Home ଓଡ଼ିଶା ଧର୍ମ ପରାୟଣା ମହିଳାଙ୍କର ସ୍ମୃତି ଚାରଣ ସଭା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବୋଲଗଡ଼ ବ୍ଲକ ଅନ୍ତର୍ଗତ ଶିଖରପଡ଼ା ଗ୍ରାମର ଧର୍ମ ପରାୟଣା ମହିଳା ମଲ୍ଲୀକା ଛୋଟରାୟଙ୍କର ଏକାଦଶାହରେ ଶୁକ୍ରବାର ଦିନ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତା ଛୋଟରାୟ ହେଉଛନ୍ତି ସ୍ବର୍ଗତ ବାଜ କିଶୋର ଛୋଟରାୟଙ୍କର ସହଧର୍ମିଣୀ । ସେ ଜଣେ ସ୍ନେହୀ, କର୍ତ୍ତବ୍ୟ ପରାୟଣା, ନିଷ୍କପଟ, ବନ୍ଧୁବତ୍ସଳା, ଧର୍ମ ପରାୟଣା ଓ ଦୟାଳୁ ହୃଦୟ ବିଶିଷ୍ଟ ମହିଳା ଥିଲେ। ଅନ୍ଧ, ମୂକ, ବଧିର ଆଦି ଅକର୍ମଣ୍ୟ ବ୍ୟକ୍ତି ଏବଂ ଭିକ୍ଷୁକମାନେ ତାଙ୍କର ଦ୍ୱାରସ୍ଥ ହେଲେ ସେମାନଙ୍କୁ ସେ ଅର୍ଥ, ବସ୍ତ୍ର, ଅନ୍ନ ପ୍ରଭୃତି ଦାନ କରୁଥିଲେ ।କାହାରି ଦୁଃଖ ସେ ସହ୍ୟ କରିପାରୁ ନ ଥିଲେ । ରୋଗୀ, ଦୁଃଖୀ, ରଙ୍କୀ ଓ ବିପଦରେ ପଡ଼ିଥିବା ବ୍ୟକ୍ତିଙ୍କୁ ସେ ଆର୍ଥିକ ସାହାଯ୍ୟ ପ୍ରଦାନ କରୁଥିଲେ । ପରିବାର ପରିଚାଳନାରେ ସେ ଥିଲେ ସିଦ୍ଧହସ୍ତା । ମୃତ୍ୟ ବେଳକୁ ସେ କୌଣସି ରୋଗରେ ପୀଡ଼ିତ ନ ଥିଲେ। ତା୧୬.0୭.୨୦୨୪ରିଖ ରାତ୍ରୀ ୩ ଘଟିକା ୧୫ ମିନିଟ ସମୟରେ ହଠାତ ତାଙ୍କ ପ୍ରାଣ ବାୟୂ ଉଡ଼ି ଯାଇଥିଲା ।ସେତେବେଳେ ନିକଟରେ ତାଙ୍କର ତିନି ପୁତ୍ର ଗଦାଧର ଛୋଟରାୟ, ସଦାନନ୍ଦ ଛୋଟରାୟ ଓ ପ୍ରଭାତ ଛୋଟରାୟ, କନ୍ୟା ଶାନ୍ତିଲତା ପଲେଇଙ୍କ ସମେତ ତିନି ପୁତ୍ରବଧୂ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ଶିଖରପଡ଼ା ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା । ମର ଶରୀରର ଅନ୍ତିମ ଦର୍ଶନ ପାଇଁ ଗ୍ରାମର ଆବାଳବୃଦ୍ଧବନିତା ଏବଂ ସମ୍ପର୍କୀୟ ବ୍ୟକ୍ତି ରୁଣ୍ଡ ହୋଇଥିଲେ ।ତାଙ୍କର ଏକାଦଶାହରେ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ୟ ଏବଂ ଉକ୍ତ ବିଦ୍ୟାଳୟର ଶିକ୍ଷକ ବିଶ୍ୱଜିତ ସରୋଜ କୁମାରଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି, ବିଦ୍ୟାଧର ସାହୁ, କିଶୋର କୁମାର ଭୂୟାଁ, କେଦାର ନାଥ ଦଳେଇ, କାଳୁଚରଣ ସୁନ୍ଦରାୟ, ଦୁଷ୍ମତ ରାଉତ, ନରେଶ କୁମାର ବେହେରା, ରଘୁନାଥ ବଳିୟାରସିଂହ, ଶିକ୍ଷକ ରବୀନ୍ଦ୍ର ନାଥ ସେନାପତି ସମ୍ମାନିତ ଅତିଥିରୂପେ ଯୋଗଦାନ କରିଥିଲେ । ସ୍ବର୍ଗତା ଛୋଟରାୟଙ୍କ ପୌତ୍ର ବିକାଶ ଛୋଟରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ଶିଖରପଡା ଓ ସଂପୁର ଗ୍ରାମର ବହୁ ସଂଖ୍ୟକ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଯୁବଗୋଷ୍ଠୀ, ଅରଖପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସତ୍ୟବ୍ରତ ନାୟକ, ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ, ତାଙ୍କର ଜମାତା ଭଗବାନ ପଲେଇ, ପୌତ୍ର ଭାସ୍କର ଚନ୍ଦ୍ର ପଲେଇ, ପ୍ରସନ୍ନ କୁମାର ବିଶ୍ୱାଳ ,କୁବେର ପଲେଇ, ଶାନ୍ତନୁ ଛୋଟରାୟ,, ଅମରେଶ ଛୋଟରାୟ ,ଆୟୁଷ୍ମାନ ଛୋଟରାୟ ଓ ପୌତ୍ରୀ ଲୁପ୍ତିମୟୀ ଏବଂ ଉର୍ବଶୀ ଉପସ୍ଥିତ ହୋଇ ସମବେଦନା ଜଣାଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026 ଲବାରସିଂରେ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ ଅନୁଷ୍ଠିତ : ପ୍ରତିଭା ଦେଖାଇଲେ ଛାତ୍ରଛାତ୍ରୀ, କୃତୀ ପ୍ରତିଯୋଗୀ ପୁରସ୍କୃତ by Proprietor Abhimanyu Maharana October 14, 2026 ଚୁଡ଼ଙ୍ଗପୁର ଗ୍ରାମରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ by Proprietor Abhimanyu Maharana October 14, 2026 ସ୍ଲୋଗ୍ : ପି. ସଇଲଙ୍ଗ ରେ ଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ, କମ୍ୟୁନିଟି ହଲ୍ ଉଦ୍ଘାଟିତ by Proprietor Abhimanyu Maharana October 14, 2026 ଗଜପତି ଜିଲ୍ଲା ଗୁମ୍ମା ଝାମି ଗ୍ରାମର ବିଧବା ମହିଳାଙ୍କୁ ଭତ୍ତା କରାଇଦେବା ପାଇଁ ଆଗେଇ ଆସିଲେ ଜସ୍ମିନ୍ ଶେଖ by Proprietor Abhimanyu Maharana October 14, 2026