟ ପାଇଛନ୍ତି। ଏବେ ଡବଲ୍ ଇଞ୍ଜିନ ସରକାର, ବିଜେପି ସରକାର ରାଜ୍ୟରେ ଏବଂ କେନ୍ଦ୍ରରେ ଶାସନ କରୁଥିବାରୁ ସ୍ଥାନୀୟ ଲୋକ ମାନେ ଆଶା କରୁଛନ୍ତି ଯେ ସମ୍ପୂର୍ଣ୍ଣ ଭାବେ ରାସ୍ତା ସୁଧାର ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ତାଙ୍କୁ ପ୍ରାପ୍ତ ହେବ ।

ପ୍ରତିବର୍ଷ ବର୍ଷାରେ ଆମର ରାସ୍ତା ଖରାପ ହୋଇଯାଏ । ଏହାକୁ ମରାମତ କରିବା ପାଇଁ ଆମକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ଫରେଷ୍ଟ ବିଭାଗ କେବଳ କାମ ଚଲା ରାସ୍ତା କାର୍ଯ୍ୟ କରି ରହି ଯାଆନ୍ତି ଏହା କହିଛନ୍ତି ଅଷ୍ଟକୁମାରୀ ଗ୍ରାମ ପଞ୍ଚାୟତର ଜଣେ ସ୍ଥାନୀୟ ବାସିନ୍ଦା । ଏବେ ବିଜେପି ସରକାର ଏବଂ ମନ୍ତ୍ରୀ ଖୁଣ୍ଟିଆଙ୍କ ନିଜ ଗ୍ରାମ ମଧ୍ଯ ତାଙ୍କ ଠାରୁ ଆମେ ଆଶା କରୁଛୁ ଯେ ଆମକୁ ସ୍ଥାୟୀ ସମାଧାନ ମିଳିବ । ଯଦି ରାସ୍ତା ଭଲ ହୋଇଯାଏ, ତାହାଲେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସି ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ଏବଂ ଏହା ଏଠାର ଅର୍ଥନୈତିକ ଅବସ୍ଥାକୁ ସୁଧାରିବ । ଏହି ଅଞ୍ଚଳର ପର୍ଯ୍ୟଟନ ଶିଳ୍ପ ବିକାସ ପାଇଁ ଭଲ ରାସ୍ତା ତିଆରି ଅତ୍ୟାବଶ୍ୟକ ରହିଛି କହିଛନ୍ତି ବରେହିପାଣିର ଜଣେ ବାସିନ୍ଦା । ଶିମିଳିପାଳ ରାସ୍ତା ଉନ୍ନତି ହେଲେ ଏକ ନୂତନ ପର୍ଯ୍ୟଟନ ଶିଳ୍ପର ଆର୍ଥିକ ଦିଗକୁ ଆଗକୁ ବଢିବ ଆମ ମୟୂରଭଞ୍ଜ ।

ମୟୁରଭଞ୍ଜ, ବାରିପଦାରୁ -ଗୌର ଦାସଗିରି

Exit mobile version