ନୂତନ ଗ୍ରନ୍ଥାଗାର ନୂତନ ଗୃହ ଉଦଘାଟନ କଲେ ଦଶପଲ୍ଲା ବିଧାୟକ

୨୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ମାଳିସାହି ଗ୍ରାମ ପଞ୍ଚାୟତରେ ଥିବା ଗତିଶ୍ୱର ମହାବିଦ୍ୟାଳୟ ରେ ନୂତନ ଗ୍ରନ୍ଥାଗାର ଗୃହ ଶୁଭ ଉଦଘାଟନ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥି ଭାବେ ଦଶପଲ୍ଲା ଯୁବ ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ନୂତନ ଗ୍ରନ୍ଥାଗାର ଗୃହ ଶୁଭ ଉଦଘାଟନ କରିଥିଲେ।

ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା , ଜିଲ୍ଲା ବିଜେଡି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଗତିଶ୍ୱର୍ ମହା ବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର କର, ମହାବିଦ୍ୟାଳୟ ସଂଚାଳକ ମଣ୍ଡଳର ସଭାପତି ପ୍ରଧାନି ବୃନ୍ଦାବନ ମହାପାତ୍ର,ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

୬୦ ଲକ୍ଷ ଟଙ୍କା ବ୍ୟୟ ରେ ନୂତନ ଗ୍ରନ୍ଥାଗାର ଗୃହ ନିର୍ମାଣ ହୋଇଛି।ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ,କର୍ମଚାରୀ ସହଯୋଗ କରିଥଲେ। ଗ୍ରନ୍ଥାଳୟ ର ନୂତନ ଗୃହ ଖୋଲିବା ଦ୍ବାରା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆନନ୍ଦ,ଉତ୍ସାହ ର ଲହରୀ ଖେଳିଯାଇଛି ।

Exit mobile version