ଗ୍ୟାସ୍ ଲିକ୍ ଯୋଗୁଁ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଅଂଗନ ଓ୍ବାଡି ଶିଶୁ

୩୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଦଶପଲ୍ଲା :-> ଆଜି ସକାଳ୯ ଘଟିକା ସମୟରେ ,ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତିଳାବାଡି ଅଂଗନ ଓ୍ବାଡି କେନ୍ଦ୍ର ରେ ପାଚିକା ରୋଷେଇ କରିବା ପାଇଁ ଗ୍ୟାସ୍ ଅନ୍ କରିବା ସମୟରେ ,ରୋଷେଇଘର ହୁତ୍ ହୂତ୍ ହୋଇ ଜଳି ଉଠିଥିଲା । ହଠାତ୍ ନିଆଁ ଲାଗିଯିବାଯୋଗୁଁ କେହି କିଛି ବୁଝିପାରି ନ ଥିଲେ ।

ନିଆଁର ପ୍ରକୋପ ଏତେ ଥିଲା ଯେ , ରୋଷେଇଘରୁ କ୍ଲାସ୍ ରୁମ୍ ପର୍ଯ୍ୟନ୍ତ ନିଆଁ କ୍ଷଣକ ମଧ୍ୟରେ ବ୍ୟାପିଯାଇଥିଲା । ଆକସ୍ମିକ ଦୁର୍ଘଟଣା କୁ ଏଡାଇବା ପାଇଁ ଅଂଗନଓ୍ବାଡି କର୍ମୀ ସବିତା ନାୟକ ଓ ପାଚିକା ରିତା ବେହେରା ନିଜ ଜୀବନକୁ ବିପନ୍ନ କରିବା ସହିତ ,ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଶିଶୁ ମାନକୁଂ ଶ୍ରେଣୀ ଗୃହ ବାହାର ଖୋଲା ପଡିଆ କୁ ନେଇଆସିଥିଲେ ।

ନିଆଁର କରାଳତା କୁ ଦେଖି ଛୋଟଛୋଟ କୋମଳମତି ଶିଶୁମାନେ ହତବାକ୍ ହୋଇଯାଇଥିଲେ । ସଂଗେ ସଂଗେ ଘଟଣାସ୍ଥଳ ନିକଟରେ ଥିବା ଗ୍ରାମବାସୀମାନେ ,ଅଂଗନଓ୍ବାଡି କେନ୍ଦ୍ରରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ତେବେ ଅଗଂନ ଓ୍ବାଡିକର୍ମୀ ପାଚିକା ଓ ଗ୍ରାମବାସୀ କଂ ଉପସ୍ଥିତ ବୁଦ୍ଧି ଓ ସାହାସିକତା ଯୋଗୁଁ ଆଜି ଅନେକ କୋମଳମତି ଶିଶୁ ଆକସ୍ମିକ ଦୁର୍ଘଟଣା ରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

Exit mobile version