ରୋଟାରୀ କ୍ଲବ ବାଲୁଗାଁ ବାଣପୁର ଓ ତାଳୁକ ଲିଗାଲ ସର୍ଭିସ କମିଟି ବାଣପୁର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

୨୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅନ୍ତର୍ଗତ ଅଶୋକ ନଗର ସ୍ଥିତ ଉମା ମହେଶ୍ୱର ବଣିକ ସଂଘ ଠାରେ ରୋଟାରୀ କ୍ଲବ ବାଲୁଗାଁ ବାଣପୁର ଓ ତାଲୁକ ଲିଗାଲ ସର୍ଭିସ କମିଟି ବାଣପୁର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର ତାଳୁକା ସେବା ସମିତିର ଅଧ୍ୟକ୍ଷ ତଥା ସିଭିଲ ଜଜ୍ ସିନିଅର ଡିଭିଜନର ଅମରେଶ ମହାପାତ୍ର ଯୋଗ ଦେଇ ଉଦଘାଟନ କରିବା ସହିତ ନିଜେ ରକ୍ତଦାନ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ l

ରକ୍ତଦାନ ହେଉଛି ମହତ ଦାନ, ରକ୍ତ ବିନା ଜୀବନ ଅସମ୍ଭବ, ହୋଇଥିବା ବେଳେ ଏହି ଉଦେଶ୍ୟରେ ବାଣପୁର ଏନ. ସି. ସି. କ୍ୟାଡର, ଏକତା ପରିଷଦ ଟ୍ରଷ୍ଟ ଯୁବଗୋଷ୍ଠୀ,ବାଲୁଗାଁ କରlଟି ଟିମ, ରୋଟାରୀଆନ ମେମ୍ବର ଓ ବାଲୁଗାଁ ବାଣପୁର ଅଞ୍ଚଳ ବହୁତ ବୁଦ୍ଧିଜୀବୀ ସାମିଲ ହୋଇ ରକ୍ତଦାନ କରିଥିଲେ l ଏହି ରକ୍ତଦାନ ଶିବିର ରେ ରୋଟାରୀଆନ ଚେୟାରମ୍ୟାନ ଶ୍ୟାମସୁନ୍ଦର ପୁଷ୍ଟି, ରୋଟାରୀୟାନ ତଥା ବରିଷ୍ଠ ଓକିଲ ବିପ୍ଳବ କୁମାର ମୁଦୁଲି,ବାଣପୁର ରୋଟାରୀୟାନ ନନ୍ଦକିଶୋର (ନନ୍ଦୁ) ମିଶ୍ର,

ସମାଜ ସେବୀ ତଥା ଲିଗାଲ ସର୍ଭିସ ମେମ୍ବର ସନ୍ଧ୍ୟା ଦେବୀ,ରୋଟାରୀୟାନ ଡକ୍ଟର ଯୋଗେନ୍ଦ୍ର ସେନାପତି,ରବିନାରାୟଣ ନାୟକ, ଧୀରେନ୍ଦ୍ର ପାତ୍ର, ଅନଙ୍ଗ ଭୀମ ବିଶ୍ୱାଳ,, ଜଗଦୀଶ ଲାଖୋଟିଆ, ବାଣପୁର ବାର ଆଶ୍ସୋସିଏସନର ଉପସଭାପତି ରାମ ଚନ୍ଦ୍ର ପଲାଇ,ସମ୍ପାଦକ ରଂଜନ କୁମାର ବେଦମତା , କାର୍ଯ୍ୟକାରୀ ସଦସ୍ୟ ସନ୍ତୋଷ ମହାପାତ୍ର,ଆଇନିଜୀବି ଅଜିତ ସ୍ୱାଇଁ , ସୁକାନ୍ତ ପ୍ରଧାନ, ସୀତାରାମ ଅଗ୍ରୱାଲ, ସୁରେଶ ରଥ, ବିବେକାନନ୍ଦ ପଣ୍ଡା, ସୁବାସ ପାଢ଼ୀ,

ସାନ୍ତନୁ ମହାପାତ୍ର,ପ୍ରମୁଖ ସହଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲା ମେଡିକାଲ ଟିମ ସମସ୍ତ ରକ୍ତଦାତା ମାନଙ୍କୁ ସହଯୋଗ କରି କାର୍ଯ୍ୟକ୍ରମ କୁ ଆଗକୁ ବଢାଇବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ଏହି ଶିବିରରେ 75 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଟ୍ରାନସ୍‌ଫ୍ୟୁଜନ ପ୍ରଣାଳୀରେ ରକ୍ତଦାନଦ୍ୱାରା ଜୀବନ ନାଶକାରୀ ଅନେକ ରୋଗରୁ ଲୋକଙ୍କୁ ରକ୍ଷା କରାଯାଇପାରୁଛି ।

କୌଣସି ଦୁର୍ଘଟଣା ଜନିତ ରକ୍ତସ୍ରାବ କିମ୍ବା ଶିଶୁ ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରୋଗୀ ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ଥିବାରୁ ସେଭଳି ସ୍ଥଳରେ ରୋଗୀପାଇଁ ରକ୍ତ ନିତାନ୍ତ ଆବଶ୍ୟକ ହୁଏ । ତେବେ ସୁରକ୍ଷିତ ରକ୍ତ ସହିତ ଉପଯୁକ୍ତ ଗ୍ରୁପର ରକ୍ତ ନ ମିଳିଲେ ତାହା ପୁଣି ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ମଣିଷ ଶରୀରର ରକ୍ତର କୌଣସି ବିକଳ୍ପ ନ ଥିବାରୁ ରକ୍ତ ଦାନ ମାଧ୍ୟମରେ ଏହା ସଂଗ୍ରହ କରିବା ଜରୂରୀ ହୋଇପଡିଛି । ଏହି ଉଦ୍ଦେଶ୍ୟରେ ବ୍ଳଡ ବ୍ୟାଙ୍କମାନ ପ୍ରତିଷ୍ଠା କରାଯାଇ ରକ୍ତ ଦାନ ପାଇଁ ଲୋକଙ୍କୁ ଉତ୍ସାହିତ କରାଯାଉଛି ।

Exit mobile version