ନୟାଗଡ଼ ରୋଟାରୀ କ୍ଲବର ୩୫ ତମ ଅଧିଷ୍ଠାନ ଉତ୍ସବ ପାଳିତ : ସଚେତନ ହେବା ସବୁ ବିଜୟର ଚାବିକାଠି – ଅରୁଣ

୨୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼  :-> ସଚେତନ ହେବା ସବୁ ବିଜୟର ଚାବିକାଠି |ପ୍ରଥମେ ନିଜେ ସଚେତନ ହୁଅ ତାପରେ ଅନ୍ୟ ମାନଙ୍କୁ ସଚେତନ କରାଅ ଏପରିକି ସମାଜର ସାମଗ୍ରିକ ବିକାଶ ପାଇଁ ସମସ୍ତେ କିଛି ସମୟ ଦିଅ ବୋଲି ନୟାଗଡ଼ ରୋଟାରୀ କ୍ଲବ ଠାରେ ଅନୁଷ୍ଠିତ କ୍ଲବର ୩୫ ତମ ଅଧିଷ୍ଠାନ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଆହ୍ୱାନ ଦେଇଛନ୍ତି | ନବ ନିଯୁକ୍ତ ସଭାପତି, ସମାଜସେବୀ, ବରିଷ୍ଠ ସାମ୍ବାଦିକ ତଥା ରୋଟାରୀଆନ ଶ୍ରୀକାନ୍ତ କୁମାର ଖଟେଇ ଙ୍କ ପୌରହିତ୍ୟରେ ଏହି ଅବସରରେ ଅନୁଷ୍ଠିତ ସଭାରେ ନବ ନିଯୁକ୍ତ ସମ୍ପାଦକ ରୋଟାରୀଆନ ଅବିନାଶ ସାହୁ ଆଗାମୀ ଦିନରେ ରୋଟାରୀ କ୍ଲବ ପକ୍ଷରୁ ନିଆ ଯିବାକୁ ଥିବା ଜନ କଲ୍ୟାଣ କାର୍ଯ୍ୟକ୍ରମର ଅବତାରଣା କରିଥିଲେ |

ଏଥିରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଭାଇଚାରା ସମସ୍ତଙ୍କ ଧେୟ ହେଉ ପ୍ରକାଶ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ବିଗତ ବର୍ଷର ସଭାପତି ଜନାବ ଅବଦୁଲ ଆରିଫ ଖାଁ, ସମ୍ପାଦକ ଶ୍ରୀଧର ସାହୁ ବିଗତ ବର୍ଷରେ କ୍ଲବର ଯାଜ୍ବଲ ମାନ କାର୍ଯ୍ୟକ୍ରମର ଅବତାରଣା କରିଥିବାବେଳେ ଏଥିପାଇଁ କ୍ଲବର ସମସ୍ତ ସଭ୍ୟ ମାନଙ୍କର ମହାର୍ଘ୍ୟ ଅବଦାନକୁ ଭୁୟସୀ ପ୍ରଂଶସା କରିଥିଲେ | ଏପରିକି ଖୁବ ଶୀଘ୍ର କ୍ଲବ ପକ୍ଷରୁ ଜନ ସାଧାରଣ ଉଦ୍ଦେଶ୍ୟରେ ଆଉ ଏକ ନୂତନ ଆମ୍ବୁଲାନ୍ସ ଉତ୍ସର୍ଗ ହେବା ଘୋଷଣାକୁ ଉପସ୍ଥିତ ବ୍ୟକ୍ତି ବିଶେଷ କରତାଳି ଦେଇ ଶୁଭେତ୍ସା ଜଣାଇଥିଲେ |

ଏହି ପରିପ୍ରେକ୍ଷୀରେ ମଂଚାସୀନ ମୁଖ୍ୟ ଅତିଥି ବିଧାୟକ ଡ଼ ସାହୁଙ୍କୁ ନୟାଗଡ଼ ମୁନିସିପାଲିଟିର ଅଧକ୍ଷା ନିରୁପମା ଖଟେଇ ପୁଷ୍ପଗୁଛ ସହ ଉପଢୌକନ, ମହାପ୍ରଭୁଙ୍କ ତୈଳଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ | ଏହି ଅବସରରେ ଜିଲ୍ଲାପରିଷଦ ଅଧକ୍ଷ ଇଂ ପଟ୍ଟନାୟକଙ୍କ ସମେତ ଭଞ୍ଜନଗର, ଫୁଲବାଣୀ ତଥା ରାଜ୍ୟର ଅନ୍ୟ ପ୍ରାନ୍ତରୁ ଆସିଥିବା ରୋଟାରୀଆନ ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ | ସମସ୍ତ ରୋଟାରୀଆନ, ଇନର ହୁଇଲର ସମସ୍ତ ସଦସ୍ୟା, ବହୁ ସାମ୍ବାଦିକ, ଆଇନଜୀବୀ, ବୁଦ୍ଧିଜୀବୀ, ଶିକ୍ଷବିତଙ୍କ ସମେତ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ବହୁ ସଂଖ୍ୟାରେ ଯୋଗଦାନକୁ ମୁଖ୍ୟ ଅତିଥି ବିଧାୟକ ଡ଼ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

ତେବେ ସମସ୍ତ ରୋଟାରୀଆନ ବନ୍ଧୁଙ୍କ ସହଯୋଗରେ ଚଳିତ ବର୍ଷର ସଭାପତି ରୋଟାରୀଆନ ଶ୍ରୀକାନ୍ତ ଖଟେଇଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ଏହି ମନୋରମ ସନ୍ଧ୍ୟାକୁ ରୋଟାରୀଆନ ଧୀରେନ୍ଦ୍ର ପଟ୍ଟନାୟକ, ସନ୍ତୋଷ ନାୟକ, ମିହିର ରଞ୍ଜନ ନାୟକ, ବାସୁଦେବ ସାହୁ, ମଦନ ମୋହନ ମହାପାତ୍ର, ଲଷ୍ମୀନାରାୟଣ ରଥଙ୍କ ସମେତ ବହୁ ରୋଟାରୀଆନ ବନ୍ଧୁ ଆଗେଇ ନେଇଥିବା ବେଳେ ଚଳିତ ବର୍ଷ ରୋଟାରୀଆନ ଭାବେ ସାମ୍ବାଦିକ ଧୀରେନ୍ଦ୍ର ପଟ୍ଟନାୟକଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ | ଏଠାରେ ସୂଚନା ଯୋଗ୍ୟ ଚଳିତ ବର୍ଷ ଆଉ ୪ ଜଣଙ୍କୁ ନୂତନ ଭାବେ ରୋଟାରୀ କ୍ଲବ ସଦସ୍ୟ ଭାବେ ଗ୍ରହଣ କରାଯାଇଛି |

Exit mobile version