Home ଓଡ଼ିଶା ନୟାଗଡ଼ ଜିଲ୍ଲା ପୁଲିସରେ ଆଜି ବଡ଼ଧରଣର ଅଦଳବଦଳ ହୋଇଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ସଦରଥାନା ଅଧିକାରୀ ଅନିତା ସାହୁଙ୍କୁ ବାଣିଗୋଚ୍ଛା ଥାନାକୁ ବଦଳି କରାଯାଇଥିବା ବେଳେ ବାଣିଗୋଚ୍ଛା ଥାନା, ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କୁ ଗଣିଆ, ଗଣିଆ ଥାନା ଅଧିକାରୀ ବିଜୟ ରଞ୍ଜନ ପରିଡ଼ାଙ୍କୁ ଚାନ୍ଦପୁର ବଦଳି କରାଯାଇଥିବା ବେଳେ ଚାନ୍ଦପୁର ଥାନା ଅଧ୍ୟାକାରୀ ଜଗଦିଶ କରଙ୍କୁ ଇଟାମାଟି, ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁଙ୍କୁ ରଣପୁର, ରଣପୁର ଥାନା ନିହାର ରଞ୍ଜନ ମହାନ୍ତିଙ୍କୁ ଖଣ୍ଡପଡ଼ା, ଖଣ୍ଡପଡ଼ା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ବାଇଁଙ୍କୁ ଶରଣକୁଳ, ଶରଣକୁଳ ଥାନା ଅଧିକାରୀ ପୁଷ୍ପଲତା ବେହେରାଙ୍କୁ ହେଡକ୍ୱାର୍ଟର, ଇନ୍ସିପେକ୍ଟର ବିଜୟା ସାହୁଙ୍କୁ ସଦରଥାନା ଅଧିକାରୀ ଭାବେ ବଦଳି କରାଯାଇଛି । ସେହିଭଳି ଭାବେ ଏସଆଇ ଓ ଏଏସଆଇ ସ୍ତରରେ ଅଦଳବଦଳ ହୋଇଛି । ନୟାଗଡ଼ ଟାଉନଥାନାରେ କାର୍ଯ୍ୟରତ ପ୍ରୀତିପ୍ରକାଶ ମହାନ୍ତିଙ୍କୁ ରାଜସୁନାଖଳା ଫାଣ୍ଡିକୁ ବଦଳି କରାଯାଇଥିବା ବେଳେ ରାଜସୁନାଖଳାରୁ ଏସଏଆଇ ଏମ୍.ଡି ଜାଫରୁଲାଙ୍କୁ ବାହାଡ଼ଝୋଲା ଫାଣ୍ଡି, ବାହାଡ଼ଝୋଲା ଫାଣ୍ଡିରୁ ଏସଆଇ ଭିମସେନ ମଲ୍ଲିକଙ୍କୁ ଚାନ୍ଦପୁର ବଦଳି କରାଯାଇଛି । ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ ଏସଆଇ ଧର୍ମେନ୍ଦ୍ର ଶିଆଳଙ୍କୁ ସଦରଥାନା, ସଦରଥାନାରୁ ଏଏସଆଇ ଦିଲ୍ଲୀପ କୁମାର ସେଠୀଙ୍କୁ ଫତେଗଡ଼ ଥାନା, ଫତେଗଡ଼ ଥାନାରୁ ଏଏସଆଇ ପ୍ରତାପ କୁମାର ପାହାଡ଼ସିଂଙ୍କୁ ସଦରଥାନାକୁ ବଦଳି ହୋଇଛି । ସେହିଭଳି ଭାବେ କଣ୍ଟିଲୋ ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କୁ ଓଡ଼ଗାଁ ଥାନାକୁ ବଦଳି ହୋଇଥିବା ବେଳେ ଓଡ଼ଗାଁରୁ ସ୍ଵାଗତ କୁମାର ଦାଶଙ୍କୁ କଣ୍ଟିଲୋ, ଚାନ୍ଦପୁରରୁ କୃତ୍ତିବାସ ହରିଚନ୍ଦନଙ୍କୁ ଗଣିଆ, ଗଣିଆରୁ ବିରେନ୍ଦ୍ର କୁମାର ଦେହୁରୀଙ୍କୁ ଚାନ୍ଦପୁର, ରଣପୁରରୁ ରମେଶ ଶ୍ରୀଚନ୍ଦନଙ୍କୁ ଆର.ଓ ନୟାଗଡ଼, ଗୋଡ଼ିପଡ଼ାରୁ ସୀମାଞ୍ଚଳ ସ୍ବାଇଁଙ୍କୁ ନୟାଗଡ଼, ନୟାଗଡ଼ ଟାଉନଥାନାରୁ ଏମ.ଡି ହାଇଦର ଅଲ୍ଲୀଙ୍କୁ ଗୋଡ଼ିପଡ଼ା, ନୂଆଗାଁରୁ ମନୋଜ କୁମାର ଦେହୁରୀଙ୍କୁ ଓଡ଼ଗାଁ, ଦଶପଲ୍ଲାରୁ ତାରାକାନ୍ତ ପଟ୍ଟନାୟକଙ୍କୁ ଶରଣକୁଳ, ଶରଣକୁଳରୁ ସଂନ୍ଧ୍ୟାରାଣୀ ସେଠୀଙ୍କୁ ନୟାଗଡ଼ ଟାଉନ, ଓଡ଼ଗାଁରୁ ମନୋଜ କୁମାର ପାତ୍ରଙ୍କୁ ନୟାଗଡ଼ ଟାଉନ, ରଣପୁରରୁ ବିଶ୍ବରଞ୍ଜନ ସିଂଙ୍କୁ ଦର୍ପନାରାୟଣପୁର, ଇଟାମାଟିରୁ ଶରତ କୁମାର ବେହେରାଙ୍କୁ ନୟାଗଡ଼ରୁ କୁଳମଣି ପ୍ରଧାନଙ୍କୁ ରଣପୁର କୋର୍ଟକୁ ବଦଳି କରାଯାଇଛି l Categories: ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ମହାନଗର, ହୋମ୍ Related Content ଓଡ଼ିଶାରେ ଉନ୍ନତ ଡାଇଗ୍ନୋଷ୍ଟିକ୍ ସେବାର ସମ୍ପ୍ରସାରଣ ପାଇଁ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ ଏବଂ ପ୍ରୋଲାଇଫ୍ ଡାଇଗ୍ନୋଷ୍ଟିକ୍ସ ମଧ୍ୟରେ ରଣନୈତିକ ଯୌଥ ଉଦ୍ୟୋଗ ଗଠନ by Proprietor Abhimanyu Maharana September 25, 2026 Neuberg Diagnostics and ProLife Diagnostics Form Strategic Joint Venture to Expand Advanced Diagnostics across Odisha by Proprietor Abhimanyu Maharana September 25, 2026 स्वच्छता ही सेवा एवं स्वच्छता पखवाड़ा-2026 by Proprietor Abhimanyu Maharana September 25, 2026 स्वच्छता ही सेवा एवं स्वच्छता पखवाड़ा - 2026 by Proprietor Abhimanyu Maharana September 25, 2026 दक्षिण पूर्व रेलवे ने माल ढुलाई में दर्ज की उल्लेखनीय वृद्धि by Proprietor Abhimanyu Maharana September 25, 2026 ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଶୁଭାରମ୍ଭ ଏବଂ ୨୩ଟି ନୂତନ ଭିତ୍ତିଭୂମୀ ଲୋକାର୍ପିତ by Proprietor Abhimanyu Maharana September 25, 2026