ଆମ ଜନତା ଅଧିକାର ଫୋରମ ପକ୍ଷରୁ ସର୍ବଦଳୀୟ ବୈଠକ”ବଜେଟ ୨୦୨୪: ଓଡିଶା ସ୍ୱାର୍ଥରେ କେତେ ? ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ
(ରାଜ୍ୟକୁ ସ୍ୱତନ୍ତ୍ର କେନ୍ଦ୍ର ସହାୟତା ଦାବୀ ସହ ପୋଲାଭରମ ପ୍ରକଳ୍ପ କ୍ଷତିର ସଠିକ ଆକଳନ ସହ ପୁନଃରୁଦ୍ଧାର ପାଇଁ ପଦକ୍ଷେପ)

୨୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡିଶା ପ୍ରାକୃତିକ ସମ୍ପଦରେ ଭରପୁର ଏକ ଗରିବ ରାଜ୍ୟ l ସୁଦୀର୍ଘ ବେଳାଭୂମି, ପ୍ରଚୁର ଖଣିଜ ଓ ଜଙ୍ଗଲ ସମ୍ପଦରେ ପରିପୂର୍ଣ ଆଦିବାସୀ ବହୁଳ ରାଜ୍ୟ l ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ବିକାଶ କ୍ଷେତ୍ରରେ ଅନେକ ପଛୁଆ l ଏଥିପାଇଁ କିଏ ଦାୟୀ ? ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଓଡିଶାର ଅବଦାନ ତୁଳନାରେ ବଜେଟରେ ତାର ପ୍ରାପ୍ୟ କେତେ ପ୍ରାପ୍ତି କରିଛି ତାହା ଆଜିର ଦିନରେ ନିଶ୍ଚିତ ଭାବରେ ଆଲୋଚନାର ବିଷୟ l ସମସ୍ତେ କେବଳ ଜଣେ ଆଉ ଜଣକୁ କାଦୁଅ ଫିଙ୍ଗିବାରେ ବ୍ୟସ୍ତ l ୨୦୨୪-୨୫ ଅର୍ଥିକ ବର୍ଷ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି l କେନ୍ଦ୍ରର ସରକାର ଗଠନରେ ଓଡିଶା ୨୧ ରୁ ୨୦ ସାଂସଦଙ୍କ ଯୋଗଦାନ ସହ କେନ୍ଦ୍ରରେ ବିଜେପି ସରକାର ଗଠନର ପ୍ରମୁଖ ସହଯୋଗ କରିଛି ଆମ ରାଜ୍ୟ l ରାଜ୍ୟରେ ମଧ୍ୟ ବିଜେପି ସରକାର ଗଠନ କରିଛି l
