ଦେଶୀ ମଦ ଓ ଭାଙ୍ଗ ଜବତ : ୪ ଅଭିଯୁକ୍ତ କୋର୍ଟ ଚାଲାଣ    

୨୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ  :-> ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ଅବକାରୀ ବିଭାଗ ସଦର ରେଞ୍ଜ ନୀରିକ୍ଷକ ତପସ୍ଵିନୀ ବରାଳ ଓ ବେଗୁନିଆ ଅବକାରୀ ଥାନା ଉପନୀରିକ୍ଷକ ଏନ ଜାଗିନ ରାଓଙ୍କ ମିଳିତ ସହଯୋଗରେ ଚଢାଉ କରି ୩୪ ଲିଟର ଦେଶୀ ମଦ ଓ ୨ କେଜି ୫ ଶହ ଗ୍ରାମ ଭାଙ୍ଗ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଧାରରେ ଅନ୍ୟ ଜଣଙ୍କୁ ଛାଡି ଦିଆ ଯାଇଛି ।

ସୂଚନା ଅନୁଯାୟୀ ବେଗୁନିଆ ଥାନ ଅନ୍ତର୍ଗତ ପିଚୁକୁଳି ଗ୍ରାମର ଉତ୍ତମ ନାୟକ, ବାଙ୍କୋଇ ରୁଷିଆ ନାୟକ ଅ ଚଟୁଆ ଗ୍ରାମର ଉର୍ମିଳା ସାହୁ ଗିରଫ କୋର୍ଟ ଚାଲାଣ କରାଯାଇଛି । ଭାରତୀୟ ନାଗରିକ ସୁରକ୍ଷା ସଂହିତା ୫୩(୩) ଅନୁଯାଇ ବଡ଼କୁମାରୀ ଗ୍ରାମର ମୋଇନୀ ମାଝୀଙ୍କୁ ନୋଟିସ ଜାରୀ କରି ଛାଡ଼ି ଦିଆଯାଇଛି ।

 

Exit mobile version