Home ଓଡ଼ିଶା ଶହୀଦ ତାମ୍ମାଦୋରାଙ୍କ ୧୪୪ତମ ଶହୀଦ ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମା ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର ଙ୍କ ନେତୃତ୍ବରେ ଶହୀଦ ତାମ୍ମା ଦୋରାଙ୍କ ଶହୀଦ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଉପସ୍ଥିତ ଅତିଥି ମାନେ ତମ୍ମା ଦୋରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ବୈଠକ କରାଯାଇ ଶହୀଦ ତାମ୍ମା ଦୋରାଙ୍କ ଜୀବନୀ ଶୈଳୀ ଉପରେ ଆଲୋଚନା କରାଯାଇଥିଲା । ଶହୀଦ ତାମ୍ମା ଦୋରାଙ୍କୁ ସ୍ବାଧୀନତା ସଂଗ୍ରାମୀ ମାନ୍ୟତା ଲାଗି ସଂଗ୍ରାମ ଜାରି ରହିବ ବୋଲି ଉପସ୍ଥିତ ଅତିଥି ବୃନ୍ଦ କହିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗଙ୍ଗା କାରାମ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବା ଡଃ ଏନ୍ ରାଘବ ରାଓ, ଏମ୍ ଡି ଫାରୁକ୍, ନାକା ନୁକାଲ ରାଜୁ, କୋଟାମ ଵାଲାୟା, ପଡ଼ିଆ ଥାନା ଏସ୍ ଆଇ ନିରୋଦ କୁମାର ଦାଘ , କେ ଦେବେନ୍ଦ୍ର ରାଓ ଓ ପଡ଼ିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ କୁମାର ପରିଡ଼ା ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସମସ୍ତ ଷ୍ଟାଫ୍ ସହଯୋଗ କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026