Home ଓଡ଼ିଶା ସ୍ବାଧିନତା ସଂଗ୍ରାମୀ ସହୀଦ ବୀର ମାଧୋସିଂ ବରିହା ଙ୍କୁ ଅପାମାନନିତ ବକ୍ତବ୍ୟ ଦେଇ ଥିବା ଜଟଣୀ ପୂର୍ବତନ ବିଧାୟକ ସୁର ରାଉତରାୟ ଙ୍କୁ ଗିରଫ ଦାବୀରେ ବିଞ୍ଜାଲ ସମାଜ ପକ୍ଷରୁ ଥାନାରେ ଏତଲା. by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ଜଟଣୀ ପୂର୍ବତନ ବିଧାୟକ ସୁର ରାଉତରାୟ ଗତ ଜୁଲାଇ ୨୭ ତାରିଖ। ରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟାରେ ଭାରତ ର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ସହିଦ ବୀର ମାଧୋ ସିଂ ବରିହାଙ୍କୁ ଅସମ୍ମାନ ଅପମାନ ଓ ତାଚ୍ଛଲ୍ୟ କରି ମାଧବ ସିଂ କେଉଁ ରାଜ୍ୟର ଆମେ ଜାଣି ନାହୁଁ, ସେ କେଉଁଠି, ସେ କିଏ ବୋଲି ପ୍ରତିକ୍ରିୟା ଦେଇଛନ୍ତି | ଦେଶ ସ୍ୱାଧୀନତା ସଂଗ୍ରାମରେ ସହିଦ ବୀର ମାଧୋ ସିଂ ବରିହା ଙ୍କର ପରିବାରର ସହିଦ ଐରୀ ସିଂ ବରିହା, ହଟେ ସିଂ ବରିହା, କୁଞ୍ଜଳ ସିଂ ବରିହା ତାଙ୍କର ଜ୍ୱାଇଁ ନାରାୟଣ ସିଂ ବରିହା, ନାତି ଗୋବିନ୍ଦ ସିଂ ବରିହା ନିଜର ଜୀବନକୁ ଜଳାଞ୍ଜଳି ଦେଇଦେଲେ | ମାଧୋ ସିଂ ଙ୍କ ଭଳିଆ ଜଣେ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ଏଭଳି ମନ୍ତବ୍ୟ ଦେବା ସମଗ୍ର ଆଦିବାସୀ ସମାଜ ପାଇଁ କୋଠାରାଘାତ ସୃଷ୍ଟି କରିବା ସହ ଦେଶ ପାଇଁ ଅସମ୍ମାନ ହାନି ଘଟିଛି | ସୁର ରାଉତରାୟ ଙ୍କୁ ଦେଶ ଦେଶଦ୍ରୋହ , ଏକ୍ଟ୍ରୋସିଟି ଆକ୍ଟ ମାମଲାରେ ଶୀଘ୍ର ଗିରଫ କରିବାକୁ ଆଜି ସର୍ବଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଂଝାଲ ସାମାଜ ପକ୍ଷରୁ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ ନେତୃତ୍ୱ ରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ |ଥାନାଅଧିକାରୀ ନରେନ୍ଦ୍ର ଛତର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା | ସୁର ରାଉତରାୟ ଙ୍କୁ ଗିରଫ ନକଲେ ଆଗାମୀ ଦିନରେ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବାକୁ ସମାଜ ଚେତାବନୀ ଦେଇଛି | ଏଥିରେ ପୂର୍ବତନ ଜିଲ୍ଲା ସଭାପତି ପଦ୍ମନ ବରିହା,ସଂପାଦକ ଗନ୍ଧର୍ବ ବରିହା, ଖପ୍ରାଖୋଲ ବ୍ଳକ ଉପସଭାପତି କେଶବ ବରିହା, ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା, ସଂପାଦକ ନାରାୟଣ ବରିହା,ଲୋଇସିଂହା ବ୍ଳକ ସଂପାଦକ ଭକ୍ତ ବରିହା, ଆଗଲପୁର ବ୍ଳକ ଗୋପବନ୍ଧୁ ବରିହା, ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା, ସଦସ୍ୟ ଯଦୁମଣି ବରିହା, ଟଙ୍କଧର ବରିହା,ପୁଟୁଲୁ ବରିହା, ନାରାୟଣ ବରିହା, ଘନ ବରିହା,ହୃଷିକେଶ ବରିହା,ଟିକେ ଚରଣ ବରିହା, ମିନୁକମଲିଆ ପ୍ରମୁଖ ଉପସ୍ଥିତ ଥିଲେ | Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026 ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା by Proprietor Abhimanyu Maharana September 22, 2026 ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା by Proprietor Abhimanyu Maharana September 22, 2026