Home ଓଡ଼ିଶା ମାହାଙ୍ଗା ବିଧାୟକଙ୍କ ଘରେ ପାଣିର ସଙ୍କୋଟ : ୨ କିଲୋମିଟର ଦୂରରୁ ଆସୁଥିବା ପାଣିରେ – ସିଝୁନି ଡାଲି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ମାହାଙ୍ଗା ପୂର୍ବତନ ମନ୍ତ୍ରୀଙ୍କ ବିରୁଦ୍ଧରେ ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ(ବୁଲୁ ବାବୁ) । ପୂର୍ବ ସଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଥିବାରୁ ତାଙ୍କ ଘରକୁ ପିଇବା ପାଇଁ ପାଣିର ସଂଯୋଗ କରିନଥିଲେ । ତାଙ୍କ ଘର ଏପର୍ଯ୍ୟନ୍ତ ପାଣି ସଂଯୋଗରୁ ବଞ୍ଚିତ ରହିଛି । ନିଜ ଘରେ ପାଣିର ଦୁରବସ୍ଥାକୁ ନେଇ ବିଧାନସଭାରେ ଦୃଷ୍ଟି ଆକର୍ଷଣ କରିଛନ୍ତି ସାରଦା, ସେ କହିଛନ୍ତି ମୋ ଘରକୁ ସମସ୍ତ ବିଧାୟକ ଆସନ୍ତୁ ଏବଂ ବାସ୍ତବତା ପରଖନ୍ତୁ ବୋଲୁ ନିବେଦନ କରିଛନ୍ତି । ମାହାଙ୍ଗା ବିଧାୟକଙ୍କ ଘରେ ମିଳୁନି ପାଣି, ବିଧାୟକ ଘରେ ଥିବା ପାଣିରେ ଡାଲି ସିଝୁ ନଥିବା ଅଭିଯୋଗ କରିଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ । ଦୁଇ କିଲୋମିଟର ଦୂରରୁ ମୋ ଘରକୁ ପାଣି ଆସୁଛି । ପୂର୍ବତନ ବିଧାୟକ ତଥା ମନ୍ତ୍ରୀଙ୍କ ବିରୁଦ୍ଧରେ ମୁଁ ପ୍ରାର୍ଥୀ ଥିଲି ତେଣୁ ମୋ ଘରକୁ ପାଣି ଦିଆଯାଇନାହିଁ । ଗୃହର ସମସ୍ତ ସଦସ୍ୟ ମୋ ଗାଁକୁ ଆସନ୍ତୁ । ତାଙ୍କ ଦଳର ଲୋକଙ୍କ ଘର ପାଖରେ ମେଗା ପାନୀୟ ଜଳ ପ୍ରକଳ୍ପର ଲକ ରହୁଛି ତେଣୁ ସେମାନେ ପାଣି ଛାଡ଼ୁନାହାନ୍ତି । ୬ ମାସ ଭିତରେ ବାଚସ୍ପତି ଓ ସବୁ ବିଧାୟକ ଯିବେ ମୋ ଘରକୁ ଯଦି ପାଣି ପିଇ ପାରିବେ କହିବେ । ସମସ୍ତଙ୍କୁ ନେଇକି ଯିବି ଭଲ ଖାଇବାକୁ ଦେବି କିନ୍ତୁ ସେ ପାଣିରେ ଡାଲି ସିଝୁନି ବୋଲି ଉଦବେଗ ପ୍ରକାଶ କଲେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ଏପଟେ ବିଭାଗୀୟ ମନ୍ତ୍ରୀ ରବି ନାୟକ ଉତ୍ତର ରଖି କହିଛନ୍ତି, ଡିସେମ୍ବରରେ ବିଧାୟକଙ୍କ ଘରକୁ ପାଣି ଯିବ ଏବଂ ସେ ଡାଲି ଭାତର ଆୟୋଜନ କରିବେ । Categories: ଓଡ଼ିଶା, କଟକ, ହୋମ୍ Related Content ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ by Proprietor Abhimanyu Maharana June 21, 2026 ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ by Proprietor Abhimanyu Maharana June 21, 2026 ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ by Proprietor Abhimanyu Maharana June 21, 2026 ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ by Proprietor Abhimanyu Maharana June 21, 2026 ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟଙ୍କା ରାୟ ଙ୍କ ସହ ବ୍ଲକର କର୍ମଚାରୀ ମାନେ ଯୋଗଦେଇ - ଯୋଗ ଅଭ୍ୟାସ by Proprietor Abhimanyu Maharana June 21, 2026 ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ by Proprietor Abhimanyu Maharana June 21, 2026