Home ଓଡ଼ିଶା ଶିକ୍ଷା ସପ୍ତାହ ଉତ୍ସବ ଉଦ୍ ଯାପିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ସ୍ଥିତ ଵାନାମ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟର ପକ୍ଷରୁ ସାତ ଦିନ ବ୍ୟାପୀ ଶିକ୍ଷା ସପ୍ତାହ ଉତ୍ସବ ଆଜି ଉଦ୍ ଯାପିତ ହୋଇ ଯାଇଛି।ନୂତନ ଶିକ୍ଷା ନୀତି ୨୦୦ ଆଧାରିତ ଏବଂ ଖୋର୍ଦ୍ଧା ଡି ଆଇ ଟି ଙ୍କ ଗାଇଡ୍ ଲାଇନ୍ ଉପରେ ସି ସି ଆର୍ ଟି କୈଳାସ ଚନ୍ଦ୍ର ହୋତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ବିଭିନ୍ନ ଦିବସରେ କ୍ଲଷ୍ଟର ଅଧୀନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା କାର୍ଯ୍ୟକ୍ରମ ରେ ସଫଳ କ୍ରୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ ପାଇଁ ଆୟୋଜିତ ଏହି ଉତ୍ସବରେ ବାଣପୁର ବ୍ଲକ ର ମଣ୍ଡଳ ଶିକ୍ଷାଧିକାରୀ ସି ଏଚ୍ ବିଜୟଲକ୍ଷ୍ମୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ର ମଣ୍ଡଳ ସାଧନ ସଂଯୋଜକ ଲକ୍ଷ୍ମୀ ନାରାୟଣ ପ୍ରସାଦ ନାୟକ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ଗଡ଼ନାୟକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସାରଗର୍ଭକ ଉଦ୍ ଵୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଉମାକାନ୍ତ ସାଶମଲ, ସୋମନାଥ ପ୍ରଧାନ, ପ୍ରଦୀପ ଜେନା,ପ୍ରମୋଦ ପାତ୍ର, ଗଙ୍ଗାଧର ପ୍ରଧାନ ଶିକ୍ଷୟିତ୍ରୀ ସୁଚେତା ପାତ୍ର, ମଧୁସ୍ମିତା କଅଁର, ପ୍ରମୁଖ ନୂତନ ଶିକ୍ଷା ନୀତି ର ଆଭିମୁଖ୍ୟ ଓ ଶିକ୍ଷା ସପ୍ତାହ ପାଳନର ପ୍ରାସଙ୍ଗିକତା ଉପରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସି ଆର୍ ସି ସି କୈଳାସ ଚନ୍ଦ୍ର ହୋତା ପ୍ରାରମ୍ଭିକ ଅଭିଭାଷଣ ସହ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ କ୍ଲଷ୍ଟର ଅନ୍ତର୍ଗତ ଵାନାମ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ପି ମନିଷା ମୋ।ସୁମୀ, ଗାଲୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ଶ୍ରେୟା ଶାଳିନୀ ଘଡେ଼ଇ,କପିଳ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଭୀମପୁର ର ଛାତ୍ରୀ ଯସ୍ମିନ୍ ପରିଡ଼ା, ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ରାତ୍ରୀ ସେ।ମ୍ୟାସାରିକା ପ୍ରଧାନ, ସରକାରୀ ପ୍ରାଥମିକ ବିଦ୍ୟାଳୟ,ବରଡିହ ର ଛାତ୍ରୀ ସୋନାକ୍ଷୀ ପାତ୍ର,ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଆଦିତ୍ୟ କୁମାର କାଣ୍ଡି, ଵୋରି ଗାଁ ଵେତୁଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ପୂଜା ବିଶ୍ଵାଳ, ମାଟିଆ ପୋଖରୀ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ରିତେଶ ମଙ୍ଗରାଜ, ସାହସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଵିଭୂ ନାୟକ ପ୍ରମୁଖ ଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଶିକ୍ଷୟିତ୍ରୀ ମୁନା ଦେଈ ଧନ୍ୟବାଦ ପ୍ରଦାନ କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ by Proprietor Abhimanyu Maharana September 10, 2026 ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ by Proprietor Abhimanyu Maharana September 10, 2026