Home ଓଡ଼ିଶା ନିୟମିତ ପାଠାଗାର ପୁସ୍ତକ ପଠନ ଛାତ୍ର ଛାତ୍ରୀ ଙ୍କ ଭାଷା ଦକ୍ଷତା ବ୍ରୃଦ୍ଧି କରେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନ, ଖୋର୍ଦ୍ଧା ଙ୍କ ତତ୍ପରତା ଓ ମାର୍ଗଦର୍ଶନ ରେ ବାଣପୁର ବ୍ଲକ ଅନ୍ତର୍ଗତ ବାନାମ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ, ଭୀମପୁର ସାଧନ କେନ୍ଦ୍ରାଧୀନ ବାନାମ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ,ଖଣତ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବୋରି ଗାଁ -ବେତୁଲି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସାନ ହନ୍ତୁଆଡ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସାହସପୁର, ସରକାରୀ ପ୍ରାଥମିକ ବିଦ୍ୟାଳୟ,ବରଡିହ, ସରକାରୀ ପ୍ରାଥମିକ ବିଦ୍ୟାଳୟ,ଗାଲୁଆ, ସରକାରୀ ପ୍ରାଥମିକ ବିଦ୍ୟାଳୟ,ମାଟିଆ ପୋଖରୀ, କପିଳ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଭୀମପୁର ଆଦି ୯ଟି ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନିୟମିତ ପାଠାଗାର ପୁସ୍ତକ ପଠନ ଓ ମୌଳିକ ସ୍ତରରେ ମୌଖିକ ଭାଷା ର ବିକାଶ ଭଳି ଦୁଇଟି ଅଭିନବ କାର୍ଯ୍ୟକ୍ରମ ସମ୍ପୃକ୍ତ ସାଧନକେନ୍ଦ୍ରର ସଂଯୋଜକ କୈଳାସ ଚନ୍ଦ୍ର ହୋତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗ୍ରହଣ କରାଯାଇ ବେଶ୍ ସଫଳତା ଲାଭ କରିଛି। ଏହି ପରିପ୍ରେକ୍ଷୀରେ ଉପରୋକ୍ତ ବିଦ୍ୟାଳୟ ମାନଙ୍କ ରେ ଭାଷା ଶିକ୍ଷକ ମାନଙ୍କ ଦ୍ଵାରା ୪ର୍ଥ ଓ ୫ମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ରେ ଉପଲବ୍ଧ ପାଠାଗାର ପୁସ୍ତକ ପଠନ, ଲିଖନ,ଗଳ୍ପ କଥନ,, ଅଭିନୟ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ର ଵ୍ରୃନ୍ଦ ପଠନ ଅତ୍ୟନ୍ତ ଉପଭୋଗ୍ୟ ଶୈଳୀରେ ଉପସ୍ଥାପିତ ହେବା ଫଳରେ ବିଦ୍ୟାଳୟ ମାନଙ୍କରେ ପାଠତ୍ୟାଗୀ ଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିବା ପ୍ରକାଶ । ଏହି ସଫଳତା ପଛରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ଖୋର୍ଦ୍ଧା ର ଅଧ୍ୟକ୍ଷ ଡ଼ଃ ତାପସ ନାୟକଙ୍କ ମାର୍ଗଦର୍ଶନ ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସି ଆର୍ ସି ସି କୈଳାସ ଚନ୍ଦ୍ର ହୋତା ଙ୍କ ତଦାରଖ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ସମ୍ଫ୍ରୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କସକ୍ରିୟ ଅଂଶ ଗ୍ରହଣ ଆଦି ରହିଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ଲାଭ କରି ଶ୍ରେଷ୍ଠ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭାବେ କୈଳାସ ଚନ୍ଦ୍ର ହୋତା ବାଣପୁର ବ୍ଲକ ର ଗୈ।ରବ ଲାଭ କରିଥିବା ରୁ ସ୍ଥାନୀୟ ଶିକ୍ଷକ ସଂଗଠନ ପକ୍ଷରୁ ତାଙ୍କୁ ଅଭିନନ୍ଦିତ କରାଯାଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026 ଲବାରସିଂରେ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ ଅନୁଷ୍ଠିତ : ପ୍ରତିଭା ଦେଖାଇଲେ ଛାତ୍ରଛାତ୍ରୀ, କୃତୀ ପ୍ରତିଯୋଗୀ ପୁରସ୍କୃତ by Proprietor Abhimanyu Maharana October 14, 2026 ଚୁଡ଼ଙ୍ଗପୁର ଗ୍ରାମରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ by Proprietor Abhimanyu Maharana October 14, 2026 ସ୍ଲୋଗ୍ : ପି. ସଇଲଙ୍ଗ ରେ ଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ, କମ୍ୟୁନିଟି ହଲ୍ ଉଦ୍ଘାଟିତ by Proprietor Abhimanyu Maharana October 14, 2026 ଗଜପତି ଜିଲ୍ଲା ଗୁମ୍ମା ଝାମି ଗ୍ରାମର ବିଧବା ମହିଳାଙ୍କୁ ଭତ୍ତା କରାଇଦେବା ପାଇଁ ଆଗେଇ ଆସିଲେ ଜସ୍ମିନ୍ ଶେଖ by Proprietor Abhimanyu Maharana October 14, 2026