Home ଓଡ଼ିଶା ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ ;-> ବାଣପୁର ବାଲୁଗାଁ ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ ବଡକୂଳସ୍ଥିତ ଓଡି ଆର୍ଟ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ନନ୍ଦକିଶୋର ମିଶ୍ର ନୂତନ ସଭାପତି ଶ୍ୟାମସୁନ୍ଦର ପୃଷ୍ଟିଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ଥିବା ବେଳେ ପୂର୍ବତନ ସଂପାଦକ ବିପ୍ଲବ କୁମାର ମୁଦୁଲି ନୂତନ ସଂପାଦକ ଅଶୋକ କୁମାର ନାୟକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ ସଂପାଦକ କ୍ଲବ ତରଫରୁ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ପ୍ରକାଶ କରିବା ସହିତ ଆଗାମୀ ଯୋଜନା ବିଷୟ ରେ ବିବରଣୀ ଦେଇଥିଲେ। ଏଥିରେ ମୂଖ୍ୟ ଅତିଥି ଭାବେ ରୋଟାରୀ ଜିଲ୍ଲା ୩୨୬୨ର ପ୍ରାକ୍ତନ ପ୍ରା୍ନ୍ତପାଳ ଦେବାଶୀଷ ମିଶ୍ର, ସମ୍ମାନିତ ଅତିଥି ଭାଵରେ ଚିଲିକା ବନ୍ଯପ୍ରାଣୀ ଡିଭିଜନର ଡିଏଫଓ ଅମ୍ଳାନ ନାୟକ ଓ ଅତିରିକ୍ତ ପ୍ରାନ୍ତପାଳ ଵନ୍ଦିତା ତ୍ରିପାଠୀ ଯୋଗଦେଇ ବିଗତ ୩୭ ବର୍ଷରେ କ୍ଳବ ଦ୍ବାରା ହୋଇ ଥିବା କାର୍ଯ୍ୟ ମାନଙ୍କର ପ୍ରଶଂସା କରିଵା ସହିତ ବରିଷ୍ଠ ସଭ୍ଯ ଡାକ୍ତର ଯୋଗୀନ୍ଦ୍ର ସେନାପତି, ଓମ ପ୍ରକାଶ ଅଗ୍ରୱାଲ, ଵିଜୟ କୁମାର ନନ୍ଦଙ୍କ ଯଥେଷ୍ଟ ଅବଦାନ ରହିଛି ବୋଲି କହିଥିଲେ।ପୂର୍ବତନ ସଭାପତି ଅନଙ୍ଗଭୀମ ବିଶ୍ବାଳ, ଧୀରେନ୍ଦ୍ରନାଥ ପାତ୍ର, ରଵିନାରାୟଣ ନାୟକ, ଗୋପାଳଚନ୍ଦ୍ର ନାୟକ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ ସମାଜସେବୀ ସୁନୀତା ପାତ୍ରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇ ଥିବା ବେଳେ ରବୀନ୍ଦ୍ରନାଥ ପ୍ରଧାନଙ୍କ ଦ୍ବାରା ସଂପାଦିତ କ୍ଳବର ପତ୍ରିକା ସାଳିଆ ଉନ୍ମୋଚନ ହେବା ସହ ନୂତନ ସଭ୍ଯ ପ୍ରାଧ୍ୟାପକ ଡ ସୁନୀଲ କୁମାର ପଟ୍ଟନାୟକ, ଚାଟାର୍ଡ ଆକାଉଣ୍ଟ ମନୋରଞ୍ଜନ ଵାରିକଙ୍କୁ ମୂଖ୍ଯ ଅତିଥି ଶପଥ କରାଇଥିଲେ। ସଭ୍ୟ ସୁନୀଲ ପାତ୍ର, ହିମାଂଶୁ ପାତ୍ର ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୂର୍ବତନ ସଭାପତି ଜଗଦୀଶ ଲାଖୋଟିଆ ଧନ୍ୟବାଦ ଦେବା ପରେ ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026