ସାମୟିକ କବିତା ସ୍ମରଣିକା ଫୁଲ ଉନ୍ମୋଚିତ

୨୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ସ୍ଥିତ ପାର୍ବତୀ ସାହିତ୍ୟ ସଦନ ତରଫରୁ ରବିବାର ସାମୟିକ କବିତା – ୨୦୨୪ ସ୍ମରଣିକା “ଫୁଲ” ଉନ୍ମୋଚିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରତିଷ୍ଠାତା ସମ୍ପାଦକ ହରିହର ଚୌଧୁରୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ହର୍ଷଦା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ମୁଖ୍ୟ ବକ୍ତା ଭାବେ ପାରଦ କୁମାର ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ଦେବାନନ୍ଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଦୀପ ପ୍ରଜ୍ଜ୍ୱଳନ ସମାପନ ପରେ କବିର କର୍ତ୍ତବ୍ୟ ବିଷୟରେ ଆଲୋଚିତ ହୋଇଥଲା କବିତା ପାଠ କାର୍ଯ୍ୟକ୍ରମରେ ହର୍ଷଦା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ,ଡ଼ଃ ଗଦାଧର ବେହେରା, ଲକ୍ଷ୍ମୀ ନାରାୟଣ ପଣ୍ଡା, ବ୍ରହ୍ମା କୁମାର ନିତ୍ୟାନନ୍ଦ ସାହୁ, ପାରଦ କୁମାର ପାଢ଼ୀ, ଭାସ୍କର ରାଉତ, ପ୍ରାକ୍ତନ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା, ମହେଶ୍ୱର ଗୌଡ଼, ବିଶ୍ୱନାଥ ମହାରଣା, ପ୍ରମୋଦ କୁମାର ପଣ୍ଡିତ, ରିତାଞ୍ଜଳି ମିଶ୍ର, ଗାୟତ୍ରୀ ଚୌଧୁରୀ, ଲକ୍ଷ୍ମୀ ନାରାୟଣ ସ୍ଵାଇଁ, ରାଜୀବ ଲୋଚନ ପାଣିଗ୍ରାହୀ, ଚିନ୍ମୟ ପୋଲେଇ , ଚିତ୍ତ ରଞ୍ଜନ ପଣ୍ଡା, ଓ ରମେଶ ଚନ୍ଦ୍ର ତ୍ରିପାଠୀ, କେ ଅମିତ କୁମାର ଆଚାରୀ, ବିଳାସିନୀ ଦେବୀ ଓ ହରିହର ଚୌଧୁରୀ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ସନ୍ତୋଷ କୁମାର ସାହୁ ଓ ରାଜ କିଶୋର ଗୌଡ଼ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Exit mobile version